ଖୁଚୁରା ବିକ୍ରେତାଙ୍କ ବକେୟା ପାରିଶ୍ରମିକ ଓ ୧୬ ଦଫା ଦାବିକୁ ନେଇ ଆନ୍ଦୋଳନ

ଖୁଚୁରା ବିକ୍ରେତାଙ୍କ ବକେୟା ପାରିଶ୍ରମିକ ଓ ୧୬ ଦଫା ଦାବିକୁ ନେଇ ଆନ୍ଦୋଳନ

ଖୁଚୁରା ବିକ୍ରେତାଙ୍କ ବକେୟା ପାରିଶ୍ରମିକ ଓ ୧୬ ଦଫା ଦାବିକୁ ନେଇ ଆନ୍ଦୋଳନ

News By Kanhu Charan Panda (Cuttack)

#କଟକ(ଏନ୍‌.ଏମ୍‌.): ସର୍ବ ଭାରତୀୟ ଡିଲର୍ସ ଫେଡୋରେସନ ଆହ୍ୱାନକ୍ରମେ ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଓ ୧୬ ଦଫା ଦାବି ପୂରଣ ନିମନ୍ତେ ଆଜି ଠାରୁ ଆରମ୍ଭ ହୋଇଥିବା ସାମଗ୍ରୀ ଉଠାଣ, ବଣ୍ଟନ ବନ୍ଦ ସହ ଖୁଚୁରା ବିକ୍ରୟ କେନ୍ଦ୍ର ବନ୍ଦ ଓ ପି.ଓ.ଏସ.ମ୍ୟାସିନ ବନ୍ଦ ନିଷ୍ପତ୍ତି ଏବଂ ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରିରଖିବା ପାଇଁ ଏକ ଶପଥ ପାଠ କାର୍ଯ୍ୟକ୍ରମ କଟକ ସହିଦ ଭବନ ସ୍ଥିତ ମହାତ୍ମା ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ କଟକ ରିଟେଲ ଡିଲର୍ସ ଆସୋସିଏସନ୍ ପକ୍ଷରୁ କରାଯାଇଥିଲା । କଟକ ରିଟେଲ ଡିଲର୍ସ ଆସୋସିଏସନର କାର୍ଯ୍ୟକାରୀ ସଭାପତି ସୈୟଦ ଏକ୍ରାମ ହୁସେନଙ୍କ ନେତୃତ୍ୱରେ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଆସୋସିଏସନର ଉପସଭାପତି ପୀତବାସ ଜେଠୀ, ତାପସ କୁମାର ମହାନ୍ତି, ସଂଗଠନ ସମ୍ପାଦକ ଅଭିମନ୍ୟୁ ନାୟକ, ସହ ସମ୍ପାଦକ ବିଜୟ କୁମାର ସାହୁ, ବିନୟ ବୈଶାଖ, ଚନ୍ଦ୍ରମଣି ମହାରଣା, ପ୍ରେମ କୁମାର ସେନ, ୱାର୍ଡ ପ୍ରତିନିଧି ପ୍ରଶାନ୍ତ ଜେନା, ଶାରଦା ପ୍ରସନ୍ନ ମହାନ୍ତି ନଗେନ ସାହୁ, ରାକେଶ ସ୍ୱାଇଁ, ବୀରକିଶୋର ବେହେରା, ପ୍ରଦୀପ ବେହେରା, ରବିନାରାୟଣ ଦାସ, ଶମ୍ଭୁ ନାଥ ଦେ,ବାବୁଲି ମୁଦୁଲି, ଅଶୋକ ହାଲଦାର, ଇମରାନ ଖାଁ, ବିମଳ କୁମାର ସାହୁ, ଉତ୍ତମ ଦେ, ଗୌରଗୋପାଳ ପଟ୍ଟନାୟକ ସମେତ ୧ ନମ୍ବର ୱାର୍ଡ ଠାରୁ ଆରମ୍ଭ କରି ୫୯ନଂ ପର୍ଯ୍ୟନ୍ତ ୱାର୍ଡର ଶତାଧିକ ଖୁଚୁରା ବିକ୍ରେତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଶପଥ ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ ଗତ କୋରୋନା ମହାମାରୀ ସମୟରୁ ଖୁଚୁରା ବିକ୍ରେତା ମାନଙ୍କ ୨୮ ମାସର ସାମଗ୍ରୀ ବଣ୍ଟନ ବାବଦ ପାରିଶ୍ରମିକ ଯୋଗାଣ ବିଭାଗ ଦେଉନାହିଁ, ସେହିପରି ଏବେକାର ସାମଗ୍ରୀ ବଣ୍ଟନ ବାବଦ ପାରିଶ୍ରମିକ, ସାମଗ୍ରୀ ବଣ୍ଟନର ୧୦ ଦିନ ମଧ୍ୟରେ ଖୁଚୁରା ବିକ୍ରେତ ମାନଙ୍କୁ ପ୍ରଦାନ କରିବାର ସରକାରୀ ନିର୍ଦ୍ଦେଶ ମଧ୍ୟ ପାଳନ ହେଉନାହିଁ । ସାମଗ୍ରୀ ପହଞ୍ଚାଣ ପାଇଁ ନିଯୁକ୍ତ ପରିବହନ ଠିକାଦାର ମାନଙ୍କ ମାପ ଓଜନରେ ବ୍ୟାପକ ବାଟମାରଣା ପ୍ରମାଣ ସତ୍ତ୍ୱେ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା, ପ୍ରତ୍ୟେକ ପଡିକାର୍ଡରେ ରିହାତି ମୁଲ୍ୟରେ ଚିନି, ଖାଇବା ତେଲ, ଡାଲି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗାଇ ଦେବା ସହ ଖୁଚୁରା ବିକ୍ରେତାମାନଙ୍କ ମାସିକ ଆୟ ପଚାଶ ହଜାର ସୁନିଶ୍ଚିତ କରିବା ଆଦି ୧୬ ଦଫା ଦାବିକୁ ନେଇ ଏହି ପ୍ରତିବାଦ ଓ ଖୁଚୁରା ବିକ୍ରୟ କେନ୍ଦ୍ର ବନ୍ଦ ରଖିବାପାଇଁ ନିଷ୍ପତ୍ତି କରାଯାଇଥିଲା ।

ADVERTISEMENT
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ