କଟକ ସହରରେ ଦୋକାନଘର ବଣ୍ଟନରେ ଅନୀୟମିତତା: ସିଏମସି କର୍ତ୍ତୁପକ୍ଷଙ୍କ ଚରମ ଅବହେଳାକୁ ନେଇ ବର୍ଷିଲା ଓଡିଶା ସୂଚନା ଅଧିକାର ଅଭିଯାନ

କଟକ ସହରରେ ଦୋକାନଘର ବଣ୍ଟନରେ ଅନୀୟମିତତା: ସିଏମସି କର୍ତ୍ତୁପକ୍ଷଙ୍କ ଚରମ ଅବହେଳାକୁ ନେଇ ବର୍ଷିଲା ଓଡିଶା ସୂଚନା ଅଧିକାର ଅଭିଯାନ

କଟକ ସହରରେ ଦୋକାନଘର ବଣ୍ଟନରେ ଅନୀୟମିତତା
ସିଏମସି କର୍ତ୍ତୁପକ୍ଷଙ୍କ ଚରମ ଅବହେଳାକୁ ନେଇ ବର୍ଷିଲା ଓଡିଶା ସୂଚନା ଅଧିକାର ଅଭିଯାନ


କଟକ(ଏନ୍‌.ଏମ୍‌.): କଟକ ସହରରେ ସିଏମସି ଅଧିନରେ ଥିବା ଦୋକାନ ଘରର ରକ୍ଷଣା ବେକ୍ଷଣ କରିବାରେ ବିଭାଗୀୟ କର୍ତ୍ତୁପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଅନେକ ଦୋକନ ଘର ଆଜି ବିପଦ ସଂକୁଳ ଅବସ୍ଥାରେ ପଡିରହିଛି । ଟ୍ରେଡ ଲାଇସେନ୍ସ ନଥାଇ ମଧ୍ୟ ଏହି ଦୋକନ ଘରେ ବ୍ୟବସାୟ ଯୋଗୁଁ ବ୍ୟାପକଭାବେ ରାଜସ୍ୱ ହାନୀକୁ ନେଇ ସୂଚନା ଅଧିକାର ଆଇନରେ ତଥ୍ୟ ମଗାଯାଉଥିଲେ ମଧ୍ୟ ତାହା ପ୍ରଦାନ କରାଯାଉନାହିଁ । ତେବେ ସିଏମସିର ଏଭଳି ବେପରୁଆ ନୀତିକୁ ବିରୋଧ କରି ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ସ୍ଥାନୀୟ କମଳା ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନରେ ଅଧିକାରୀ ଉପରେ ବର୍ଷିଛନ୍ତି ।
ସୂଚନାଯୋଗ୍ୟ ଯେ, ସିଏମସି ଅଧିନରେ ବ୍ୟବସାୟ ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ୮ ଶହ ୯୬ଟି ଦୋକାନ ଘର ଥିବାବେଳେ ସେଥିମଧ୍ୟରୁ ୮ ଶହ ୭୫ଟି ଦୋକନକୁ ଭଡାସୁତ୍ରରେ ଦିଆଯାଇଛି । ଏବେ ସୁଦ୍ଧା ୨୧ଟି ଦୋକାନ ଘର ଖାଲି ପଡିଛି । ଏହି ଦୋକାନ ଘର ଗୁଡିକୁ ସିଏମସି ପକ୍ଷରୁ କେତେକ ନିର୍ଦ୍ଦିଷ୍ଟ ଲୋକଙ୍କ ନାମରେ ଏକାଧିକ ଘର ଅନୁମୋଦନ କରାଯାଇଛି । ଏହି ଘରର ଭଡା ୩୦ ବର୍ଷ ତଳେ ଯାହା ରହିଥିଲା ଆଜି ମଧ୍ୟ ସେଇଆ ରହିଛି । ପ୍ରତି ୩ ବର୍ଷରେ ୧୦ ପ୍ରତିଶତ ଭଡା ବୃଦ୍ଧି ନିମନ୍ତେ ସିଏମସି ପକ୍ଷରୁ ନିୟମ କରାଯାଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରାଯାଉନାହିଁ । ସିଏମସି ପକ୍ଷରୁ ରାସ୍ତା କଡରେ ଟିଣ କ୍ୟାବିନରେ ନିର୍ମିତ ଭେଣ୍ଡିଂଜୋନ ଦୋକାନଘରର ଭଡା ମାସିକ ୪ ଶହ ୫୦ ଟଙ୍କା ଥିବାବେଳେ ସିଏମସିର ସ୍ଥାୟୀ ଦୋକନ ଘରର ଭଡା ମାସିକ ତହାଠାରୁ କମ ହୋଇଥିବାର ଅଭିଯୋଗ ହୋଇଛି । ଭଡାରେ ଲାଗିଥିôବା ୮ଶହ ୭୫ଟି ଦୋକାନଘରର ବ୍ୟବସାୟୀଙ୍କ କୌଣସି ଟ୍ରେଡ୍ ଲାଇସେନ୍ସ ନଥିବାର ସିଏମସି ନିଜେ ଚିଠି ନମ୍ବର ୬୭୯୫/ତା, ୨୭.୦୭.୨୦୨୧ରେ ଲିଖିôତଭାବେ ଜଣାଇଛନ୍ତି । ଯଦି ବାସ୍ତବରେ ୮ଶହ ୭୫ଟି ଦୋକନ ଘରର ଟ୍ରେଡ ଲାଇସେନ୍ସ ନଥାଏ ତେବେ ସରକାରଙ୍କ ବ୍ୟାପକ ରାଜସ୍ୱ କ୍ଷତି ହେଉଛି । କର୍ତ୍ତୁପକ୍ଷଙ୍କ ଦୁର୍ନୀତି ଲୋକଲୋଚନକୁ ଆସିବା ଭୟରେ ସରକାରୀ ଘରେ ଏକ ସ୍ୱଳ୍ପ ଧାର୍ଯ୍ୟ ମୂଲ୍ୟରେ ଦୋକନ ଘର ଭଡାନେଇ ବିନା ଟ୍ରେଡ ଲାଇସେନ୍ସରେ ବ୍ୟବସାୟ କରିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି । ଯାହାଦ୍ୱାରା ସରକାରଙ୍କ ବ୍ୟାପକଭାବେ ରାଜସ୍ୱ କ୍ଷତି ହେବା ଦେଖା ଦେଇଥିବା ଅଭିଯୋଗ ହୋଇଛି । ଏଥି ସହିତ ସିିଏମସି ପକ୍ଷରୁ ଦିଆଯାଇଥିବା ଦୋକନଘର ମଧ୍ୟରୁ କେତେଜଣଙ୍କର ମୃତ୍ୟୁ ମଧ୍ୟ ହୋଇଯାଇଛି; ତାହାର ତଥ୍ୟ ସିଏମସି କାର୍ଯ୍ୟାଳୟରେ ଉପଲବ୍ଧ ନାହିଁ । ମାତ୍ର ଚିଠି ନମ୍ବର ୬୭୯୫/ତା, ୨୭.୦୭.୨୦୧୧ରେ କେବଳ ପିଲିଗ୍ରୀମ୍ ରୋଡ ଦେକାନଘର ନମ୍ବର ଏ-୧, ଏ-୨ର ହିତାଧିକାରୀଙ୍କର ମୃତ୍ୟୁ ହୋଇଛି ବୋଲି ଦର୍ଶାଯାଇଛି । ପୁନଶ୍ଚ କେତେକ ଦୋକାନଘରକୁ ପ୍ରକୃତ ହିତାଧିକାରୀ କିମ୍ବା ତାଙ୍କ ପରିବାର ନିଜେ ଦୋକନ ନକରି ତୃତୀୟ ପକ୍ଷଙ୍କୁ ଅଧିକ ମୂଲ୍ୟରେ ଭଡା ଆକାରରେ ଦେଇଥିବାବେଳେ ଆଉ କେତେକ ଲୋକେ ପୁରାପୁରି ଅନ୍ୟଲୋକଙ୍କୁ ହସ୍ତାନ୍ତର କରି ବ୍ୟାପକ ଅର୍ଥ ରୋଜଗାର କରୁଛନ୍ତି । ଯାହାଫଳରେ ଦୋକନଘର ଗୁଡିକର ରକ୍ଷଣା ବେକ୍ଷଣ ଅଭାବରୁ ଛାତ ଉପରେ ଗଛ ଲତା ଉଠିଯିବା ଦ୍ୱାରା ହିତାଧିକାରୀମାନେ ଏହାକୁ ବ୍ୟବହାର କରିପାରୁ ନାହାଁନ୍ତି । ବର୍ତ୍ତମାନ ଏହି ଘର ବିପଦ ସଂକୁଳ ଅବସ୍ଥାରେ ପଡି ରହିଛି । ଆଜି ସୁଦ୍ଧା ୨୧ଟି ଘରକୁ ଭଡାରେ ନଲଗାଇ ଖାଲି ରଖିବା ଦ୍ୱାରା ସରକାରଙ୍କ ରାଜସ୍ୱ ହାନି ହେବା ସହିତ କେଉଁ କାରଣରୁ ଏହା ଖାଲି ରଖାଯାଇଛି ତାହାର ସଠିକ୍ ତଥ୍ୟ ମିଳିପାରୁନାହିଁ ବୋଲି ଆୟାଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି । ତେଣୁ ଏହାକୁ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ଅଭିଯାନର କର୍ମକର୍ତ୍ତାମାନେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିବାବେଳେ ମୋ କଟକ ସୁରକ୍ଷା ମଞ୍ଚ ସଭାପତି ଅକ୍ଷୟ ପଣ୍ଡା, ପ୍ରତାପ ମହାନ୍ତି, ହୃଦାନନ୍ଦ ପଟ୍ଟନାୟକ, ଦିଲ୍ଲୀପ କୁମାର ପାଣି, ପ୍ରଫୁଲ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ