କୋଣାର୍କରେ ବିଶ୍ୱଐତିହ୍ୟ ଦିବସ : ‘ଐତିହ୍ୟ ସୁରକ୍ଷାରେ ସ୍ଥାନୀୟବାସିନ୍ଦାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

କୋଣାର୍କରେ ବିଶ୍ୱଐତିହ୍ୟ ଦିବସ : ‘ଐତିହ୍ୟ ସୁରକ୍ଷାରେ ସ୍ଥାନୀୟବାସିନ୍ଦାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

କୋଣାର୍କରେ ବିଶ୍ୱଐତିହ୍ୟ ଦିବସ
‘ଐତିହ୍ୟ ସୁରକ୍ଷାରେ ସ୍ଥାନୀୟବାସିନ୍ଦାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଫଟୋ- ଅଜିତ କୁମାର ମଲ୍ଲିକ

କୋଣାର୍କ(ଏନ୍‌.ଏମ୍‌.): ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ପକ୍ଷରୁ ସମଗ୍ର ବିଶ୍ୱରେ ଥିବା ଐତିହ୍ୟ ପୀଠଗୁଡ଼ିକର ସୁରକ୍ଷା ଓ ଜନସଚେତନ ସୃଷ୍ଟି କରିବା ନିମନ୍ତେ ପ୍ରତ୍ୟକ ବର୍ଷ ଅପ୍ରେଲ ମାସ ୧୮ ତାରିଖ ଦିନଟିକୁ ବିଶ୍ୱ ଐତିହ୍ୟ ଦିବସ ରୂପେ ପାଳନ କରାଯାଇଥାଏ । କୋଣାର୍କର ସୂର୍ଯ୍ୟମନ୍ଦିର ୧୯୮୪ ମସିହାରେ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ ହେବା ପରେ ସେବେ ଠାରୁ ଏଏସଆଇ କାର୍ଯ୍ୟଳୟ ପକ୍ଷରୁ ପ୍ରତିବର୍ଷ ସୂର୍ଯ୍ୟମନ୍ଦିର ପରିସରରେ ବିଶ୍ୱ ଐତିହ୍ୟ ଦିବସ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୂର୍ଯ୍ୟମନ୍ଦିର ପରିସରରେ ଆୟୋଜିତ ଏହି ଉତ୍ସବରେ କୋଣାର୍କ ଏନଏସି ଅନ୍ତର୍ଗତ ଜବାହାର ନବୋଦୟ ବିଦ୍ୟାଳୟ, ଆଶ୍ରମ ସ୍କୁଲ, ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ଶୋଭନୀୟ ଶିକ୍ଷାଶ୍ରମ ଓ ସରକାରୀ ଉଚ୍ଚ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଆୟୋଜିତ ସଭାରେ ଆତିଥିଭାବେ ଏସ୍‌ଆଇର ଭୁବନେଶ୍ୱର ସର୍କଲ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ନାଥ ଶର୍ମା, ସହାୟକ ଅଧିକ୍ଷଣ ପୁରାଣତତ୍ତ୍ୱବିତ ସୁଶାନ୍ତ କୁମାର କର, ଡକ୍ଟର ଦିଲ୍ଲୀପ କୁମାର ଖମାରୀ, ପ୍ରମୁଖ ଉପସ୍ଥିତ ରହି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଐତିହ୍ୟ ପୀଠଗୁଡ଼ିକର ସୁରକ୍ଷା ଦିଗରେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଆଗାମି ପିଢ଼ି ଏଦିଗରେ ଅଧିକରୁ ଅଧିକ ସଚେତନ ଓ ଯତ୍ନବାନ ହେବା ଅପରିହାର୍ଯ୍ୟ ହୋଇପଡିଛି ବୋଲି ମତପୋଷଣ କରିଥିଲେ । ଜଳବାୟୁ ପରିବର୍ତ୍ତନ ଓ ଐତିହର ସୂରକ୍ଷା ଶିର୍ଷକ ବିଷୟ ବସ୍ତୁକୁ ନେଇ ବକ୍ତାମାନେ ଆଲୋକ ପାତ କରିଥିଲେ । ଆଜି ବିଶ୍ୱ ଐତିହ୍ୟ ଦିବସ ଉପଲକ୍ଷେ ସୂର୍ଯ୍ୟମନ୍ଦିର ମଧ୍ୟକୁ ପ୍ରବେଶ ଶୁଲ୍କ ଛାଡ଼ କରାଯାଇଥିବାରୁ ମନ୍ଦିର ପରିସରରେ ପର୍ଯ୍ୟଟକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଅବସରରେ ଓଡିଶୀ ନୃତ୍ୟ ଓ ସାହୀ ନୃତ୍ୟ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏଏସଆଇର ସୂର୍ଯ୍ୟମନ୍ଦିରର ସଂରକ୍ଷଣ ସହାୟକ ନିରଜ ସିଂଙ୍କ ସମେତ ସୂର୍ଯ୍ୟମନ୍ଦିର ସଂରକ୍ଷର ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ