କୋଣାର୍କ ପ୍ରେସ୍ କ୍ଳବ ପକ୍ଷରୁ ସାଇକ୍ଲୋଥନ

କୋଣାର୍କ ପ୍ରେସ୍ କ୍ଳବ ପକ୍ଷରୁ ସାଇକ୍ଲୋଥନ

କୋଣାର୍କ ପ୍ରେସ୍ କ୍ଳବ ପକ୍ଷରୁ ସାଇକ୍ଲୋଥନ


କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଉତ୍ସବ-୨୦୨୧ ଅବସରରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ କୋଣାର୍କ ମକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ମହାକୂମ୍ଭ ଓ ଚନ୍ଦ୍ରଭାଗାର ବେଳାଭୂମୀରେ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ-୨୦୨୧ ପାଞ୍ଚ ଦିନ ବ୍ୟାପି ଚାଲିବ । ଏହି ଅବସରରେ ଆଜି ଉତ୍ସବର ଅବ୍ୟବହିତ ପୂର୍ବରୁ ପର୍ଯ୍ୟଟନ ବିଭାଗ ସହାୟତାରେ ଚଳିତ ବର୍ଷ ଷଷ୍ଠ ଥର ପାଇଁ କୋଣାର୍କ ପ୍ରେସ୍ କ୍ଲବ ପକ୍ଷରୁ ସାଇକ୍ଲୋଥନ ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ଉତ୍ସବର ଶ୍ରୀ ବୃଦ୍ଧି କରିବା ଏବଂ ଉତ୍ସବକୁ ଉପଭୋଗ କରିବା ପାଇଁ ଏଠାକୁ ଆସୁଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ସଚେତନ କରିବାର ଲକ୍ଷନେଇ ‘ମୋ କୋଣାର୍କ ମୋ ଗର୍ବ’ ସଚେତନତାର ବାର୍ତ୍ତାକୁ ପ୍ରଚାର ପ୍ରସାର କରିବା ଉଦେଶ୍ୟରେ ଆଜି ସକାଳ ୮ଟାରେ ସାଇକ୍ଲୋଥନ ଆୟୋଜିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ଗୋପ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ଜସ୍ମିନ୍ ଆଫ୍ରୋଜ, ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, କୋଣାର୍କ ସାହ୍ୟ ସଂସଦର ସମ୍ପାଦକ ରବିନ୍ଦ୍ରନାଥ ବାହୀନିପତି, ଚମ୍ପାହାର ଅଗ୍ନିଶମ କେନ୍ଦ୍ରର ଅଧିକାରୀ ତୁଷାରକାନ୍ତି ପରିଜା, କୋଣାର୍କ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁସ ଡାକ୍ତର ବିଦୁଭୁଷଣ ନାୟକ, କୋଣାର୍କ ଥାନାଧିକାରୀ ରଞ୍ଜନ ମଲ୍ଲିକ, କୋଣାର୍କ ବନ୍ୟପ୍ରଣୀ ବନାଞ୍ଚଳ ଅଧିକାରୀ ବେଣୁଧର ବେହେରା, ସମାଜସେବୀ ରାମକୃଷ୍ଣ ମହାନ୍ତି ପ୍ରମୁଖ ପତାକା ଦେଖାଇ ମିନି ସାଇକ୍ଲୋଥନର ଶୁଭାରମ୍ଭ କରିଥିଲେ । ସାଇକ୍ଲୋଥନରେ ଯୋଗ ଦେଇଥିବା ଯୁବଗୋଷ୍ଠୀ ସୂର୍ଯ୍ୟମନ୍ଦିର ସମ୍ମୁଖରୁ ବିଭିନ୍ନ ଶ୍ଲୋଗାନମାନ ଦେବା ସହ ସ୍ଥାନୀୟ ଲୋକ ଓ ପର୍ଯ୍ୟଟକଙ୍କୁ ସଚେତନ କରାଇ ବଜାର ପରିକ୍ରମା କରିବା ସହ କୋଣାର୍କ-ପୁରୀ ବେଳାମାର୍ଗ ଦେଇ ମା’ ରାମଚଣ୍ଡୀଙ୍କ ପୀଠରେ ପହଞ୍ଚ ଥିଲେ । ଏଠାରେ ଏକ ସଚେତନତା ସଭା ଆୟୋଜନ କରାଯାଇ ଐତିହ୍ୟର ସୂରକ୍ଷା ସହିତ ‘ମୋ କୋଣାର୍କ ମୋ ଗର୍ବ’ ସମ୍ପର୍କରେ ଆଲୋକପାତ କରିବା ସହିତ ପଲିଥିନ ମୁକ୍ତ, ସ୍ୱଛ ଓ ସୁସ୍ଥ ପରିବେଶ ଗଠନ କରିବା ପାଇଁ ଉପସ୍ଥିତ ଅତିଥିମାନେ ମତପୋଷଣ କରିଥିଲେ । ଚଳିତ ବର୍ଷ ମାହାମାରୀ କରୋନାର ପ୍ରଭାବ ଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯାରି କରାଯାଇଥିବା କୋଭିଡି-୧୯ ନିୟମକୁ ଅନୁପାଳନ କରି ଏହି ସାଇକ୍ଲୋଥନରେ କଲେଜ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଓ ପରିବେଶବିତଙ୍କ ସମେତ ସାଇକଲ ଚାଳନାରେ ରୁଚି ରଖୁଥିବା ୬୦ଜଣ ବ୍ୟକ୍ତି ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ କୋଣାର୍କ ପ୍ରେସ୍ କ୍ଲବର ସଭାପତି ସଞ୍ଜୟ ପତି, ଉପ ସଭାପତି ଅବନୀଭୁଷଣ ବାରିକ, ସମ୍ପାଦକ ବିଚିତ୍ର କୁମାର ଓଝା, ବିଶ୍ୱଜିତ ରାଉତରାୟ, ପ୍ରମୋଦ କୁମାର ବିଶ୍ୱାଳ, ଧନଞ୍ଜୟ ବେହେରା, ଗୋପବନ୍ଧୁ ପତି, ଦୀପ୍ତରଞ୍ଜନ ପାତ୍ର, ଜ୍ଞାନରଞ୍ଜନ ବିଶ୍ୱାଳ, ଅଭୟ କୁମାର ନାୟକ, ସୂର୍ଯ୍ୟକାନ୍ତ ମିଶ୍ର, ବିଷ୍ଣୁପ୍ରସାଦ ଜେନା, ସମୟରଞ୍ଜନ ସାହୁ, ତାରକେଶ୍ୱର ବରାଳଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ