କଟକ ସାତସାହି ନୃତ୍ୟୋତ୍ସବ ଉଦଘାଟିତ

କଟକ ସାତସାହି ନୃତ୍ୟୋତ୍ସବ ଉଦଘାଟିତ

କଟକ ସାତସାହି ନୃତ୍ୟୋତ୍ସବ ଉଦଘାଟିତ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ବାଲିଯାତ୍ରା ଉପର ପଡ଼ିଆଠାରେ ୯ ଦିନ ଧରି ଅନୁଷ୍ଠିତ ହେବାକୁଥିବା କଟକ ସାତସାହି ନୃତ୍ୟୋତ୍ସବ ଉଦଘାଟିତ ହୋଇଛି । ମୁଖ୍ୟଅତିଥି ଭାବେ ଓଡ଼ିଶାର ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ସମ୍ମାନ ତାଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ଉତ୍ସବ ସମ୍ପର୍କରେ ନିଜର ମତ ରଖି କହିଲେ ଯେ, କଟକର ପରମ୍ପରା, କଳା, ଭାସ୍କର୍ଯ୍ୟ ସହ ବାଣିଜ୍ୟିକ ବୃଦ୍ଧି ଓ ଭାଇଚାରା ସମଗ୍ର ଓଡ଼ିଶାରେ ସ୍ୱତନ୍ତ୍ର । ଏହି ଉତ୍ସବ ଯୁବଗୋଷ୍ଠୀଙ୍କୁ ପ୍ରେରଣ ଯୋଗାଇବା ସହ କଟକର ଭାଇଚାରା ଓ ସଂସ୍କୃତିକୁ ଏକ ନୂତନ ଦିଗଦର୍ଶନ ଦେଖାଇବ ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ପୁର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗଦେଇ ଏହି ଉତ୍ସବ କିପରି ୧୩ ବର୍ଷ ପୂର୍ବେ ଆରମ୍ଭ ହୋଇ ଚଳିତ ବର୍ଷ ଯେଉଁ ନୂଆ କଳେବର ହୋଇଛି ଏବଂ ଏହା ନିଶ୍ଚିତ ଆଗାମୀ ଦିନରେ କଟକରେ ଏକ ବର୍ଣ୍ଣାଢ୍ୟ ପରମ୍ପରା ସୃଷ୍ଟି କରିବ ବୋଲି ମତପ୍ରକାଶ କରିଥିଲେ । କଟକ ସାତସାହି ନୃତ୍ୟୋତ୍ସବ କମିଟି ଅଧ୍ୟକ୍ଷ ତଥା ସିଏମସି ମେୟର ସୁବାଷ ସିଂହ ଉତ୍ସବର ସଫଳ ଆୟୋଜନ ଏବଂ କଟକରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ କଳା ଓ ସଂସ୍କୃତି କ୍ଷେତ୍ରରେ କଟକକୁ ଆହୁରି ଆଗକୁ କିପରି ନେବା ସେ ସମ୍ପର୍କରେ ଦର୍ଶାଇଥିଲେ । ସମ୍ମାନିତ ଅତିଥି ଭାବେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଜିଲ୍ଲାପାଳ ତଥା ଜିଲ୍ଳା ମାଜିଷ୍ଟ୍ରେଟ ପ୍ରମୁଖ ମଞ୍ଚାସୀନ ହୋଇ ସାତସାହି ନୃତ୍ୟୋତ୍ସବ ମାଧ୍ୟମରେ କଟକର କଳା ଓ ସଂସ୍କୃତିର ଗାଥା ଏବଂ ଭାଇଚାରାରେ ଅନନ୍ୟ ହୋଇ ଆମେ କିପରି ଏହିଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇ ଏ ଦିଗରେ ଆଗେଇ ଚାଲିବୁ ସେ ସମ୍ପର୍କରେ ମତ ରଖିଥିଲେ । ଉତ୍ସବ କମିଟି ସମ୍ପାଦକ ଦିପେଶ ମହାପାତ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ସହ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜାତୀୟ ସେବାରତ୍ନ ସମ୍ମାନରେ ପ୍ରଫେସର ଡାକ୍ତର ମନୋଜ କୁମାର ପଟ୍ଟନାୟକ, ଶିକ୍ଷାରତ୍ନ ସମ୍ମାନରେ ଡକ୍ଟର ଲିନୁୁ ଚୟନୀ, ସମାଜ ସେବାରତ୍ନ ସମ୍ମାନରେ ସ୍ୱପ୍ନା ଫାଉନଣ୍ଡେସନ ସମେତ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ବହୁ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା । ଉତ୍ସବ କମିଟି ଉପସଭାପତି ଡାକ୍ତର ଦୁର୍ଗାଚରଣ ଦାଶଙ୍କ ସମେତ ସୁଧାକର କୁମାର, ଉଲ୍ଲାସ ସେନ, ସ୍ନେହାଶିଷ ଦାସ, ସୁଶାନ୍ତ ପାତ୍ର, ସବିତା ମହାନ୍ତି, ବବିତା ସ୍ୱାଇଁ ଦେବାଶିଷ ସେନ, ଜିତେନ୍ଦ୍ର ପ୍ରସାଦ, ପାର୍ଥସାରଥୀ ସ୍ୱାଇଁ, ବିନୋଦ ଦାସ, ରାଜେଶ ଦାସ, ରଶ୍ମିରଞ୍ଜନ ତ୍ରିପାଠୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ସହଯୋଗ କରିଥିଲେ । ସହକାରୀ ସୂଚନା ଅଧିକାରୀ ଅଭିରାମ ଦାସ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରଥମ ସନ୍ଧ୍ୟାରେ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ