କେବୁଲ ଓ ଇଣ୍ଟରନେଟର ନୂଆ ଯୁଗ ଏସଏସ ଟିଭିର ଶୁଭାରମ୍ଭ

କେବୁଲ ଓ ଇଣ୍ଟରନେଟର ନୂଆ ଯୁଗ ଏସଏସ ଟିଭିର ଶୁଭାରମ୍ଭ

କେବୁଲ ଓ ଇଣ୍ଟରନେଟର ନୂଆ ଯୁଗ ଏସଏସ ଟିଭିର ଶୁଭାରମ୍ଭ


ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ଗୋଟିଏ କେବୁଲରେ ଇଣ୍ଟରନେଟ ଏବଂ ଟିଭିଚ୍ୟାନେଲ । ଏହି ସୁବିଧାକୁ ପ୍ରେସ କ୍ଲବଠାରେ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ଏହା ଦ୍ୱାରା ଓଡିଶାବାସୀ କମ ମୂଲ୍ୟରେ ଓ ବିନା ପ୍ରତିବନ୍ଧକରେ ଉଭୟ ଟିଭି ଓ ଇଣ୍ଟରନେଟ ସେବା ପାଇପାରିବେ । ଅନ୍ୟପକ୍ଷରେ ଏହା ବୈଷୟିକର ନୂଆଯୁଗ ଆରମ୍ଭ ହେଲା ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ । ଏସଏସ କେବୁଲସର ପ୍ରତିଷ୍ଠାତା ସୁଶାନ୍ତ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ସଞ୍ଜୟ ଦାସ, ମୁଖ୍ୟ ପରିଚାଳକ ପଙ୍କଜ ଦତ୍ତ ପ୍ରମୁଖ ଯୋଗଦେଇ ଅନ୍ୟ ଅପରେଟରମାନଙ୍କ ଠାରୁ ଶସ୍ତା, ସୁନ୍ଦର ଓ ଅଧିକ ସେବା ଏହି କେବୁଲରେ ପାଇପାରିବେ ବୋଲି ମତ ଦେଇଥିଲେ । ଉତ୍ସବରେ ଓଡ଼ିଶାର ଏଲ୍‌ସିଓ ଯୋଗଦେଇ ସେମାନେ କେବୁଲ ନେଟୱାର୍କରେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଏସଏସ କେବୁଲ ନେଟ ଓ ଏନଏସଟି ଡିଜିଟାଲ ସମାଧାନ କରିବା ସହ ଉପଯୁକ୍ତ ସେବା ଦେବବୋଲି ଆଶା ପ୍ରକଟ କରିଥିଲେ । ଏହି ଅବସରରେ ସମସ୍ତ ଏଲ୍‌ଏସିଓଙ୍କୁ ସମ୍ମାନିତ କରାଯାଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ