କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଛାଡ଼ିଲେନି ସାଇବର ଠକ: ମେସେଜ ପଠାଇ ମାଗିଲେ ଟଙ୍କା

କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଛାଡ଼ିଲେନି ସାଇବର ଠକ: ମେସେଜ ପଠାଇ ମାଗିଲେ ଟଙ୍କା

କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଛାଡ଼ିଲେନି ସାଇବର ଠକ: ମେସେଜ ପଠାଇ ମାଗିଲେ ଟଙ୍କା


ଭୁବନେଶ୍ୱର (ଏନ୍‌.ଏମ୍‌.): ଦିନକୁ ଦିନ ଏବେ ସାଇବର ଠକଙ୍କ ଦୌରାତ୍ମ ବଢ଼ିବାରେ ଲାଗିଛି । ବିଶେଷ କରି ନିରୀହ ସାଧାସିଧା ଲୋକଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଠକ । ବିଭିନ୍ନ ପ୍ରଲୋଭନ ଦେଖାଇ କିମ୍ବା ମିଥ୍ୟା କଥା କହି ଅନଲାଇନ ମାଧ୍ୟମରେ ଟଙ୍କା ଲୁଟୁଥିବା ଘଟଣା ଏବେ ଜୋର ଧରିଛି । ଏପରିକି ବିଭିନ୍ନ ଆଳରେ ଲୋକଙ୍କୁ ବିଭିନ୍ନ ବିଭାଗର ଅଧିକାରୀ କିମ୍ବା କର୍ମଚାରୀ ପରିଚୟ ଦେଇ ସେମାନଙ୍କ ଠାରୁ ଗୁପ୍ତ ତଥ୍ୟ ହାସଲ କରିବା ପରେ ଆରମ୍ଭ ହୋଇ ଯାଉଛି ଲୁଟପାଟ । ତେବେ ଏ ନେଇ ପୁଲିସ ବିଭାଗର ସାଇବର ଥାନା ବେଶ ତତ୍ପରତା ଦେଖାଇ ସାଇବର ଅପରାଧୀମାନଙ୍କୁ ଧରିବାରେ ସକ୍ଷମ ହେଉଥିବାବେଳେ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ସାଇବର ଠକ ଟାର୍ଗେଟ କରିବା କିଛି ଛୋଟିଆ କଥାନୁହେଁ । ପୂର୍ବରୁ ସାଧାରଣ ଲୋକଙ୍କୁ ଠକୁଥିଲେ । ଏବେ ସିଧା ଟାର୍ଗେଟ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ । ଏଡିଜି କ୍ରାଇମବ୍ରାଞ୍ଚ ସଞ୍ଜୀବ ପଣ୍ଡାଙ୍କୁ ମେସେଜ୍ ପଠାଇ ସାଇବର ଠକ ମାଗିଛି ଟଙ୍କା । ଓକାକ ସାଇବରଫ୍ରଡ୍ ମାମଲାରେ ଫେରାର ଥିବା ଅଭିଯୁକ୍ତ ଏହି ମେସେଜ ପଠାଇଥିବା ସନ୍ଦେହ କରାଯାଉଛି । ଗତ ୯ ତାରିଖରେ ଏଡିଜି କ୍ରାଇମ୍ ବ୍ରାଞ୍ଚ ସଞ୍ଜୀବ ପଣ୍ଡାଙ୍କୁ ସାଇବର ଠକ ମେସେଜ୍ କରିଥିଲା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ୯୮ ହଜାର ଟଙ୍କା ପଠାଇବାକୁ ଅନୁରୋଧ କରିଥିଲା । ଏଡିଜି ଶ୍ରୀ ପଣ୍ଡା ତାଙ୍କ ସହିତ ଚାର୍ଟରେ କଥା ହୋଇଥିଲେ । ସାଇବର ଠକ ପ୍ରଥମେ ଗୋଟିଏ ଆକାଉଣ୍ଟ ଦେଇଥିଲା । ମାତ୍ର ତାହା କାମ କରୁନଥିବା କହିବାରୁ ସାଇବର ଠକ ଆଉ ଗୋଟିଏ ଆକାଉଣ୍ଟ ଦେଇଥିଲା । ସାଇବର ଠକ ପଠାଇଥିବା ଆକାଉଣ୍ଟଟି ଗୁଜୁରାଟର ଆଇସିଆଇସିଆଇ ବ୍ୟାଙ୍କର ଥିବାବେଳେ ଅନ୍ୟ ଆକାଉଣ୍ଟଟି ତ୍ରିପୁରାର ଏସବିଆର ବ୍ୟାଙ୍କର ବୋଲି ଜଣାପଡ଼ସିଛି । ତେବେ ଯାଞ୍ଚ ପରେ ଏହି ଦୁଇଟି ଆକାଉଣ୍ଟଟି ଫ୍ରଡ୍ ବୋଲି ଜଣାପଡ଼ିଥିଲା । ଏହା ପରେ ଉକ୍ତ ଦୁଇଟି ଯାକ ଆକାଉଣ୍ଟକୁ ବ୍ଲକ୍ କରାଯାଇଛି । ଏଥିସହ ଫୋନ ନମ୍ୱର, ଇ-ମେଲ୍ ଆଇଡି ଉପରେ ତର୍ଜମା କରାଯାଉଛି । ଓକାକ ସାଇବର ଠକେଇ ମାମଲାରେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ଏହି ମେସେଜ ପଠାଇଥିବା ଯାଞ୍ଚରୁ ଜଣାପଡ଼ିଛି । ଏବେ ପୁଲିସ ତାକୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।
ସାଇବର ଠକ ଓକାକ୍ ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସଆପ୍ ହ୍ୟାକ କରି ତାଙ୍କ ସାଙ୍ଗ ଓ ସମ୍ପର୍କୀୟଙ୍କୁ ଟଙ୍କା ମାଗିଥିଲେ । ଏପରିକି ମନୋଜଙ୍କ ମୋବାଇଲରୁ ମେସେଜ ଆସିଥିବାରୁ ଏହାକୁ ସତ ଭାବି ସମ୍ପର୍କୀୟ ତଥା ବନ୍ଧୁବାନ୍ଧବ ୭ ଲକ୍ଷ ଟଙ୍କା ଦେଇଥିଲେ । ସେମାନେ ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇରେ ଟଙ୍କା ପଠାଇ ଥିଲେ । ସତ ପଦାକୁ ଆସିବା ପରେ ଏ ସମ୍ପର୍କରେ ସେମାନେ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦେଇଥିଲେ । ମନୋଜ ପଟ୍ଟନାୟକ ନିଜେ ମଧ୍ୟ ଥାନାରେ ଏତଲା ଦେଇଥିଲେ । କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା । ସେମାନଙ୍କ ଭିତରୁ ଜଣେ ହେଉଛନ୍ତି ନାଇଜେରିଆର ଅକ୍ୟୁଦୁରୀ ପାସ୍କେଲ ବୋଲି ଜଣାପଡ଼ିଛି । ତେବେ ଫେରାର ଥିବା ଅଭିଯୁକ୍ତ ଏଭଳି କାଣ୍ଡ କରିଥିବା ଅନୁମାନ କରାଯାଉଛି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ