କଟକ ମହାନଗର ୨୯ ନମ୍ବର ୱାର୍ଡ କଂଗ୍ରେସ କର୍ମୀ ସମାବେଶ

କଟକ ମହାନଗର ୨୯ ନମ୍ବର ୱାର୍ଡ କଂଗ୍ରେସ କର୍ମୀ ସମାବେଶ

କଟକ ମହାନଗର ୨୯ ନମ୍ବର ୱାର୍ଡ କଂଗ୍ରେସ କର୍ମୀ ସମାବେଶ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): କଟକ ମହାନଗର ୨୯ନମ୍ବର ୱାର୍ଡ କଂଗ୍ରେସ କମିଟିର ଏକ କର୍ମୀ ସମାବେଶ ସ୍ଥାନୀୟ ପିଠାପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ବାଳକୃଷ୍ଣ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାବେଶରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ବୁଥସ୍ତରରେ କମିଟିମାନ ଗଠନ କରିବା ପାଇଁ ଗୁରୁତ୍ୱ ଦେବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ଏବଂ ସିଏମସିର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରସଙ୍ଗ କରି ୱାର୍ଡବାସୀଙ୍କ ମଧ୍ୟରେ ସଚେଚନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା ଯୋଗଦେଇ ଦଳୀୟ ସଂଗଠନକୁସ୍ତରରେ ମଜବୁତ କରିବା ସହିତ ଆଗାମୀ ପୌର ନିର୍ବାଚନରେ ଏହି ୱାର୍ଡର ପୂର୍ବର ଦଳୀୟ ସ୍ଥିତିକୁ ଆଗାମୀ ପୌର ନିର୍ବାଚନରେ ଏହି ୱାର୍ଡର ପୂର୍ବର ଦଳୀୟ ସ୍ଥିତିକୁ ବଜାୟ ରଖିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ଆଗାମୀ ପୌର ନିର୍ବାଚନ ପରିପ୍ରେକ୍ଷୀରେ ୨୯ ନମ୍ବର ୱାର୍ଡ କଂଗ୍ରେସ ତରଫରୁ ଦଳର ସର୍ବସମ୍ମତି ପ୍ରାର୍ଥୀ ଭାବେ ସସ୍ମିତା ଜେନା ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବା ପାଇଁ ନାମ ଘୋଷଣା କରଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାହି ଅଧିକାରୀ ଧୀରେନ୍ଦ୍ର ମୁଳିଆ, ନରସିଂହ ଚନ୍ଦ୍ର ଦଳାଇ, ନିରଞ୍ଜନ ଖୁଣ୍ଟିଆ, ରଞ୍ଜନ ଜେନା, ସ୍ୱର୍ଣ୍ଣପ୍ରଭା ଲେଙ୍କା, ରଘୁନାଥ ରାଉତ, ଶ୍ରୀକାନ୍ତ ବେହେରା, ଦୀପକ ରାଉତ, ସୁନୀଲ ରାଉତ, ଚଣ୍ଡୀ ପ୍ରକାଶ ଦଳାଇ, କେଦାର ଖୁଣ୍ଟିଆ, ରାଜେନ୍ଦ୍ର ଚାଟୋଇ, ମନୁଆ ରାଉତ, ରାଜେନ୍ଦ୍ର ଖୁଣ୍ଟିଆ, ଅକ୍ଷୟ ସ୍ୱାଇଁ, ଜୟ ପଟିଆଲ ପ୍ରମୁଖ ଆଲୋଚନା ଅଂଶ ଗ୍ରହଣ କରି ଦଳୀୟ ବିଜୟକୁ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ