କର୍ପୋରେଟର ପ୍ରାର୍ଥିନୀ ମମତା ନାୟକଙ୍କ ନାମାଙ୍କନ ପତ୍ର ଦାଖଲ

କର୍ପୋରେଟର ପ୍ରାର୍ଥିନୀ ମମତା ନାୟକଙ୍କ ନାମାଙ୍କନ ପତ୍ର ଦାଖଲ

କର୍ପୋରେଟର ପ୍ରାର୍ଥିନୀ ମମତା ନାୟକଙ୍କ ନାମାଙ୍କନ ପତ୍ର ଦାଖଲ


ଜଗତପୁର(ଏନ୍‌.ଏମ୍‌.): ଚଳିତ କଟକ ମହାନଗର ନିଗମ ନିର୍ବାଚନରେ ପ୍ରାର୍ଥି ପତ୍ର ଦାଖଲ ଚତୁର୍ଥ ଦିନରେ ଜଗତପୁର ଅନତର୍ଗତ ଦୁଇ ଗୋଟି ୱାର୍ଡ ମଧ୍ୟରୁ ପ୍ରଥମ କରି ୪୮ ନମ୍ବର ୱାର୍ଡର ଜଣେ ମହିଳା ସ୍ୱାଧିନ ପ୍ରାଥି ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ୱାର୍ଡଟି ସଂରକ୍ଷିତ ମହିଳାଙ୍କ ନିମନ୍ତେ ଆସନ ହୋଇଥିବାରୁ ପୁରୁଣା ଜଗତପୁର ଗ୍ରାମର ମମତା ନାୟକ ସ୍ୱାଧିନ ପ୍ରାର୍ଥିନୀ ଭାବେ ସମର୍ଥକମାନଙ୍କ ସହିତ କଟକ ଚୌଧୁରୀ ବଜରାର ସ୍ଥିତ ସିଏମସି କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ପୂର୍ବାହ୍ନରେ ପୁରୁଣା ଜଗତପୁର ଗ୍ରାମ ଦେବତୀ ମା’ ଅନ୍ଧାରୀ ଠାକୁରାଣି ମନ୍ଦିରରେ ପୂଜାର୍ଚ୍ଚନା କରି ଶତାଧିକ ପୁରୁଷ ମହିଳା ଓ ଗ୍ରାମ ମୁରବୀ ଶ୍ରେଣୀୟ ବ୍ୟକ୍ତିମାନଙ୍କ ସହିତ ବିଭିନ୍ନ ସାହି ପରିପରିକ୍ରମା କରି ଏକ ବିରାଟ ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରି ନିମପୁର କୃଷ୍ନେଶ୍ୱର ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ପ୍ରଭୁଙ୍କର ଦର୍ଶନ କରି ସାଥିରେ ନିର୍ଦ୍ଦିଷ୍ଟ କିଛି ସର୍ମଥକଙ୍କୁ ନେଇ କଟକ ଚୌଧୁରୀ ବଜାରସ୍ଥିତ ସିଏମସି କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶ୍ରୀମତୀ ନାୟକଙ୍କ ସହିତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଯୁବ କାର୍ଯ୍ୟକର୍ତ୍ତା ଓ ମୁରବୀମାନଙ୍କ ମଧ୍ୟରେ ମହେନ୍ଦ୍ର ନାୟକ, କାହ୍ନୁ ଚରଣ ବେହେରା, ବିଷ୍ଣୁ ମଲ୍ଲିକ, ରବିନ୍ଦ୍ର ମଲିଲିକ, ମନୋଜ ବେହେରା, ସୁବ୍ରତ ସାହୁ, ଖିରୋଦ ସାହୁ, ନାଗୁ ସାମଲ, ଦୀପକ ମହାନ୍ତି, ମନୋଜ ସ୍ୱାଇଁ, ମାନସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ