କୋଣାର୍କ ଉତ୍ସବ ଓ ବାଲୁକାକଳା ପ୍ରଦର୍ଶନୀ-୨୦୨୧ ଉଦ୍ଘାଟିତ
କୋଭିଡ କଟକଣା ମଧ୍ୟରେ ଓଡିଶୀ ଓ କଥକ ନୃତ୍ୟ ପ୍ରଦର୍ଶିତ
କୋଣାର୍କ (ଏନ୍.ଏମ୍.): କୋଭିଡ କଟକଣା ମଧ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ-୨୦୨୧ ଉଦ୍ଘାଟିତ ହୋଇଯାଇଛି । ଉତ୍କଳୀୟ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ଚରମ ନିଦର୍ଶନ ତଥା ପୂର୍ବ ଏସିଆର ଏକମାତ୍ର ବିଶ୍ୱଐତିହ୍ୟ ସୂର୍ଯ୍ୟମନ୍ଦିରର ଉତ୍ତର ପାଶ୍ୱର୍ରେ ଅବସ୍ଥିତ ମୁକ୍ତାକାଶରଙ୍ଗମଞ୍ଚର ଚର୍ତ୍ତୃପାଶ୍ୱର୍ ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ ହୋଇଥିବା ବେଳେ ସବୁଜିମାଭରା ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ପଞ୍ଚ ଦିବସୀୟ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଚଳିତ ବର୍ଷର କୋଣାର୍କ ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଉଦଘାଟନ କରିବାପରେ ମଞ୍ଚରେ ବିରାଜମାନ କରିଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କ୍ରୀଡା ଯୁବସେବା ଓ ସୂଚନା ପ୍ରଯୁକ୍ତି ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପର୍ଯ୍ୟଟନ ସଚିବ ସୁରେନ୍ଦ୍ର କୁମାର, ଏସ୍ଆଇର ଭୁବନେଶ୍ୱର ସର୍କଲ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର ବାଲ କ୍ରିଷ୍ଣନ, ଓଏଲଏଲସି ସଚିବ ନିକୁଞ୍ଜ ବିହାରି ଧଳ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ । ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀର ନୃତ୍ୟାଙ୍ଗନା ପଦ୍ମଶ୍ରୀ ମାଧବୀ ମୁଦଗଲ ଓ ସାଥୀ ନୃତ୍ୟଶିଳ୍ପୀମାନଙ୍କ ପକ୍ଷରୁ ଓଡ଼ିଶୀ ନୃତ୍ୟରେ ପରିବେଷଣ କରରଯାଇଥିଲା ଶିଳ୍ପୀମାନେ ଗଜାନନଙ୍କ ସ୍ତୁତିରେ ନୃତ୍ୟ ପରିବେଷର କରି ସାନ୍ଧ୍ୟ ଅଧିବେଶନର ପ୍ରଥମାର୍ଘରେ ଭକ୍ତିମୟ ପରିବେଶ ଶୃଷ୍ଟି କରିଥିଲେ । ପ୍ରଥମ ସନ୍ଧ୍ୟାର ଦ୍ୱିତୀୟ ପର୍ଯ୍ୟାୟରେ ନୂଆ ଦିଲୀର ଭାସ୍ୱତୀ ମିଶ୍ର ଓ ସାଥୀ ନୃତ୍ୟଶିଳ୍ପୀମାନେ କଥକ ନୃତ୍ୟରେ ଶିଳ୍ପୀମାନେ ନଟରାଜ ଶିବଙ୍କ ‘ଶିବମ ପଞ୍ଚାକ୍ଷର’ରେ ସ୍ତୁତିରେ ନିଖୁଣ ନୃତ୍ୟାଭିିିିିିିୟନ ପ୍ରଦର୍ଶନ କରିଥିଲେ । ଆଜି ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପକ ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ସଂହତି ପାଣି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ରୀନା ମହାପାତ୍ର, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ଆର ଯାଦବ, ରାଜ୍ୟ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ରୀନା ମହାପାତ୍ର, ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ସଙ୍ଗୀତା ଗୋସାଇଁ, ପୁରୀ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ ସେଠୀ ପରିଚାଳନା କରିଥିଲେ । ଏହି ଅବସରରେ ସଂଧ୍ୟା ୬ଟାରେ ଚନ୍ଦ୍ରଭାଗା ବେଳାଭୂମିରେ ଆୟୋଜିତ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବକୁ ବାଲୁକାଶିଳ୍ପୀଙ୍କ ଗହଣରେ ଅତିଥିମାନେ ବେଲୁନ ଉଡ଼ାଇ ଉଦ୍ଘାଟନ କରିଥିଲେ । ଏହି ଉତ୍ସବର ଅତିଥିମାନଙ୍କ ସହ ବ୍ରାଣ୍ଡ ଆମ୍ବାସାଡ଼ର ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ଥିଲେ । ବାଲୁକା କଳା ଉତ୍ସବରେ ଏକଶହ ଜଣ ବାଲୁକା ଶିଳ୍ପୀ ଯୋଗଦେଇ ବାଲୁକା କଳା ପ୍ରଦର୍ଶନ କରୁଛନ୍ତି । ଏହି ଆକର୍ଷଣୀୟ ବାଲୁକା କଳାକୁ ପାଞ୍ଚଞ୍ଚଦିନବ୍ୟାପି ଦର୍ଶକମାନେ ମନଭରି ଉପଭୋଗ କରିବେ । ବାଲୁକାକଳା ଓ ଶାସ୍ତ୍ରୀୟ ନୃତ୍ୟସଙ୍ଗୀତର ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଆସୁଥିବା ପର୍ଯ୍ୟଟକମାନେ ସାମାଜିକ ଦୂରତା ସହିତ ମାକ୍ସର ବ୍ୟବହାର ଓ ସାନିଟାଇଜରକୁ କଡାକଡି କରାଯାଇଛି । ଶାରୀରିକ ଅସୁସ୍ଥ ଓ ଦିବ୍ୟାଙ୍ଗ ଦର୍ଶକଙ୍କ ପାଇଁ ହୁଇଲ ଚେୟାରର ବ୍ୟବସ୍ଥ।। କରାଯାଇଛି ।