କଟକ ମହାନଗର କୈବର୍ତ୍ତ ସଭାର ବୈଠକ
#କଟକ(ଏନ୍.ଏମ୍.): ନିଖିଳ ଓଡ଼ିଶା କୈବର୍ଷ ମହାସଭା ଅନୁବନ୍ଧିତ କଟକ ମହାନଗର କୈବର୍ତ୍ତ ସଭାର ଏକ ବୈଠକ ଖାନନଗରସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ସଂଗଠନର ସଭାପତି କୁଶ ସାହୁ ଓ ସଂପାଦକ ଭୈରବ ଚନ୍ଦ୍ର ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ ଯୋଗଦେଇ ଆଗାମୀ ଦିନରେ ସଂଗଠନକୁ କିପରି ସୁଦୃଢ କରାଯିବ ସେଥିପାଇଁ ସଂକଳ୍ପ ନେଇଥିଲେ । ଏହି ବୈଠକରେ ମୁଖ୍ୟଅତିଥି ଭାବେ ଶଶୀଭୂଷଣ ବେହେରା ଯୋଗ ଦେଇ ୧୯୫୦ ମସିହା ପୂର୍ବରୁ କଟକ ସହରର ଯୋବ୍ରା ଠାରେ ପୂର୍ବଜମାନଙ୍କ ପ୍ରଚେଷ୍ଠାରେ ଏହି ସଂଗଠନ ଗଢି ଉଠି ସାରା ଓଡ଼ିଶାରେ ଏହାର ପ୍ରଚାର ପ୍ରସାର ହୋଇ ପାରିଲା ବୋଲି କହିଥିଲେ । ଏହି ଅବସରରେ ମହାସଭାର ପୂର୍ବତନ ସଭାପତି ଅର୍ଜୁନ ଚରଣ ବେହେରାଙ୍କ ସ୍ମୃତିଚାରଣ କରାଯିବା ସହ ମହାନଗରର ବିଭିନ୍ନ ସାହିର କୈବର୍ଷ ଜାତିର ପ୍ରତିନିଧିମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ମହାନଗରର ସଂଗଠନ ସମ୍ପାଦକ ସୌମ୍ୟରଞ୍ଜନ ବେହେରା, କୋଷାଧ୍ୟକ୍ଷ ଧନେଶ୍ୱର ବେହେରା, ସହକୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ମହାଳିଙ୍କ ସହିତ ମହାନଗରର ଯୁବ କୈବର୍ତ୍ତ ଭାଇମାନେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ମହାନଗରର କାର୍ଯ୍ୟକାରୀ ସଭାପତି ଅବିନାଶ କୁମାର ବେହେରା ଧନ୍ୟବାଦ ଦେଇଥିଲେ ।