କୂଳକଳପଡ଼ା ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ

କୂଳକଳପଡ଼ା ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ

କୂଳକଳପଡ଼ା ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ

News by Umakanta Jena (Cuttack Sadar)

#କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବୟାଳିଶ ମୌଜା ଅନ୍ତର୍ଗତ କୂଳକଳପଡ଼ା ଗ୍ରାମରେ ୧୧ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ବିଶ୍ୱରୁ ରୋଗ, ଶୋକ ତଥା ବିଭିନ୍ନ ବିପର୍ଯ୍ୟୟକୁ ମୁକ୍ତି ପାଇବା ପାଇଁ ବୈଦିକ ରୀତିରେ ଏହି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଅଞ୍ଚଳର ବିଜ୍ଞ ପଣ୍ଡିତମାନଙ୍କୁ ନେଇ ଆୟୋଜିତ ତ୍ରି ଦିବସୀୟ ମହାଯଜ୍ଞର ପ୍ରାରମ୍ଭରେ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ କଳସ ଶୋଭାଯାତ୍ରାରେ ଯୋଗଦେଇଥିଲେ । ନବ ବସ୍ତ୍ର ପରିଧାନ ପୂର୍ବକ କାଠଯୋଡ଼ି ନଦୀଘାଟରୁ ଭରା କଳସ ଧରି ଶୋଭାଯାତ୍ରାରେ ଯଜ୍ଞ ବେଦୀକୁ ଆସିଥିଲେ । ଏହାପରେ ସୂର୍ଯ୍ୟପୂଜା, ଘଟ ସ୍ଥାପନ, ଗୋପୂଜା ଆଜି ସମାପନ କରାଯିବା ପରେ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସାଂଧ୍ୟ ଅଧିବେଶନରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଭଜନ ପରିବେଷଣ ସହ କୁନିକୁନି ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲା । ଯଜ୍ଞର କର୍ତ୍ତା ଭାବେ ସଦାଶିବ ପରିଡା କର୍ତ୍ତୀଭାବେ ତାଙ୍କର ପତ୍ନୀ ସଂଗୀତା ଜେନା ଉପସ୍ଥିତଥିବାବେଳେ ଯଜ୍ଞ କମିଟି ସଭାପତି ସଞ୍ଜିବ ବିଶ୍ୱାଳ, ସମ୍ପାଦକ ଗୋପାଳ ପରିଡ଼ା, କୋଷାଧ୍ୟକ୍ଷ ପ୍ରସନ୍ନ ପରିଡା, ମନୋଜ ପରିଡା, ସତ୍ୟରଞ୍ଜନ ମହାପାତ୍ର, ପଙ୍କଜ ମହାପାତ୍ରଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଗ୍ରାମର ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ