କେରଳରେ ବର୍ଷା ବିତ୍ପାତ୍ତ ବଢ଼ୁଛି ମୃତକଙ୍କ ସଂଖ୍ୟା

କେରଳରେ ବର୍ଷା ବିତ୍ପାତ୍ତ ବଢ଼ୁଛି ମୃତକଙ୍କ ସଂଖ୍ୟା

କେରଳରେ ବର୍ଷା ବିତ୍ପାତ୍ତ ବଢ଼ୁଛି ମୃତକଙ୍କ ସଂଖ୍ୟା


ଥିରୁଅନନ୍ତପୁରମ(ଏଜେନ୍ସି): ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ କେରଳ ଏକାଧିକ ଜିଲ୍ଲାର ଅବସ୍ଥା ସାଂଘାତିକ ହୋଇଛି । ଇତି ମଧ୍ୟରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୨୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ସେନା ବାହିନୀର କର୍ମଚାରୀ ନିୟୋଜିତ ହୋଇଛନ୍ତି । କୋଟ୍ଟାୟାମରେ ସର୍ବାଧିକ ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ ଇଡୁକ୍କିରେ ୯ ଜଣ ଓ ଅଲଫୁଜା ଜିଲ୍ଲାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେରଳରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷା ବିତ୍ପାତ୍ତର ସମୀକ୍ଷା କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ସହ କଥା ହୋଇ ସ୍ଥିତିର ଯାଞ୍ଚ କରିଥିବା ଟ୍ୱିଟ ଯୋଗ ସୂଚନା ଦେଇଛନ୍ତି । ସେହିପରି ରାଜ୍ୟର ରାଜସ୍ୱ ମନ୍ତ୍ରୀ କେ ରାଜନ ମୃତକଙ୍କ ପରିବାର ବର୍ଗଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏ ଆର୍ôଥକ କ୍ଷତିପୂରଣ ଘୋଷଣା କରିଛନ୍ତି ।
ସୂଚନା ଅନୁଯାୟୀ କେରଳରେ ପ୍ରବଳ ବର୍ଷ ହେବା ଯୋଗୁଁ ଅଚାନକ ପାଣି ମାଡ଼ି ଯାଇଥିଲା । ଫଳରେ ଅନେକ ସ୍ଥାନରେ ଘର ଭୁଶୁଡ଼ି ପଡ଼ିବା ସହ ଚାଷ ଜମିରେ ବନ୍ୟା ପାଣି ମାଡ଼ି ଯାଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏପରିକି ଯାନ ବାହନ ମଧ୍ୟ ଭାସି ଯାଇଛି । ଅନ୍ୟପକ୍ଷରେ କୋଟ୍ଟାୟାମ ଜିଲ୍ଲା ଲଗାଣ ବର୍ଷାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଗୁରୁବାର ଠାରୁ କେରଳ ବିଭିନ୍ନ ଜିଲ୍ଲାରରେ ପ୍ରବଳ ବର୍ଷା ଲାଗି ରହିଛି । ଏଥିପାଇଁ ଅନେକ ସ୍ଥାନରେ ଅଚାନକ ବନ୍ୟା ଆସିବା ସହ ଭୂସ୍ଖଳନ ମଧ୍ୟ ହୋଇଛି । ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆର୍ମି, ଏନଡିଆରଏଫ, ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି । ହେଲିକପ୍ଟର ଯୋଗେ ଭୂସ୍ଖଳନ ହୋଇଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି । କୋଟ୍ଟାୟମର କୋଟ୍ଟିକଲ ଓ ଇଡୁକ୍କିର କୋକ୍କାୟାର ଅଞ୍ଚଳରେ ଭୂସ୍ଖଳନ ଯୋଗୁ ଅନେକ ଲୋକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ନିଖୋଜ ଲୋକଙ୍କୁ ଠାବ କରିବା ପାଇଁ ଉଦ୍ଧାରକାର୍ଯ୍ୟ ରବିବାର ସକାଳୁ ଜାରି ରହିଛି । ମାଟିର ଧ୍ୱଂସାବଶେଷ ତଳକୁ ଉଦ୍ଧାରକାରୀ ଦଳ ୮,୭, ଓ ୪ ବର୍ଷର ତିନୋଟି ପିଲାଙ୍କ ମୃତଦେହ ମିଳିଛି । ସେମାନେ ପରସ୍ପରକୁ ଧରାଧରି ହୋଇ ମାଟି ଅତଡ଼ା ତଳେ ଫସି ରହିଥିଲେ । ଉଦ୍ଧାରକାରୀ ଦଳ କୋଟ୍ଟିକଲରୁ ଆଉ ୫ଟି ଶବ ଉଦ୍ଧାର କରିଛନ୍ତି । ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ । ଉଦ୍ଧାର କାର୍ଯ୍ୟରେ ନୌସେନାର ହେଲିକପ୍ଟର ମଧ୍ୟ ନିୟୋଜିତ କରାଯାଇଛି । ଯଦି ବର୍ଷା ନ ଛାଡ଼ିବ, ତା’ହେଲେ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ ବୋଲି କୋଟ୍ଟାୟମ ଜିଲ୍ଲାପାଳ ଆଶଙ୍କା କରିଛନ୍ତି । ଇଡୁକ୍କିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ୨ ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ମାଟି ଅତଡ଼ା ତଳୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି । ପ୍ରତିରକ୍ଷା ପିଆରଏଓ କହିଛନ୍ତି, ବର୍ଷା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଆଇଏନଏସ୍ ଗରୁଡ଼ରୁ ରିଲିଫ ସାମଗ୍ରୀ ଧରି ନୌସେନାର ହେଲିକପ୍ଟର ଯାଇଛି । ଦୁଇଟି ଏମଆଇ-୧୭ ହେଲିକପ୍ଟର ଏୟାରଫୋର୍ସ ଷ୍ଟେସନରେ ଷ୍ଟାଣ୍ଡାବାଇରେ ରହିଛି । ଦରକାର ପଡ଼ିଲେ ଉଦ୍ଧାର କାର୍ଯ୍ୟରେ ଏଗୁଡ଼ିକୁ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ସ୍ୱାସ୍ଥ୍ୟ