କୁମ୍ଭକର୍ଣ୍ଣ ନିଦ୍ରାରେ ବିଦ୍ୟୁତ ବିଭାଗ: ମୁଖ୍ୟ ରାସ୍ତା ଉପରେ ଝୁଲୁଛି ୧୧କେଭି ବିଦ୍ୟୁତ ତାର

କୁମ୍ଭକର୍ଣ୍ଣ ନିଦ୍ରାରେ ବିଦ୍ୟୁତ ବିଭାଗ: ମୁଖ୍ୟ ରାସ୍ତା ଉପରେ ଝୁଲୁଛି ୧୧କେଭି ବିଦ୍ୟୁତ ତାର

କୁମ୍ଭକର୍ଣ୍ଣ ନିଦ୍ରାରେ ବିଦ୍ୟୁତ ବିଭାଗ: ମୁଖ୍ୟ ରାସ୍ତା ଉପରେ ଝୁଲୁଛି ୧୧କେଭି ବିଦ୍ୟୁତ ତାର

News by Kanhu Charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): ଜଗତପୁର ୪୮ନମ୍ବର ୱାର୍ଡ ଫକୀରପୁର ବଉଳେଇ ସାହି ରାସ୍ତା ଉପରେ ୧୧କେଭି ବିଦ୍ୟୁତ ତାର ଝୁଲି ରହିଥିବା ଦେଖି ଲୋକେ ଭୟଭୀତ ହୋଇ ପଡିଛନ୍ତି । ଦୀର୍ଘ ଦିନ ଧରି ଝୁଲନ୍ତା ଅବସ୍ଥାରେ ଉଚ୍ଚକ୍ଷମତା ସମ୍ପନ୍ନ ସକ୍ରିୟ ବିଦ୍ୟୁତ ତାର ରହିବା ଯୋଗୁଁ କେତେବେଳେ ଅଘଟଣ ଘଟିବାର ଆଶଙ୍କା ରହିଛି । ତେବେ ଏ ନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଦ୍ୟୁତ ବିଭାଗ ବେଫିକର ରହିଥିବା ଯୋଗୁଁ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ ଗତ ୧୪ତାରିଖ ରାତିରେ ଫକୀରପୁର ବଉଳେଇ ସାହିରେ ୧୧ କେଭି ତାର ଯାଇଥିବା ବିଦ୍ୟୁତ ଖୁଣ୍ଟଟି ହଠାତ୍ ରାସ୍ତା ଉପରକୁ ଶୋଇ ଯାଇଥିଲା । ତା’ପର ଦିନ ବିଦ୍ୟୁତ ଖୁଣ୍ଟକୁ ହଟାଇ ଜଗତପୁର ବିଦ୍ୟୁତ ବିଭାଗର ଜେଇଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ପ୍ରାୟ ୪ ରୁ ୫ ଘଣ୍ଟା ବିଦ୍ୟୁତ କାଟ କରି ଖୁଣ୍ଟରୁ ୧୧କେଭି ତାର ଓ ଘରୋଇ ସର୍ଭିସ ତାର କାଢି ରାସ୍ତା ଉପରେ ଝୁଲାଇ ଦେଇଥିବାବେଳେ ବିଦ୍ୟୁତ ଖୁଣ୍ଟଟିକୁ ରାସ୍ତା କଡରେ ପକେଇ ଦେଇ ଯାଇଛନ୍ତି । ମୁଖ୍ୟତଃ ଏହି ରାସ୍ତା ଦେଇ ସ୍କୁଲ ବସ ଓ ବିଭିନ୍ନ ବଡ ଗାଡି ଯାତୟାତ କରିବାକୁ ଭୟ କରୁଛନ୍ତି । ରାସ୍ତାରେ ଯାତୟାତ କରୁଥିବା ସାଧାରଣ ଲୋକେ ମଧ୍ୟ ମୁଣ୍ଡ ଉପରେ ବିଦ୍ୟୁତ ତାର ଦେଖି ଭୟ ପ୍ରକାଶ କରୁଛନ୍ତି । ତେବେ ଉପଭୋକ୍ତାମାନଙ୍କୁ ଉନ୍ନତମାନର ସେବା ଯୋଗାଇଦେବା ପାଇଁ ଡିଣ୍ଡିମ ପିଟୁଥିବା ଟାଟା ପାୱାର ସଂସ୍ଥା କେବଳ ଗ୍ରାହକମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ଉଠୁଛି । ବିଭିନ୍ନ ସ୍ଥାନରେ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଉପଭୋକ୍ତାମାନେ ବିଦ୍ୟୁତ ସେବା ଠିକ୍ ଭାବେ ପାଉନଥିବାବେଳେ ସଂସ୍ଥା କେବଳ ବର୍ଦ୍ଧିତ ହାରରେ ବିଦ୍ୟୁତ ବିଲ ଆଦାୟ କରିବାରେ ବ୍ୟସ୍ତ ରହୁଥିବା ସାଧାରଣରେ ଅଭିଯୋଗ ହେଉଛି । ଏପରିକି ଉପଭୋକ୍ତାମାନଙ୍କୁ ସଂସ୍ଥା କର୍ତ୍ତୃପକ୍ଷ ଶୋଷଣ କରି ମେରୀରାୟ ନୀତି ଚଳାଉଥିବାବେଳେ ଏ ନେଇ ରାଜ୍ୟ ସରକାର କାହିଁକି ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ବିଦ୍ୟୁତ ବିଲ ପଇଠ କରିବାରେ ଗୋଟିଏ ମାସ ବିଳମ୍ବ ହେଲେ କର୍ମଚାରୀମାନେ ଦଳ ବଳ ନେଇ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିପକାଉଥିବାବେଳେ ଗାଁ ଗହଳିରେ ବିପଦପୂର୍ଣ୍ଣ ଭାବେ ଥିବା ବିଦ୍ୟୁତ ତାରର ରକ୍ଷଣାବେକ୍ଷଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ ଅଞ୍ଚଳରେ ଜନଅସନ୍ତୋଷ କୁହୁଳୁଥିବାବେଳେ ଖୁବ ଶିଘ୍ର ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ