ଖୋର୍ଦ୍ଧା ଶରଧାପୁର ଅଞ୍ଚଳରେ ବାଘ ଆତଙ୍କ

ଖୋର୍ଦ୍ଧା ଶରଧାପୁର ଅଞ୍ଚଳରେ ବାଘ ଆତଙ୍କ

ଖୋର୍ଦ୍ଧା ଶରଧାପୁର ଅଞ୍ଚଳରେ ବାଘ ଆତଙ୍କ

News by Sudipta Narayan Badajena (Khordha)

ଖୋର୍ଦ୍ଧା(ଏନ୍‌.ଏମ୍‌.): ଖୋର୍ଦ୍ଧା ବ୍ଲକ ଶରଧାପୁର, ତରତୁଆ, ହଳଦିପଦା ଓ ଅର୍ଜୁନପୁର ଆଦି ଅଞ୍ଚଳରେ ବାଘ ଆତଙ୍କ ସୃଷ୍ଟି ହୋଇଛି । ଏପରିକି ଗାଁରେ ତାଟି କଣ୍ଟା ପଡ଼ିଯାଇଥିବା ଜଣାପଡ଼ିଛି । ଗାଁ ପାଖ କାଜୁ ଜଙ୍ଗଲରେ ବାଘ ବୁଲିବା ପ୍ରଚାର ହୋଇଯିବା ପରେ ଉକ୍ତ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ତେବେ ଏଭଳି ଖବର ପାଇବା ପରେ ବନ ବିଭାଗ ତରଫରୁ ଦୁଇଟି ଟିମ ସନ୍ଧ୍ୟାରେ ବାଘ ସନ୍ଧାନରେ ବୁଲିବା ସହ ବାଘର ସ୍ଥିତି ସମ୍ପର୍କରେ ଅଞ୍ଚଳବାସୀଙ୍କ ପଚରା ଉଚରା ଚଳାଇଛନ୍ତି । ପ୍ରାପ୍ତ ଖବର ଅନୁଯାୟୀ ବେରୁଆଁ ଅଞ୍ଚଳର କେତେକ ମହିଳା ଜଙ୍ଗଳକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବାବେଳେ ସେମାନେ ସେଠାରେ ଗୋଟଏ ବାଘ ଓ ଆଉ ଏକ ଛୁଆ ବାଘ ଦେଖିଥିଲେ । ତେବେ ବାଘକୁ ଦେଖିବାପରେ ମହିଳାମାନେ ପ୍ରାଣବିକଳରେ ଧାଇଁ ଘରକୁ ପଳାଇଆସିଥିଲେ । ବାଘ ବେରୁଆଁ କାଜୁ ଜଙ୍ଗଲକୁ ହଳଦିପଦା ଗ୍ରାମ ଦେଇ ଶରଧାପୁର ଗ୍ରାମ ଅଭିମୁଖେ ଯାଇଥିବା କିଛି ଗ୍ରାମବାସୀ କହିଛନ୍ତି । ତେବେ ଶରଧାପୁର ଆଦିବାସୀ ସାହିର କେତେକ ମହିଳା କାଜୁ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବାବେଳେ ସେମାନେ ମଧ୍ୟ ଉକ୍ତ ବାଘକୁ ଦେଖିଥିବା ବନବିଭାଗ କର୍ମଚାରୀଙ୍କୁ କହିଥିଲେ ।
ଖବର ପାଇ ଖୋର୍ଦ୍ଧା ବନବିଭାଗ କର୍ମଚାରୀ ସଂପୃକ୍ତ ଅଞ୍ଚଳରେ ବାଘ ସନ୍ଧାନରେ ଲାଗିପଡ଼ିଛନ୍ତି । ଏଥି ସହିତ ସ୍ଥାନୀୟ ଲୋକେ ହାତରେ ଠେଙ୍ଗାବାଡ଼ି ଧରି ଶରଧାପୁର, ହଳଦିପଦା ସମେତ ଏକ ନିକଟରେ ଥିବା କାଜୁଜଙ୍ଗଲରେ ଖୋଜାଖୋଜି ଚଳାଇଛନ୍ତି । ତେବେ ବାଘର କୌଣସି ଚି଼ହ୍ନବର୍ଣ୍ଣ କିମ୍ବା ବାଘର ପାଦ ଚି଼ହ୍ନ ନମିଳିବାରୁ ବାଘର ଉପସ୍ଥିତି ନଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଖୋର୍ଦ୍ଧା ବନବିଭାଗ ଦୁଇଟି ଟିମ ସ୍ଥାନୀୟ ଅଞ୍ଚଳରେ ବୁଲିବା ସହିତ ବାଘର ଖୋଜ ଖବର ନପାଇବାରୁ ଏହା ଏକ ଗୁଜବ ହୋଇଥାଇ ପାରେ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ