କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ: ଚିକିତ୍ସା ଅବହେଳା ଅଭିଯୋଗ

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ: ଚିକିତ୍ସା ଅବହେଳା ଅଭିଯୋଗ

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ: ଚିକିତ୍ସା ଅବହେଳା ଅଭିଯୋଗ

News by Allhad Kumar Mohanty (Kendrapada)

#କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): ରାଜ୍ୟରେ ଜନସାଧାରଣଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଚିକିତ୍ସା କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ନିମନ୍ତେ ଗୁରୁତ୍ୱ ଦେଉଛନ୍ତି । ମାତ୍ର ଚିକିତ୍ସକଙ୍କ ଅବହେଳା ଯୋଗୁଁ ରୋଗୀମାନେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେବା ଭଳି ସଂଗୀନ ଅଭିଯୋଗ ଉଠିଛି । ଏଭଳି ଅଭିଯୋଗ କେନ୍ଦ୍ରାପଡ଼ା ଜିଲ୍ଲାରୁ ଉଠିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଚିକିତ୍ସା ଅବହେଳାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ଖରିନାସୀ ଗାଁର ଆଦିତ୍ୟ ନାରାୟଣ ରାୟଙ୍କ ସ୍ତ୍ରୀ ରିଦ୍ଧି ରାୟଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଗତ ୧୪ ତାରିଖ ଦିନ ତାଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ୧୫ତାରିଖ ଅପରାହ୍ନ ପ୍ରାୟ ୪ଟା ୩୦ ସମୟରେ ସିଜରିଆନ କରାଯାଇ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ତେବେ ସେହିଦିନ ଭୋର୍ ପ୍ରାୟ ସାଢେ ୪ଟାରେ ରିଦ୍ଧିଙ୍କର ମୃତ୍ୟୁ ହୋଇଯାଇଥିଲା । ରାତିରେ ଡିଉଟିରେ ଥିବା ଡାକ୍ତର ଏବଂ ନର୍ସଙ୍କ ଅବହେଳା ଯୋଗୁଁ ରୋଗୀର ମୃତ୍ୟୁ ହୋଇଥିବା ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗରେ ଏହା ମଧ୍ୟ କୁହାଯାଇଛି ଯେ ମେଡିକାଲ କର୍ମଚାରୀ ତାଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ । ସେମାନେ ୩ ହଜାର ଟଙ୍କା ଦେଇଛନ୍ତି । ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ଯଦି ଏଭଳି ଅଭିଯୋଗ ସତ୍ୟ ହୋଇଥାଏ ତେବେ ରାଜ୍ୟ ସରକାର ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ନଚେତ ରାଜ୍ୟସରକାରଙ୍କ ସମସ୍ତ ଉଦ୍ୟମ ପାଣିରେ ପଡ଼ିବା ସାର ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ