କୁହୁଳୁଛି ମମିତା ନିଆଁ: ନଭେମ୍ବର ୧୨ ତାରିଖ ଓଡିଶା ବନ୍ଦ ପାଇଁ କଂଗ୍ରେସର ଡାକରା

କୁହୁଳୁଛି ମମିତା ନିଆଁ: ନଭେମ୍ବର ୧୨ ତାରିଖ ଓଡିଶା ବନ୍ଦ ପାଇଁ କଂଗ୍ରେସର ଡାକରା

କୁହୁଳୁଛି ମମିତା ନିଆଁ: ନଭେମ୍ବର ୧୨ ତାରିଖ ଓଡିଶା ବନ୍ଦ ପାଇଁ କଂଗ୍ରେସର ଡାକରା


କଟକ(ଏନ୍‌.ଏମ୍‌.): ଆସନ୍ତା ନଭେମ୍ବର ୧୨ତାରିଖ ଓଡିଶା ବନ୍ଦ ଆହ୍ୱାନକୁ କଟକ ସହରରେ ସଫଳ କରିବା ପାଇଁ ଆଜି କଟକ ନଗର (ଜିଲ୍ଲା) କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୁରିଘାଟ ସ୍ଥିତ କଂଗ୍ରେସ କାର୍ଯ୍ୟାଲୟରେ କମିଟିର ସମସ୍ତ କର୍ମକର୍ତ୍ତା, ବରିଷ୍ଠ କଂଗ୍ରେସ ନେତା, ପୂର୍ବତନ କର୍ପୋରେଟର, ଯୁବ କଂଗ୍ରେସ ମହିଳା କଂଗ୍ରେସ, ଛାତ୍ର କଂଗ୍ରେସ, କଂଗ୍ରେସ ସଂଖ୍ୟାଲଘୁ ବିଭାଗ ସମେତ ବ୍ଲକ ଓ ୱାର୍ଡ କଂଗ୍ରେସ କର୍ମକର୍ତ୍ତାମାନେ ଆଲୋଚନା କରିଥିଲେ । କମିଟି ସଭାନେତ୍ରୀ ଗିରିବାଳା ବେହେରା ପୌରହିତ୍ୟ କରି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ମୁଖ୍ୟଅତିଥି ଭାବେ ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ଯୋଗଦେଇ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାକୁ ଦୀର୍ଘ ଏକ ମାସ ହୋଇ ଯାଇଥିଲେ ମଧ୍ୟ ଘଟଣାର ନିରପେକ୍ଷ ତଦନ୍ତ ନହୋଇ ପାରିବା ଦୁଃର୍ଭାଗ୍ୟଜନକ ବୋଲି ମତପ୍ରକାଶ କରିଥିଲେ । ଏଥି ସହ ଏଭଳି ସଙ୍ଗିନ ଓ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ଚୁପ ରହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଥିଲେ । ମମିତା ମେହେରଙ୍କ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ହୋଇପାରୁନାହିଁ, ପୁଲିସ ଶାସକ ବିଜେଡି ଦଳନେତା, ମନ୍ତ୍ରୀଙ୍କୁ ସୁହାଇଲା ଭଳି ତଦନ୍ତ କରୁଛି ବୋଲି ମଧ୍ୟ ବିଧାୟକ ଅଭିଯୋଗ ଆଣିଛନ୍ତି । ତେବେ ଏହାକୁ ନେଇ ଜାତୀୟସ୍ତରରେ ଦିଲ୍ଲୀର ଯନ୍ତରମନ୍ତର ଠାରେ ଏକ ବିରାଟ ଗଣଧାରଣା ପ୍ରତିବାଦ ପ୍ରଦର୍ଶନ କରାଯିବ ବୋଲି ବିଧାୟକ ଇଂ. ମୋକିମ ସୂଚନା ଦେଇଥିଲେ । ଓଡିଶା ବନ୍ଦକୁ ସଫଳ କରିବାକୁ ଚଳିତ ୧୧ତାରିଖ ଦିନ କଟକ ସହରରେ ସଚେତନତା ଯାତ୍ରା ଅନୁଷ୍ଠିତ ହୋଇ ସମାଜର ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟସାୟିକ ପ୍ରତିଷ୍ଠାନମାନଙ୍କୁ ବନ୍ଦ ଆନ୍ଦୋଳନରେ ସହଯୋଗ କରିବାକୁ ନିବେଦନ କରାଯିବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶୈଳବାଳା ଜେନା, ତୃପ୍ତି ଦାସ, କମଲେସ ସାଗର, ସେକ ସମ୍ମିମଉଲ୍ଲା, କାଶୀନାଥ ମଲ୍ଲିକ, ରଶ୍ମୀରଞ୍ଜନ ମିଶ୍ର, ସୂର୍ଯ୍ୟମଣି ମହାନ୍ତି, ସେକ ଜିଆଉଦ୍ଦିନ, ଅଶ୍ୱିନୀ ମହାରଣା, ବିଭୁ ପ୍ରସନ୍ନ ମହାପାତ୍ର, ଶରତ ଚନ୍ଦ୍ର ଶେଠୀ, ହିମାଂଶୁ ରାଉତ, ସନ୍ତୋଷ ପାତ୍ର, ଦେବୀ ପ୍ରସନ୍ନ ମହାପାତ୍ର, ଗୌରୀ ଦାସ, ବୈଶାଳୀ ବେହେରା, ସବିତା ନାୟକ, ଏନ ନୀଳାଦ୍ରି ରାଓ, ସେକ ନଜିର, ଲିଜାରାଣୀ ରାଉତ, ଶ୍ରୀୟା ସଂବେଦନା, ଆକାଶ ଭୁୟାଁ, ସନ୍ତୋଷ ଲେଙ୍କା, ଅଲେଖ ବେହେରା, ଗାୟତ୍ରୀ ମଲ୍ଲ, ମାନସ ପରିଡା, ପ୍ରତାପ ଚନ୍ଦ୍ର ପରିଡା, ଅଜୟ ରାଉତ, ପ୍ରଶାନ୍ତ ମହାନ୍ତି, ମୀର ମୁଜାଫର ଅଲ୍ଲୀ, ଅଜିତ ବେହେରା, ଜନ ଆଶୁତୋଷ ଦାସ, ରାଜେନ୍ଦ୍ର ପଣ୍ଡା, ପ୍ରମୋଦ ପାତ୍ର, ରଶ୍ମିକାନ୍ତ ସାମଲ, ସ୍ୱର୍ଣ୍ଣପ୍ରଭା ଲେଙ୍କା, ସେକ ଗୁଲାମ ମୋଇଦ୍ଦିନ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ