ଖଣ୍ଡେତେଶ୍ୱର ମନ୍ଦିରୁ ବାବା ଚନ୍ଦ୍ରଶେଖରଙ୍କ ଦୁଇଟି ପିତଳ ବିଗ୍ରହ ଚୋରି: କୁହୁଳୁଛି ଅସନ୍ତୋଷ

ଖଣ୍ଡେତେଶ୍ୱର ମନ୍ଦିରୁ ବାବା ଚନ୍ଦ୍ରଶେଖରଙ୍କ ଦୁଇଟି ପିତଳ ବିଗ୍ରହ ଚୋରି: କୁହୁଳୁଛି ଅସନ୍ତୋଷ

ଖଣ୍ଡେତେଶ୍ୱର ମନ୍ଦିରୁ ବାବା ଚନ୍ଦ୍ରଶେଖରଙ୍କ ଦୁଇଟି ପିତଳ ବିଗ୍ରହ ଚୋରି: କୁହୁଳୁଛି ଅସନ୍ତୋଷ

News by Maheswar Behera (Banki)

ବାଙ୍ଗୀ(ଏନ୍‌.ଏମ୍‌.): ଏବେ ମନ୍ଦିରରୁ ବିଗ୍ରହ ଚୋରୀ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପୁରାତନ ମନ୍ଦିରରୁ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ଏ ନେଇ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ବହୁ ଶ୍ରଦ୍ଧାଳୁ ଅଭିଯୋଗ ଆଣିଛନ୍ତି । ମନ୍ଦିରମାନଙ୍କୁ ବିଗ୍ରହ ସମେତ ଠାକୁରଙ୍କ ବାସନକୁସନ ଚୋରି, ହୁଣ୍ଡି ଭାଙ୍ଗି ଟଙ୍କା ପଇସା ଚୋରି ଭଳି ଘଟଣା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି । ତେବେ ଏହି ମନ୍ଦିର ଚୋରି ଘଟଣାର ପୁନରାବୃତ୍ତି ହୋଇଛି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଚକାପଦା ଆଞ୍ଚଳରୁ । ସ୍ଥାନୀୟ ଖଣ୍ଡେତେଶ୍ୱର ମନ୍ଦିରରୁ ବାରମ୍ବାର ଚୋରି ହେବା ଘଟଣାକୁ ନେଇ ଅଞ୍ଚଳରେ ଅସନ୍ତୋଷ କୁହୁଳୁଥିବାବେଳେ ଏଥିପାଇଁ ଲୋକେ ପୁଲିସ ପ୍ରଶାସନର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କେହି ଦୁବୃତ୍ତ ମନ୍ଦିରରୁ ବାବା ଚନ୍ଦ୍ରଶେଖରଙ୍କୁ ୨ଗୋଟି ପିତଳ ବିଗ୍ରହ ଚୋରାଇ ନେଇଥିବା ଜଣାପଡ଼ିଥିଲା । ତେବେ ଆଜି ସକାଳୁ ଏ ସମ୍ପର୍କରେ ଜାଣିବା ପରେ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ଅସନ୍ତୋଷ ପ୍ରକାଶ ପାଇଥିଲା । ଥରେ ନୁହେଁ ଦୁଇ ଦୁଇ ଥର ଚୋରି ହେବା ପରେ ବି ଏ ନେଇ ପୁଲିସ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ । ତେବେ ଏହାପୂର୍ବରୁ ମଧ୍ୟ ଏହି ମନ୍ଦିର ପରିସରରେ ରହିଥିବା ହନୁମାନ ମନ୍ଦିର ହୁଣ୍ଡୀରୁ ପ୍ରାୟ ଦେଢ଼ଲକ୍ଷ ଟଙ୍କାରୁ ଉର୍ଦ୍ଧ ଚୋରି ହୋଇଥିଲା । ତେବେ ଏ ନେଇ ସ୍ଥାନୀୟ ବାଙ୍କୀ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ମନ୍ଦିରରୁ ବାରମ୍ବାର ଚୋରି ହେବା ସେହ ଏଥର ଠାକୁରଙ୍କ ବିଗ୍ରହ ଚୋରି ଯିବା ବାଙ୍କୀ ପୁଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଅନ୍ୟପକ୍ଷରେ ବାଙ୍କୀ ଅଞ୍ଚଳରେ ରହିଥିବା ପ୍ରତିଷ୍ଠିତ ମନ୍ଦିର ଗୁଡିକର ସୁରକ୍ଷାକୁ ନେଇ ପୁଲିସ ପ୍ରଶାସନ ପକ୍ଷରୁ ନିୟମିତ ପେଟ୍ରୋଲିଙ୍ଗ କଡ଼ାକଡ଼ି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ସୂଚନା ଯୋଗ୍ୟ ଯେ, ପ୍ରତିଦିନ ଭଳି ଗତକାଲି ମଧ୍ୟ ବାବା ଚନ୍ଦ୍ର ଶେଖରଙ୍କ ପିତଳ ବିଗ୍ରହକୁ ପୂଜା କରି ସନ୍ଧ୍ୟାରେ ମନ୍ଦିର ପହଡ ବନ୍ଦ କରି ପୂଜକ ଘରକୁ ଚାଲିଯାଇଥିଲେ । ତେବେ ଆଜି ସକାଳୁ ଯେତେବେଳେ ଚନ୍ଦ୍ର ଶେଖରଙ୍କୁ ପୂଜା କରିବା ପାଇଁ ପୂଜକ ମନ୍ଦିରକୁ ଆସନ୍ତି ଦେଖିବାକୁ ପାଇଲେ ବିଗ୍ରହ ନାହାନ୍ତି । ତେଣୁ କେହି ଦୁବୃର୍ତ୍ତ ମନ୍ଦିରରୁ ବିଗ୍ରହମାନଙ୍କୁ ଚୋରାଇ ନେଇଥିବା ଜାଣିବା ପରେ ସେ ଅଞ୍ଚଳବାସୀଙ୍କୁ ସୂଚନା ଦେଇଥିଲେ । ତେବେ ଏ ନେଇ ବାଙ୍କୀ ଥାନାରେ ମଧ୍ୟ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ