କରୋନା କଟକଣା: ଏଥର ପଞ୍ଚକରେ ଶ୍ରଦ୍ଧାଳୁଙ୍କ ପାଇଁ ବାବା ଧବଳେଶ୍ୱରଙ୍କ ଦର୍ଶନ ମନା, ପୂର୍ଣ୍ଣମୀ ପର୍ଯ୍ୟନ୍ତ ୧୪୪ ଧାରା

କରୋନା କଟକଣା: ଏଥର ପଞ୍ଚକରେ ଶ୍ରଦ୍ଧାଳୁଙ୍କ ପାଇଁ ବାବା ଧବଳେଶ୍ୱରଙ୍କ ଦର୍ଶନ ମନା, ପୂର୍ଣ୍ଣମୀ ପର୍ଯ୍ୟନ୍ତ ୧୪୪ ଧାରା

କରୋନା କଟକଣା: ଏଥର ପଞ୍ଚକରେ ଶ୍ରଦ୍ଧାଳୁଙ୍କ ପାଇଁ ବାବା ଧବଳେଶ୍ୱରଙ୍କ ଦର୍ଶନ ମନା, ପୂର୍ଣ୍ଣମୀ ପର୍ଯ୍ୟନ୍ତ ୧୪୪ ଧାରା


#ଆଠଗଡ଼(ଏନ୍‌.ଏମ୍‌.): କରୋନା ସଂକ୍ରମଣ ଯୋଗୁଁ ସମସ୍ତ ପର୍ବପର୍ବାଣୀ ପାଳନ ଉପରେ ପ୍ରଶାସନିକ କଟକଣା ଲଗାଯାଇଛି । ସମ୍ପ୍ରତି କରୋନାର ସଂକ୍ରମଣ ନିୟନ୍ତ୍ରଣାଧିନ ଥିଲେ ମଧ୍ୟ ପୁଣି ବୃଦ୍ଧି ପାଇବା ଆଶଙ୍କାରେ ସରକାର ଓ ପ୍ରଶାସନ ପକ୍ଷରୁ କଟକଣାକୁ ବଳବତ୍ତର ରଖାଯାଇଛି । ବିଶେଷ କରି ପୂର୍ବଭଳି କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ ବହୁ ଜନସମାଗମ ଉପରେ ଅଙ୍କୁଶ ଲାଗିଛି । ତେବେ ପବିତ୍ର କାର୍ତ୍ତିକ ମାସରେ ଶିବ ଉପସନା କରିବାର ନିୟମ ଥିବାବେଳେ ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେବେ ଏହି ଦେବାଳୟ ମାନଙ୍କରେ କରୋନା ସଂକ୍ରମଣ ଆଶଙ୍କା ରହିଥିବାରୁ କାର୍ତ୍ତିକବ୍ରତ ପାଳନ ନେଇ ଦେବାଳୟକୁ ଦର୍ଶକଙ୍କ ପାଇଁ ମନା ହୋଇଛି । ଏଥି ସହିତ ବିଭିନ୍ନ ଦେବାଳୟରେ ୧୪୪ଧାରା ମଧ୍ୟ ଜାରି କରାଯାଇଛି । ବିଶେଷ କରି କାର୍ତ୍ତିକ ବ୍ରତ ବା ପଞ୍ଚକ ନିମନ୍ତେ ଅଁଳା ନବମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ବିଭିନ୍ନ ଶିବାଳୟରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥାଏ । ସେହିଭଳି କଟକ ଜିଲ୍ଲା ଆଠଗଡ଼ ବ୍ଲକ ବାବା ଧବଳେଶ୍ୱରଙ୍କ ପୀଠ ଅନ୍ୟତମ । ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି । ଏଥି ସହିତ ବାବା ଧବଳେଶ୍ୱରଙ୍କ ବଡ଼ଓଷା ପାଳନ ନେଇ ଧାର୍ମିକ ବିଶ୍ୱାସ ଥିବାରୁ ଏଠାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେଣୁ ଏଠାରେ କରୋନା ସଂକ୍ରମଣ ଆଶଙ୍କା ରହିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ନିଷେଧାଦେଶ ଦିଆଯାଇଛି । ସାଧାରଣ ଶ୍ରଦ୍ଧାଳୁଙ୍କ ନିମନ୍ତେ ଚଳିତ ବର୍ଷ ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଦର୍ଶନ ବନ୍ଦ ରହିଛି । ଆଜି ଠାରୁ ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଆରମ୍ଭ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି । ଆଜିଠୁ ୧୯ ତାରିଖ ଯାଏଁ ପୀଠରେ ୧୪୪ ଧାରା ବଳବତ୍ତର ରହିବ । କେବଳ ବିଧି ରକ୍ଷା ପାଇଁ ବାବା ଧବଳେଶ୍ୱରଙ୍କ ସମସ୍ତ ନୀତିକାନ୍ତି ହେବାକୁ ଅନୁମତି ରହିଥିବାବେଳେ ସୀମିତ ସେବାୟତ ଓ ବିନା ଶ୍ରଦ୍ଧାଳୁଙ୍କ ସମାବେଶରେ ଏହା ପାଳନ କରାଯିବ ବୋଲି ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଆଜି ପବିତ୍ର ରାଧା ପାଦ ଦର୍ଶନ ତିଥି ରହିଥିବା ଯୋଗୁ ସାକ୍ଷୀ ଗୋପାଳ ସ୍ଥିତ ଗୋପିନାଥ ଦେବ ମନ୍ଦିର ପରିସରରେ ମଧ୍ୟ ୧୪୪ ଧାରା ଜାରି କରାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ