କରୋନାରେ ଆଖିବୁଜିଲେ ୨ ଶିଶୁକନ୍ୟା

କରୋନାରେ ଆଖିବୁଜିଲେ ୨ ଶିଶୁକନ୍ୟା

କରୋନାରେ ଆଖିବୁଜିଲେ ୨ ଶିଶୁକନ୍ୟା


ଭୁବନେଶ୍ୱର(ଏନ୍‌.ଏମ୍‌.): କରୋନାରେ ରାଜ୍ୟରେ ପୁଣି ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଉଭୟ ମୃତ ଶିଶୁ କନ୍ୟାସନ୍ତାନ ବୋଲି ଜଣାପଡ଼ିଛି । ଦୁହିଁଙ୍କ ମଧ୍ୟରୁ ଜଣେ ମୟୂରଭଞ୍ଜ ଜିଲାର ୫ ମାସର ଶିଶୁ କନ୍ୟା ଏବଂ ସେ ହୃଦରୋଗରେ ମଧ୍ୟ ଆକ୍ରାନ୍ତ ଥିଲା । ଅନ୍ୟ ଜଣେ କଟକ ଜିଲାର ୧୨ ଦିନର ଶିଶୁକନ୍ୟା, ସେ ହେମୋଗ୍ଲୋବିନୋପାଥିରେ ଆକ୍ରାନ୍ତ ଥିଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।
କରୋନାରେ ପ୍ରାଣ ହରାଇଥିବା ଆଉ ୬୯ ଜଣଙ୍କ ସଂପର୍କରେ ବିଭାଗ ପକ୍ଷରୁ ତଥ୍ୟ ଦିଆଯାଇଥିବା ବେଳେ ସେଥିରେ ଏହି ଦୁଇ କନ୍ୟା ସନ୍ତାନ ଅଛନ୍ତି । ସୂଚନାଯୋଗ୍ୟ, ଏହି ଦୁଇ ଶିଶୁଙ୍କର ମୃତ୍ୟୁ କେବେ ହୋଇଛି, ସେ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ସୂଚନା ଦିଆଯାଇ ନାହିଁ । ଅଡିଟ୍ ପରେ ଆଉ ୬୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ ହେବା ପରେ ଆଜି ଏହି ତାଲିକା ପ୍ରକାଶ କରାଯାଇଛି । ଆଉ ସେଥିରେ ଏହି ଦୁଇ ଶିଶୁଙ୍କ ସଂପର୍କରେ ଉଲ୍ଲେଖ ରହିଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୬୯୭ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି । ରାଜ୍ୟରେ ବେଶ୍ କିଛି ଦିନ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ତଳେ ରହୁଛି । ଅନ୍ୟପକ୍ଷରେ ଶୂନରୁ ୧୮ ବର୍ଷ ବୟସ ମଧ୍ୟରେ ଦୈନିକ ୧୦୦ ଜଣ ଆକ୍ରାନ୍ତ ହେଉଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଉଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ