କେନ୍ଦ୍ରାପଡ଼ା କାର୍ତ୍ତିକେଶ୍ୱର ଭସାଣିରେ ବାଣ ଫୁଟି ୩୦ ଆହତ, ସଙ୍କଟରେ ୪ ଜଣ

କେନ୍ଦ୍ରାପଡ଼ା କାର୍ତ୍ତିକେଶ୍ୱର ଭସାଣିରେ ବାଣ ଫୁଟି ୩୦ ଆହତ, ସଙ୍କଟରେ ୪ ଜଣ

କେନ୍ଦ୍ରାପଡ଼ା କାର୍ତ୍ତିକେଶ୍ୱର ଭସାଣିରେ ବାଣ ଫୁଟି ୩୦ ଆହତ, ସଙ୍କଟରେ ୪ ଜଣ

News by Allhad Kumar Mohanty (Kendrapada)

କେନ୍ଦ୍ରାପଡ଼ା (ଏନ୍‍.ଏମ୍‍.): କାର୍ତ୍ତିକେଶ୍ୱର ଭସାଣି ଉତ୍ସବ ପାଇଁ କେତେ ସଜବାଜ, ଘରେ ଘରେ କୁଣିଆ ଆଉ ବିଭିନ୍ନ ପ୍ରକାର ଖାଦ୍ୟର ପ୍ରସ୍ତୁତି । ବଡ଼ ଆଡ଼ମ୍ବର ପୂର୍ଣ୍ଣ ଭାବେ ହସଖୁସିରେ ଏହି ଉତ୍ସବକୁ ପାଳନ କରିବାକୁ ଅଞ୍ଚଳବାସୀ ଆଗେଇ ଆସିଥିବାବେଳେ କିଏ ବା ଜାଣିଥିଲା କାର୍ତ୍ତିକେଶ୍ୱର ଭସାଣି ଘରେ ଘରେ ଲୁହ ଆଣିଦେବ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ବାଲିଆ ବଜାରରେ । କାର୍ତ୍ତିକେଶ୍ୱର ଭସାଣିରେ ବାଣ ଫୁଟି ୩୦ରୁ ଅଧିକ ଆହତ ହୋଇଥିବାବେଳେସେମାନଙ୍କ ଭିତରୁ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି । କାହାର ସମ୍ପୂର୍ଣ୍ଣ ଶରୀର ଜଳି ଯାଇଛି ତ କାହାର ସମଗ୍ର ଶରୀର ରକ୍ତାକ୍ତ ହୋଇଯାଇଛି । ଏଥିରେ ବେଶୀ ମହିଳା ଓ ଶିଶୁ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ଚାଲିଥିବା ବାଣ ପ୍ରତିଯୋଗିତା ବେଳେ ଏଭଳି ଦୁର୍ଘଟଣା ଘଟିଛି । ରାତି ପ୍ରାୟ ସାଢ଼େ ୯ଟା ବେଳେ ଏହି ଅଘଟଣ ଘଟିଛି । ଗୋଟିଏ ବାଣ ଫୁଟିବା ପରେ ଏହାର ନିଆଁ ଯାଇ ବାଣୁଆ ଷ୍ଟକ୍ ରଖିଥିବା ବାଣ ଉପରେ ପଡ଼ିଥିଲା । ତା’ପରେ ସମସ୍ତ ବାଣ ଏକାବେଳେ ଫୁଟିବାରୁ ପ୍ରଚଣ୍ଡ ଶବ୍ଦ କରିବା ସହ ଏହା ଚାରିଆଡ଼କୁ ଛିଟିକି ଥିଲା । ଫଳରେ ଭସାଣିରେ ମସଗୁଲ ଥିବା ଏବଂ ଉତ୍ସବ ପାଇଁ ପସରା ଖୋଲିଥିବା ଲୋକଙ୍କ ଉପରେ ବାଣ ନିଆଁ ପଡ଼ିଥିଲା । ଫଳରେ ଏଥିରେ ୩୦ରୁ ଅଧିକ ଲୋକ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଉଛି । ସେପଟେ କେନ୍ଦ୍ରାପଡ଼ା ଡାକ୍ତରଖାନାର ଜଳାପୋଡ଼ା ଚିକିତ୍ସା ବିଭାଗରେ ଆବଶ୍ୟକ ସଂଖ୍ୟକ ଶଯ୍ୟା ନଥିବାରୁ ଏକ ସମୟରେ ଏତେ ସଂଖ୍ୟକ ଆହତଙ୍କୁ କିପରି ଚିକିତ୍ସା କରାଯିବ ସେ ନେଇ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ଆମ୍ବୁଲାନ୍ସରେ ଅଧିକାଂଶ ଆହତଙ୍କୁ କଟକ ପଠାଇବାକୁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି । ସେପଟେ ଅଘଟଣ ପରେ କେନ୍ଦ୍ରାପଡ଼ା ମେଡିକାଲରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଆହତଙ୍କ ପରିଜନଙ୍କ କାନ୍ଦରେ ଡାକ୍ତରଖାନାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ଘଟଣା ସମ୍ପର୍କରେ ଜାଣିବା ପ୍ରଶାସନିକ ପଦାଧିକାରୀ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ