ଗଛରୁ ପଡି ଶ୍ରମିକ ମୃତ

ଗଛରୁ ପଡି ଶ୍ରମିକ ମୃତ

ଗଛରୁ ପଡି ଶ୍ରମିକ ମୃତ

News by Biswajit Dalai (Salepur)

#ସାଲେପୁର(ଏନ୍‌.ଏମ୍‌.): ସାଲେପୁର ଥାନା ଅନ୍ତର୍ଗତ ନାନ୍ଦୋଳ ଗ୍ରାମରେ ଏକ ଅଭାବନୀୟ ଘଟଣି ଘଟିଯାଇଛି । ଗଛରୁ ପଡି ଜଣେ ଶ୍ରମିକର ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଶ୍ରମିକ ଜଣକ ହେଲେ ସ୍ଥାନୀୟ ନାନ୍ଦୋଳ ଗ୍ରାମର ବିମ୍ବାଧର ଭୋଇ(୫୫) । ସେ ପରର ମୂଲ ଲାଗି ମିଳୁଥିବା ମଜୁରୀରେ ପରିବାର ପ୍ରତିପୋଷଣ କରନ୍ତି । ବିମ୍ବାଧର ଆଜି ସ୍ଥାନୀୟ ସୌରୀ ଗ୍ରାମର ଜଣେ ବ୍ୟକ୍ତି ବାଡିରୁ ଏକ ଚାଖୁଣ୍ଡା ଗଛରେ ଚଢ଼ି ଡାଳ କାଟୁଥିବାବେଳେ ଗଛରୁ ପଡି ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ବିମ୍ବାଧର ମୂଲ ଲାଗିଲେ ପାଞ୍ଚପ୍ରାଣୀ କୁଟୁମ୍ବଙ୍କ ପେଟକୁ ଦାନା ମିଳେ । ତେଣୁ ବିମ୍ବାଧରକଙ୍କ ଅକାଳ ବିୟୋଗ ପରିବାର ଉପରେ ଚଡ଼କ ପକାଇ ଦେଇଛି । ତାଙ୍କ ପରିବାର ଏବେ ବେସାହାରା ହୋଇଯାଇଛି । ତେଣୁ ବିମ୍ବାଧରକଙ୍କ ପରିବାକୁ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ସାଧାରଣରେ ଦାବି ହୋଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ