କୋଣାର୍କ ନାଟ୍ୟମଣ୍ଡପରେ କୁମାର ଉତ୍ସବ-୨୦୨୧

କୋଣାର୍କ ନାଟ୍ୟମଣ୍ଡପରେ କୁମାର ଉତ୍ସବ-୨୦୨୧

କୋଣାର୍କ ନାଟ୍ୟମଣ୍ଡପରେ କୁମାର ଉତ୍ସବ-୨୦୨୧
ନୃତ୍ୟଶିଳ୍ପୀଙ୍କ ଦ୍ୱାରା ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ପ୍ରଦର୍ଶିତ


କୋଣାର୍କ (ଏନ୍‌.ଏମ୍‌.): କଳା ଓ ସଂସ୍କୃତିର ସଙ୍ଗମ ସ୍ଥଳି ବିଶ୍ୱ ଐତିହ୍ୟ ଅର୍କକ୍ଷେତ୍ରରେ ପଦ୍ମଶୀ ସ୍ୱର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ଅନବଦ୍ୟ କଳାନୁଷ୍ଠାନ ‘କୋଣାର୍କ ନାଟ୍ୟମଣ୍ଡପ’ । ଏହି ଅନୁଷ୍ଠାନର ଶିକ୍ଷାର୍ଥୀ ଓ ଶିକ୍ଷାର୍ଥିନୀମାନଙ୍କ ଦ୍ୱାରା କୁମାର ଉତ୍ସବ ଅବସରରେ ଆୟୋଜିତ ହୋଇଥାଏ ଏକ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ‘କୁମାରୋତ୍ସବ’ । ଚଳିତ ବର୍ଷ ରବିବାର ସନ୍ଧ୍ୟାରେ କୋଣାର୍କ ନାଟ୍ୟମଣ୍ଡପ ପରିସରରେ ନୃତ୍ୟ ଓ ସଙ୍ଗୀତର ସାଂସ୍କୃତିକ ଆସର ‘କୁମାର ଉତ୍ସବ-୨୦୨୧’ ଅନୁଷ୍ଠିତ ହୋଇଯାଇଛି । ଏହି ସାଂସ୍କୃତିକ ଉତ୍ସବକୁ ଶୋଲାର ସମ୍ପାଦକ ହରିଶ୍ଚନ୍ଦ୍ର ଦାଶ, କୋଣାର୍କ ସାହିତ୍ୟ ସଂସଦର ସମ୍ପାଦକ ରବିନ୍ଦ୍ରନାଥ ବାହୀନିପତି, ସମାଜସେବୀ ରାଜେସଚନ୍ଦ୍ର ମହାନ୍ତି, ସ୍ୱର୍ଗତ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସହଧର୍ମିଣୀ ସୁଲୋଚନା ପ୍ରଧାନ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଘଣ୍ଟ ମର୍ଦ୍ଦଳ ଓ ଶଂଖ ଧ୍ୱନୀ ପରେ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । କୋଣାର୍କ ନାଟ୍ୟମଣ୍ଡପର ଶିକ୍ଷାର୍ଥୀ ଓ ଶିକ୍ଷାର୍ଥୀନୀମାନେ ଚଉରାବନ୍ଦନା, ଜହ୍ନରାତି, ଗୀତାଭିନୟ, ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଗୋଟିପୁଅ ନୃତ୍ୟ, ପଲ୍ଲୀନୃତ୍ୟ ପରିବେଷଣ କରିି ଶିତୁଆ ସନ୍ଧ୍ୟାର ଆସରରେ ଉପସ୍ତିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । କୋଣାର୍କ ନାଟ୍ୟମଣ୍ଡପର ଏହି ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଓ ଲୋକ ନୃତ୍ୟ ଉତ୍ସବର ଅପୂର୍ବ ସମାରୋହରେ ସିମୁନ, ସ୍ୱତପଦ୍ମା, ଜୟଶ୍ରୀ, ଆଦ୍ୟାଶା, ସାଇନା, ନିକିତା, ସୋନାଲି, ସୁଭାଷିନୀ, ସୁବାସି, ଶୁଭଲକ୍ଷ୍ମୀ, ବନ୍ଦିତା, ସୁଚିସ୍ନିଗଧା, ସାଇସୃତି, କ୍ରିତିକା, ଆୟାସା, ଲିସିତା, ସୂରିୟା, ଦିପୁ, ରଞ୍ଜିତ, ଜୟପ୍ରକାଶ, ସୌମ୍ୟଶ୍ରୀ, ଶ୍ରୀବାଂଶୀ ପ୍ରମୁଖ ନୃତ୍ୟ ପ୍ରଦର୍ଶନ କରିଥିଲେ । ଗୁରୁ ଲିଙ୍ଗରାଜ ସ୍ୱାଇଁ, ନୟନୀ ନାୟକ, କୁମାର ଟୁବୁଲା ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ସଙ୍ଗୀତରେ ଗୁରୁ ଜୟକୃଷ୍ଣ ନାୟକ, ମର୍ଦ୍ଦଳରେ ଗୁରୁ ବାବୁଲି ଭୁୟାଁ, ବେହେଲାରେ ବାନମ୍ବାର ସ୍ୱାଇଁ, ପ୍ରମୁଖ ଯନ୍ତ୍ରାଶଂରେ ସହଯୋଗ କରିଥିଲେ । କୋଣାର୍କ ନାଟ୍ୟ ମଣ୍ଡପର ଶୁଭଚିନ୍ତକ ତଥା କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ପୂର୍ବତନ ଅଧ୍ୟକ୍ଷା ସ୍ୱର୍ଗତ ଋକ୍ମିଣୀ ଦେବୀଙ୍କ ସ୍ମୃତିରେ ଗତ ୨୩ ତାରିଖ ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ, ବକ୍ତୃତା ଓ ସଂଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ପ୍ରତିଯୋଗୀ ଏବଂ କୁମାର ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନୃତ୍ୟଶିଳ୍ପୀମାନଙ୍କୁ ଚନ୍ଦ୍ରଭାଗା ସାମୁଦ୍ରିକ ଥାନାଧିକାରିଣୀ ନିଳିମା ପଟ୍ଟନାୟକଙ୍କ ଦ୍ୱାରା ମାନପତ୍ର ପ୍ରଦାନକରାଯାଇ ଉତ୍ସାହିତ କରିଥିଲା । ଏହି ଅବସରରେ ନୃତ୍ୟାଙ୍ଗନା ସିନ୍ଧୁ ବ୍ରାଉନଙ୍କ ଦ୍ୱାରା ଶିଶୁଙ୍କ ପାଇଁ ଲିଖିତ ଇଂରାଜୀ ପୁସ୍ତକକୁ ଅତିଥିମାନଙ୍କ ଦ୍ୱାରା ଉନ୍ନମୋଚନ କରାଯାଇଥିଲା । ବିଶ୍ୱଜିତ ବଳିଆର ସିଂହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କୋଣାର୍କ ନାଟ୍ୟମଣ୍ଡପର ନାଟ୍ୟମଣ୍ଡପର ସହ ସମ୍ପାଦକ ଗୁରୁପଦ ବଳିଆର ସିଂହ ସମ୍ପାଦକ ଶିବାଶୀଶ ପ୍ରଧାନ, କାର୍ଯ୍ୟନିର୍ବାହୀ ସଭାପତୀ ଡ. ରମଣୀରଞ୍ଜନ ଜେନା, ଉପସଭାପତି ପ୍ରସନ୍ନ ବେଉରିଆଙ୍କ ସମେତ ଅନ୍ତେବାସୀ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଚଳିତ ବର୍ଷର ଏହି କୁମାର ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଖ୍ୟାତ ସ୍ଥପତି ପଦ୍ମଶ୍ରୀ ସ୍ୱର୍ଗତ ରଘୁନାଥ ମହାପାତ୍ର ଓ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ସ୍ୱର୍ଗତ ଋକ୍ମିଣୀ ଦେବୀଙ୍କ ଉଦେଶ୍ୟରେ ସମର୍ପିତ କରାଯାଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ