କପିଳାସ ସିମେଣ୍ଟ କମ୍ପାନୀରେ ଶ୍ରମିକ ଅଶାନ୍ତି: ୩ମାସ ଧରି ବେତନରୁ ବଞ୍ଚିତ ଶତାଧିକ ଶ୍ରମିକ

କପିଳାସ ସିମେଣ୍ଟ କମ୍ପାନୀରେ ଶ୍ରମିକ ଅଶାନ୍ତି: ୩ମାସ ଧରି ବେତନରୁ ବଞ୍ଚିତ ଶତାଧିକ ଶ୍ରମିକ

କପିଳାସ ସିମେଣ୍ଟ କମ୍ପାନୀରେ ଶ୍ରମିକ ଅଶାନ୍ତି: ୩ମାସ ଧରି ବେତନରୁ ବଞ୍ଚିତ ଶତାଧିକ ଶ୍ରମିକ


ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଗରୁଡ଼ଗାଁ ପଞ୍ଚାୟତ ଅନ୍ତର୍ଗତ ବିଶ୍ୱାଳୀ ମୌଜାରେ ସ୍ଥାପିତ ତଥା ଡାଲମିଆଁ ଭାରତ ପରିଚାଳିତ ସିମେଣ୍ଟ କମ୍ପାନୀ ‘କପିଳାସ ସିମେଣ୍ଟ ମାନୁଫ୍ୟାକ୍‌ଚରିଂ ୱାର୍କ୍ସ’ ପରିସରରେ ଆଜି ଶ୍ରମିକ ଅଶାନ୍ତି ସୃଷ୍ଟି ହୋଇଛି । ୩ ମାସର ପାଉଣାରୁ ବଞ୍ôଚତ ଶତାଧିକ ଶ୍ରମିକ ପେଟ ପାଇଁ କମ୍ପାନୀ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସାଧାରଣରେ ଚର୍ଚ୍ଚାକୁ ଆସିଛି । ସୂଚନା ଅନୁଯାୟୀ ଉକ୍ତ ସିମେଣ୍ଟ କମ୍ପାନୀର ସମ୍ପ୍ରସାରଣ ତଥା ୨ୟ ୟୁନିଟ୍ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରହିଛି । ଘରୋଇ ଠିକାସଂସ୍ଥା ‘ହାଜି ବାବା’ ଦ୍ୱାରା ପରିଚାଳିତ ଉକ୍ତ କାର୍ଯ୍ୟରେ ବିହାର ଓ ଝାଡ଼ଖଣ୍ଡର ଶତାଧିକ ଶ୍ରମିକ ନିୟୋଜିତ ଥିବାବେଳେ ସେମାନଙ୍କୁ ୩ମାସର ପାଉଣା ମିଳିନଥିବା ଅଭିଯୋଗ ହୋଇଛି । ଧାର କରଜରେ ଦିନ ଅତିବାହିତ କରୁଥିବା ଶ୍ରମିକମାନେ ପ୍ରତିବାଦ କରିବାରୁ ସେମାନଙ୍କୁ ନାନା ଧମକ ମିଳୁଥିବା ଅଭିଯୋଗ ହୋଇଛି । ଟାଙ୍ଗୀ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ ମଧ୍ୟ ଶ୍ରମିକଙ୍କ ଦୁଃଖ ଆଗରେ ନୀରବଦ୍ରଷ୍ଟା ପାଲଟିବା ସାର ହୋଇଛି । ଘଟଣା ସଂକ୍ରାନ୍ତରେ ଠିକାସଂସ୍ଥାର ସ୍ଥାନୀୟ ପରିଚଳକ କୈଳାସ ମହାପାତ୍ରଙ୍କ ପ୍ରତିକ୍ରିୟା ନିଆଯାଇଥିବାବେଳେ ବୈଷୟିକ ତ୍ରୁଟି ଯୋଗୁଁ ପାଉଣା ପ୍ରଦାନରେ ବିଳମ୍ବ ଘଟିଥିôବା ଓ ଆସନ୍ତା ଶୁକ୍ରବାର ସୁଦ୍ଧା ସମସ୍ତ ବକେୟା ପ୍ରଦାନ କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି