କରୋନା କଟକଣା ଉଲ୍ଲଙ୍ଘନ ମହଙ୍ଗା ପଡ଼ିଲା: ବିବାହ ଭୋଜିବେଳେ ପୁଲିସର ଚଢ଼ାଉ, ୨୦ହଜାର ଟଙ୍କା ଜୋରିମାନା

କରୋନା କଟକଣା ଉଲ୍ଲଙ୍ଘନ ମହଙ୍ଗା ପଡ଼ିଲା: ବିବାହ ଭୋଜିବେଳେ ପୁଲିସର ଚଢ଼ାଉ, ୨୦ହଜାର ଟଙ୍କା ଜୋରିମାନା

କଟକ(ଏନ୍.ଏମ୍.): ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ନିମନ୍ତେ ରାଜ୍ୟସରକାର ଲକଡାଉନ ଓ ସଟଡାଉନ ଭଳି କଠୋର ପଦକ୍ଷେପ ନିଆଯାଇଛି । ସଂକ୍ରମଣର ଚେନ୍କୁ ଭାଙ୍ଗିବା ତଥା ନିଜକୁ ସୁରକ୍ଷିତ ରଖିବା ଲାଗି ବାରମ୍ବାର ସଚେତନ ମଧ୍ୟ କରାଯାଉଛି । କରେନା ସଂକ୍ରମଣକୁ ରୋକିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବିବାହ, ବ୍ରତ ତଥା ସୁଦ୍ଧିକ୍ରିୟାରେ ମଧ୍ୟ କେତେଜଣ ଲୋକ ସାମିଲ ହୋଇ ପାରିବେ ତାହା ନେଇ ଏକ ଗାଇଡ଼ଲାଇନ ଜାରି କରାଯାଇଛି । କିନ୍ତୁ ଲୋକେ ଏହି ନିୟମକୁ ନମାନି ଛାତ ଉପରେ ଲୋକ ଠୁଳ କରି ବିବାହ ଉତ୍ସବ କରୁରଥିବା ଦେଖିବାକୁ ମିଳିଛି । ଆଜି କଟକରେ ଜଣେ ବ୍ୟକ୍ତି ବିବାହ ଆୟୋଜନ କରିଥିଲାବେଳେ ଖବର ପାଇ ସିଏମସି, ସିଡିଏ ଏନଫୋର୍ସମେଣ୍ଟ ଟିମ ଓ ପୁଲିସ ଚଢଉ କରି ଜୋରିମାନା ଆଦାୟ କରିଥିବା ଜଣାପଡ଼ିଛି ।
ଖବର ନେବାରେ ଜଣାପଡ଼ିଛି ଯେ, ପୁରୀଘାଟ ଥାନା ଅନ୍ତର୍ଗତ ପିଠାପୁର ଖୁଣ୍ଟିଆ ଲେନରେ ଶୈଳ ମହାପାତ୍ରଙ୍କ ଝିଆରୀର ବାହାଘର ନିମନ୍ତେ ସେ ତାଙ୍କ ଘରର ଛାତ ଉପରେ ସମସ୍ତ ପ୍ରକାର ବନେ୍ଦବାସ୍ତ କରିଥିଲେ । ଉଭୟ ବର ଓ କନ୍ୟା ପକ୍ଷ ନିମନ୍ତେ ଛାତ ଉପରେ ଖାଦ୍ୟପେୟର ବ୍ୟବସ୍ଥା ହୋଇଥିଲା । ତେବେ ନିୟମାନୁସାରେ ବାହାଘରରେ ସର୍ବାଧିକ ୨୫ ଜଣ ଉପସ୍ଥିତ ରହିବା ସହ ପାର୍ସଲରେ ଖାଦ୍ୟ ଦିଆଯିବ । କିନ୍ତୁ ସେ ବନ୍ଧୁବାନ୍ଧବ ଓ ସାହିପଡିଶାଙ୍କୁ ମିଶାଇ ପ୍ରାୟ ୨୦୦ଲୋକଙ୍କ ନିମନ୍ତେ ଭୋଜିଭାତର ଆୟୋଜନ କରିଥିଲେ । ଦିନବେଳା ବାହାଘର କାର୍ଯ୍ୟ ଶେଷ ହେବା ପରେ ଛାତ ଉପରେ ଖାଇବା ପିଇବା ଚାଲିଥିଲା । ତେବେ ଏନେଇ ସୂଚନା ପାଇ କଟକ ମହାନଗର ନିଗମ(ସିଏମସି) ଓ ପୁରୀଘାଟ ପୁଲିସ ତୁରନ୍ତ ସେଠାରେ ଚଢଉ କରି ଅନେକ ଲୋକ ଛାତ ଉପରେ ଭିଡ ଜମାଇଥିବା ଦେଖିବାକୁ ପାଇଥିଲେ । ପୁଲିସ ସେମାନଙ୍କୁ ତୁରନ୍ତ ସ୍ଥାନ ଛାଡି ଚାଲିଯିବାକୁ କହିବା ପରେ ସେଠାରେ ସାମାନ୍ୟ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା । ଏନେଇ ପୁଲିସ ଉଭୟ ବର ଓ କନ୍ୟା ପକ୍ଷ ଲୋକଙ୍କୁ ତାଗିଦ କରିବା ସହ ପୁନଶ୍ଚ ଏପରି ନକରିବାକୁ ନିଦେ୍ର୍ଦଶ ଦେବାସହ କୋଭିଡ ନିୟମ ଉଲ୍ଲଘଂନ କରିଥିବାରୁ ତାଙ୍କ ଠାରୁ ଏହି ଟିମ୍ ୨୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲା ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ