କଟକ ରେଳ ଷ୍ଟେସନକୁ ମନ୍ତ୍ରୀଙ୍କ ଆଗମନ ସ୍ୱାଗତ ଯୋଗ୍ୟ : ସାଂସଦ ସୁବାସ ସିଂହ
ନୂଆଦିଲ୍ଲୀ(ଏନ୍.ଏମ୍.): କଟକ ରେଳ ଷ୍ଟେସନକୁ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନରେ ପରିଣତ କରିବାକୁ, ସାଂସଦ ସୁବାସ ସିଂହ ପାର୍ଲିଆମେଣ୍ଟରେ ୩ ଥର ପ୍ରଶ୍ନ କରିବା ପରେ, ରେଳ ମନ୍ତ୍ରୀ କଟକ ରେଳ ଷ୍ଟେସନ ପରିଦର୍ଶନ ଆସିବା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ସାଂସଦ ସୁବାସ ସିଂହ କହିଚନ୍ତି । ହଜାର ବର୍ଷର କଟକ ଐଇତିହାସିକ ସହର ଓ କଟକ ରେଳ ଷ୍ଟେସନ ତାହାର ଏକ ମୁକ ସାକ୍ଷୀ । କଟକ ଏସସିବି ମେଡିକାଲ କଲେଜକୁ ଓଡିଶା ସରକାର ଏମ୍ସ ପ୍ଲସ ମେଡିକାଲ କଲେଜେ ରେ ପରିଣତ କରିବାକୁ ଯାଉଥିଲାବେଳେ କଟକ ରେଳ ଷ୍ଟେସନର ବିକାଶ ଅପରିହାଯ୍ୟ ହୋଇପଡିଛି । କଟକ ଏସସିବି ମେଡିକାଲ କଲେଜ ଏମ୍ସ ପ୍ଲସ ମେଡିକାଲ କଲେଜେରେ ପରିଣତ ହେଲେ ସାରା ଓଡିଶା ଏବଂ ପଡୋଶୀ ରାଜ୍ୟରୁ ମଧ୍ୟ ରୋଗୀଆସିବାରେ ସହାୟକ ହେବ । ମାତ୍ର କଟକ ରେଳ ଷ୍ଟେସନର ଉନ୍ନତି କରଣ ନହେବା ନେଇ ସାଂସଦ ଶ୍ରୀ ସିଂହ ବିଗତ ଦିନ ମାନଙ୍କରେ ପାର୍ଲିଆମେଣ୍ଟରେ ଲଗାତାର ତିନି ତିନି ଥର କେନ୍ଦ୍ର ରେଳ ମନ୍ତ୍ରୀକୁ ପ୍ରଶ୍ନ କରିଥିଲେ । ତେଣୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଟକ ରେଳ ଷ୍ଟେସନର ଉର୍ଣ୍ଣତି ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେବା ପ୍ରକୃତରେ ସ୍ୱାଗତ ଯୋଗ୍ୟ ବୋଲି ସାଂସଦ କହିଥିଲେ । କିନ୍ତୁ ଉର୍ଣ୍ଣତିକରଣ କାର୍ଯ୍ୟକ୍ରମ କେତେ ସମୟ ମଧ୍ୟରେ ଶେଷ ହେବ ସେ ସମ୍ପର୍କରେ ମନ୍ତ୍ରୀ ସ୍ପଷ୍ଟ କରିନାହାନ୍ତି । ତେଣୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କଟକ ରେଳ ଷ୍ଟେସନର ଉର୍ଣ୍ଣତିକରଣ କିଭଳି ସମ୍ଭବ ହୋଇପାରିବ ମନ୍ତ୍ରୀ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି ।
ଏଥି ସହିତି କଟକର ନରାଜ ଠାରେ ଦ୍ୱିତୀୟ ପୂର୍ଣ୍ଣ କାର୍ଯ୍ୟକ୍ଷମ ରେଳ ଷ୍ଟେସନ ପାଇଁ ମଧ୍ୟ ପାର୍ଲିଆମେଣ୍ଟରେ, ଓଡିଶା ବାରମ୍ୱାର ଦାବି କରି ଆସୁଛି । କିନ୍ତୁ ବିଡମ୍ବନାର କଥା ମନ୍ତ୍ରୀ ମହୋଦୟ ଗୋଟିଏ ପଦ ମଧ୍ୟ ନରାଜ ରେଳ ଷ୍ଟେସନ ବିଷୟରେ କହିଲେ ନାହିଁ କି ତାର ଉର୍ନତି କରଣ ପାଇଁ କୌଣସି ଖସଡ଼ା ପ୍ରସ୍ତୁତ ହୋଇଥିବା ପ୍ରମାଣ ବି ଛାଡ଼ିଗଲେ ନାହିଁ । ଲୋକସଂଖ୍ୟା ଓ ପରିପାର୍ଶ୍ୱିକ ଚାହିଦା ଦୃଷ୍ଟିରୁ ନରାଜ ରେଳ ଷ୍ଟେସନର ବିକାଶ ଅପରିହାର୍ଯ୍ୟ ହୋଇପଡିଛି । ଦିନକୁ ଦିନକୁ ନରାଜ ରେଳ ଷ୍ଟେସନର ଚାହିଦା ବଢ଼ିବାରେ ଲାଗୁଛି । ତେଣୁ ରେଳମନ୍ତ୍ରୀ ଯୁଦ୍ଧ କାଳୀନ ଭିତିରେ ନରାଜ ରେଳ ଷ୍ଟେସନକୁ ଉର୍ଣ୍ଣତିକରଣ ଖସଡ଼ା ପ୍ରସ୍ତୁତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେବାକୁ ସାଂସଦ ନିବେଦନ କରିଥିଲେ । ସମୟ ଥିଲା ମନ୍ତ୍ରୀ ମହୋଦୟ ଏକ ସମୟରେ କଟକ ର ଜିଲାପାଳ ଥିଲେ ଓ, କଟକ ସହରର ବିକାଶ ପାଇଁ ସେତେବେଳର ଜିଲ୍ଲାପାଳ ହିସାବରେ ତାଙ୍କ ପ୍ରଚେଷ୍ଟା ଥିଲା ବହୁତ ପ୍ରଶଂସନୀୟ ଥିଲା । ସମୟ ପରିବର୍ତ୍ତନରେ ପୂର୍ବତନ କଟକ ଜିଲାପାଳ, ଆଜି ଭାରତ ରେଳମନ୍ତ୍ରୀ । କଟକର ବିକାଶରେ ଯାତ୍ରାରେ ରେଳମନ୍ତ୍ରୀ ନିଶ୍ଟିତ ତାଙ୍କର ଅବଦାନ ରଖିବା ସହ ନରାଜ ଓ କଟକ ରେଳ ଷ୍ଟେସନକୁ ଏକ ବିଶ୍ୱସ୍ତରୀୟ ରେଳ ଷ୍ଟେସନରେ ପରିଣତ କରିବାକୁ ଚେଷ୍ଟା ଜାରି ରଖି କଟକ ବାସୀଙ୍କ ଆଶା ପୂରଣ କରିବେ ବୋଲି ସାଂସଦ ପାର୍ଲିଆମେଣ୍ଟ ବୈଠକରେ କହିଛନ୍ତି ।