କୋଟସାହି ଓ ଉଚ୍ଚପଦା ପଂଚାୟତରେ ବିଜୁସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ

କୋଟସାହି ଓ ଉଚ୍ଚପଦା ପଂଚାୟତରେ ବିଜୁସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ

କୋଟସାହି ଓ ଉଚ୍ଚପଦା ପଂଚାୟତରେ ବିଜୁସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ


ଟାଙ୍ଗୀ-ଚୌଦ୍ୱାର(ଏନ୍‍.ଏମ୍‍.) : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୋଟସାହି ଓ ଉଚ୍ଚପଦା ପଞ୍ଚାୟତର ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଛି । କୋଟସାହି ପଞ୍ଚାୟତରେ ବ୍ଲକ୍ ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ ଓ ଉଚ୍ଚପଦା ପଞ୍ଚାୟତରେ ଆଇନ୍‌ଜୀବୀ ଚିତ୍ତରଞ୍ଜନ ସାମଲଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଟାଙ୍ଗୀ-ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ହିତାଧିକାରୀମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ଼ ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଟାଙ୍ଗୀ-ଚୌଦ୍ୱାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶୁତୋଷ ମିଶ୍ର, ସିଡିପିଓ ମନୋରମା ସ୍ୱାଇଁ, ସରପଞ୍ଚ ଅମୂଲ୍ୟ କୁମାର ସାହୁ, ସମାଜସେବୀ ସୁକୁମାର ମହାରଣା ଓ ମାନସ କୁମାର ସ୍ୱାଇଁ, ବାବାଜୀ ମହାନ୍ତି, ଯତୀନ୍ ସାହୁ, ନିହାର ରଞ୍ଜନ ମଲ୍ଲିକ, ମହିଳା ସଙ୍ଗଠିକା ଅନୁରାଧା ନାୟକ, ଜନ୍ମେଜୟ ଖିଲାର ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ