ଖୁଣ୍ଟୁଣୀରେ ରାଜ୍ୟର ପ୍ରଥମ ଆଦର୍ଶ କାରାଗାର ଉଦଘାଟିତ

ଖୁଣ୍ଟୁଣୀରେ ରାଜ୍ୟର ପ୍ରଥମ ଆଦର୍ଶ କାରାଗାର ଉଦଘାଟିତ

ଖୁଣ୍ଟୁଣୀରେ ରାଜ୍ୟର ପ୍ରଥମ ଆଦର୍ଶ କାରାଗାର ଉଦଘାଟିତ


ଗୁରୁଡ଼ିଝାଟିଆ-ଚୌଦ୍ୱାର(ଏନ୍‌.ଏମ୍‌.): ଓଡିଶାର ପ୍ରଥମ ଆଦର୍ଶ କାରାଗାର ଖୁଣ୍ଟୁଣୀ ପଞ୍ଚାୟତର ରାଧାରମଣପୁର ଠାରେ ଉଦଘାଟିତ ହୋଇଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହାକୁ ଉଦଘାଟନ କରି ବନ୍ଦୀ ଜୀବନ ବିତାଉଥିବା କଏଦୀଙ୍କ ଜୀବନରେ ସୁଧାର ଆଣିବା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା ଏଠାରେ ଉପଲବ୍ଧ ରହିଛି ବୋଲି କହିଥିଲେ । ସେ ପୁଣି କହିଲେ ଯେ, ତେବେ ଆଠଗଡ ହିଁ ରାଜ୍ୟକୁ ସବୁ କ୍ଷେତ୍ରରେ ନୂତନତ୍ୱ ପ୍ରଦାନ କରିଥାଏ; ଯାହାର ଉଦାହରଣ ହେଉଛି ଉଦଘାଟିତ ହୋଇଥିବା ଆଦର୍ଶ କଏଦୀ କାରାଗାର ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ କଟକ ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେଇ ଲୋକାର୍ପିତ ହୋଇଥିବା ଆଦର୍ଶ କାରାଗାର ରାଜ୍ୟର ପ୍ରଥମ ଅଟେ ବୋଲି କହିଥିଲେ । ଏହି କାରାଗାରରେ ଏଠାରେ ୫ଶହ କଏଦୀ ରହିବା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ୪୫୦ ପୁରୁଷ ଓ ୫୦ଜଣ ମହିଳା କଏଦୀ ରହିପାରିବେ । ଏପରିକି ମହିଳା କଏଦୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ସହିତ ଡାକ୍ତରଖାନା ଓ ରୋଷଶାଳ ରହିଛି । ଏଥିସହିତ ସଜା କାଟୁଥିବା କଏଦୀଙ୍କ ବ୍ୟବହାର ଚରିତ୍ରକୁ ବଦଳାଇ ସମାଜର ମୁଖ୍ୟସ୍ରୋତରେ ପୁନର୍ବାର ନୂତନ ଜୀବନ ଯାପନ ପାଇଁ ଆବଶ୍ୟକ ସମସ୍ତ ସୁବିଧା ଏଠାରେ ଉପଲବ୍ଧ ବୋଲି ରାଜ୍ୟ ଘରୋଇ ରଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଭର୍ଚ୍ଚୁଆଲ ଜରିଆରେ ଆଦର୍ଶ କାରାଗାର ଉଦଘାଟନ ଉତ୍ସବରେ ନିଜର ମତ ବ୍ୟକ୍ତ କରିଥିଲେ । ରାଜ୍ୟ ଜେଲ ବିଭାଗ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଯୋଗଦେଇ କହିଲେ ଯେ, ଏହି ଆଦର୍ଶ କାରାଗାର ନିର୍ମାଣ ପାଇଁ ୧୧.୮୩ କୋଟି ଟଙ୍କା ବ୍ୟୟ କରାଯାଇଥିବାବେଳେ ରାଜ୍ୟସରକାରଙ୍କ ଅନୁମୋଦନ କ୍ରମେ ୩.୦୩କୋଟି ଟଙ୍କାରେ ଷ୍ଟାଫମାନଙ୍କ କ୍ୱାଟର ନିର୍ମାଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଡିଆଇଜି ପ୍ରିଜନ ପ୍ରମୁଖ ଉପସ୍ଥିତ ଥିଲେ । ଜେଲ ସୁପରିଣ୍ଟେଣ୍ଡଣ୍ଟ ସୌଭାଗ୍ୟ କୁମାର ବଳ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଯୁଗ୍ମ ପରିଚାଳକ ସୁଶାନ୍ତ କୁମାର ପାଇକରାୟ ଧନ୍ୟବାଦ ଦେଇଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ