ଗଜରାଜ ଆକ୍ରମଣରେ ମହିଳା ମୃତ

ଗଜରାଜ ଆକ୍ରମଣରେ ମହିଳା ମୃତ

ଗଜରାଜ ଆକ୍ରମଣରେ ମହିଳା ମୃତ


ଖୋର୍ଦ୍ଧା (ଏନ୍‌.ଏମ୍‌.): ହାତୀ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର । ମର୍ଣ୍ଣିଂ ୱାକରେ ଯାଇଥିବା ବେଳେ ମହିଳାଙ୍କୁ ଦଳି ଦେଲା ହାତୀ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ବାନାଞ୍ଚଳ ପାନବରଜ ଗାଁରେ । ମୃତ ମହିଳା ଜଣକ ସ୍ଥାନୀୟ ପାନବରଜ ଗାଁର କିରଣବାଳା ମାନ୍ଧାତା ବୋଲି ଜଣାପଡିଛି । ଗୁରୁତର ହୋଇଥିବା ରମାମଣୀ ବେହେରାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ କର୍ମଚାରୀ ଓ ସ୍ଥାନୀୟ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ମହିଳାଙ୍କ ଚିକିତ୍ସା ପାଇଁ କ୍ଷତିପୂରଣ ଦାବି କରି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ