କାରଖାନାରେ ଭୟାବହ ଅଗ୍ନିକାଣ୍ଡ:ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

କାରଖାନାରେ ଭୟାବହ ଅଗ୍ନିକାଣ୍ଡ:ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

କାରଖାନାରେ ଭୟାବହ ଅଗ୍ନିକାଣ୍ଡ:ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ


ଜଗତପୁର(ଏନ୍‌.ଏମ୍‌.): ଜଗତପୁର ନୂତନ ଶିଳ୍ପାଞ୍ଚଳ ଫେଜ୍‌-୧ ସ୍ଥିତ ଏକ ଅଗରବତୀ କାରଖାନାରେ ରବିବାର ସଂଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ,କଞ୍ଚାମାଲ ଓ ଅଗରବତୀ ପୋଡି ନଷ୍ଟ ହୋଇଯାଇଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛି । ସୂଚନା ମୁତାବକ,ନୂତନ ଶିଳ୍ପାଞ୍ଚଳ ଫେଜ୍‌-୧ରେ ଥିବା ଏସ ଏସ ଏଣ୍ଟରପ୍ରାଇଜେସ ନାମକ ଏକ ଅଗରବତୀ କାରଖାନା ରହିଛି । ତେବେ ରବିବାର ଉକ୍ତ କାରଖାନା ବନ୍ଦ ଥିବାବେଳେ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ହଠାତ୍ କାରଖାନା ପରିସର ଜଳିବାକୁ ଲାଗିଥିଲା । ଯାହାଦ୍ୱାରା କାରଖାନାର ଯନ୍ତ୍ରାଂଶ ସମେତ କଞ୍ଚାମାଲ ଓ ଅଗରବତୀ ଜଳି ଭସ୍ମୀଭୂତ ହୋଇଯାଇଛି । ଦୀର୍ଘ ୩ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ କର୍ମଚାରୀ କସରତ କରିଥିଲେ ବି କାରଖାନାର ସମସ୍ତ ଆସବାବ ପତ୍ର ଜଳିପୋଡି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୫ ଗୋଟି ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି । ତେବେ ନିଆଁ ଲାଗିବା ସମ୍ପର୍କରେ କାରଖାନା ମ୍ୟାନେଜରଙ୍କୁ ପଚାରିବାରେ ସେ କୌଣସି ଉତ୍ତର ଦେଇ ନଥିବା ବେଳେ ସର୍ଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସଧାରନରେ ଚର୍ଚ୍ଚା ହେଉଛି । ଏହି କାରଖାନାଟିରେ ମଙ୍ଗଲଦୀପ ଧୂପ ତିଆରୀ ହେଉଛି ବୋଲି ସୂଚନା ମିଳିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି