କଟକ ପୌର ନିଗମ ନିର୍ବାଚନରେ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହୋଇ ଲଢିବା ନିମନ୍ତେ ବିଧାୟକ ମୋକିମଙ୍କ ଆହ୍ଵାନ

କଟକ ପୌର ନିଗମ ନିର୍ବାଚନରେ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହୋଇ ଲଢିବା ନିମନ୍ତେ ବିଧାୟକ ମୋକିମଙ୍କ ଆହ୍ଵାନ

କଟକ ପୌର ନିଗମ ନିର୍ବାଚନରେ ସମସ୍ତ କଂଗ୍ରେସ କର୍ମୀ ଏକଜୁଟ ହୋଇ ଲଢିବା ନିମନ୍ତେ ବିଧାୟକ ମୋକିମଙ୍କ ଆହ୍ଵାନ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.):  ଚୌଦ୍ଵାର-କଟକ ଓ ସଦର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ୨୭ ଗୋଟି ୱାର୍ଡର ନମ୍ବର କଂଗ୍ରେସ କର୍ମକର୍ତ୍ତାମାନଙ୍କର ଏକ କର୍ମୀ ସମ୍ମିଳନୀ ସ୍ଥାନୀୟ ମହାନଦୀ ବିହାର ସ୍ଥିତ ହାରାମଣି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ କଟକ ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା ଅଧ୍ୟକ୍ଷତା କରିଥିଲେ। ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ଯୋଗଦେଇ ଦଳୀୟ ସଙ୍ଗଠନକୁ ଏକ କ୍ରିୟାଶୀଳ ସଙ୍ଗଠନରେ ପରିଣତ କରିବା ନିମନ୍ତେ ୱାର୍ଡ ଓ ବୁଥସ୍ତରରେ କମିଟିମାନ ଗଠନ କରିବା ପାଇଁ ଗୁରୁତ୍ଵ ଦେଇଥିଲେ । ପୌର ନିର୍ବାଚନ ପାଇଁ ଅଧିକ ସଂଖ୍ୟାରେ ଯୁବକ ଓ ମହିଳାମାନଙ୍କୁ ସଂଗଠିତ କରି ମହାନଗର ନିଗମର ବିଫଳତାକୁ ନେଇ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚେଇବାକୁ ଆହ୍ଵାନ ଦେଇଥିଲେ । ଆଗାମୀ ପୌର ନିର୍ବାଚନର ଗୁରୁତ୍ଵ ଦୃଷ୍ଟିରୁ ଏବଂ କଟକ ସହରର ସର୍ବାଙ୍ଗୀନ ଊନତି ପାଇଁ ସହରର ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଏକତ୍ରିତ ହୋଇ କଟକ ମହାନଗର ନିଗମ ପରିଷଦ ଗଠନ ପାଇଁ କଂଗ୍ରେସ ଦଳକୁ ପୂର୍ଣ୍ଣ ସାହାଯ୍ୟ ସହଯୋଗ କରିବାକୁ ବିଧାୟକ ମୋକିମ ନିବେଦନ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ଶତପଥି, ନମିତା ମଞ୍ଜରି ସାହୁ, ରେଣୁବାଳା ରାଉତ, ଜୟନାରାୟଣ ତ୍ରିପାଠୀ, ଜିନେଶ କୁମାର ଦାସ, ଅଲେଖ ବେହେରା, ଜେ. କାମେଶ ରାଓ, ପ୍ରଶାନ୍ତ ମହାନ୍ତି, କପିଳ ସ୍ଵାଇଁ, ସବିତା ସ୍ଵାଇଁ, ଗୋକୁଳ ସିହ୍ନା ପ୍ରମୁଖ ଯୋଗଦେଇ ପୌର ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେ ଠାରୁ ୱାର୍ଡ ଓ ବୁଥସ୍ତରରେ କାର୍ଯ୍ୟକ୍ରମମାନ କରିବାକୁ କର୍ମୀମାନଙ୍କୁ ଆହ୍ଵାନ ଜଣାଇଥିଲେ। ଏହି ପରିପ୍ରେଖିରେ କଟକ ପୌର ନିର୍ବାଚନ ନିମ୍ନତେ ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ୨୧ ଗୋଟି ଯାକ ୱାର୍ଡ ଓ ସଦର-କଟକ ନିର୍ବାଚନ ମଣ୍ଡଳୀର ୬ଗୋଟି ୱାର୍ଡ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ନଗର କଂଗ୍ରେସ ସଭାପତି ଶ୍ରୀମତୀ ବେହେରା ଘୋଷଣା କରିଥିଲେ। ୩ ନମ୍ବର ୱାର୍ଡ ପାଇଁ ଚାରୁଲତା ସାହୁ, ୩୪ ନମ୍ବର ନିତ୍ୟାନନ୍ଦ ରାଉତରାୟ, ୩୫ ନମ୍ବର ସ୍ନେହଲତା ଚୌଧୁରୀ, ୩୬ ନମ୍ବର ଲିଜାରାଣୀ ରାଉତ, ୩୭ ନମ୍ବର ତୃପ୍ତି ଦାସ, ୩୮ ନମ୍ବର ଇର୍ସାଦ ଖାନ, ୩୯ ନମ୍ବର ସନ୍ତୋଷ କୁମାର ଲେଙ୍କା, ୪୦ ନମ୍ବର ଶ୍ରୀୟା ସଂବେଦନା, ୪୧ ନମ୍ବର କମଲେଶ ସାଗର, ୪୨ ନମ୍ବର ବିକି ଚକ୍ରବ୍ରର୍ତ୍ତୀ, ୪୩ ନମ୍ବର ଅମ୍ରିତା ଦାସ, ୪୪ନମ୍ବର ସତ୍ୟ ନାରାୟଣ ଦାସ, ୪୫ ନମ୍ବର ସେକ ଲିଆକତ ଉଦ୍ଦୀନ ଅହମ୍ମଦ, ୪୬ ନମ୍ବର ଅନିତା ନାୟକ, ୪୭ ନମ୍ବର ୱାର୍ଡ ବିରେନ୍ଦ୍ର ଦାସ, ୪୮ ନମ୍ବର ୱାର୍ଡ ଶୈଳବାଳା ଜେନା, ୪୯ ନମ୍ବର ୱାର୍ଡ ହିମାଂଶୁ ରାଉତ, ୫୦ ନମ୍ବର ୱାର୍ଡ ସେକ ଜିଆଉଦ୍ଦୀନ, ୫୧ ନମ୍ବର ୱାର୍ଡ କ୍ଷୀରୋଦ କୁମାର ସାହୁ, ୫୨ ନମ୍ବର ୱାର୍ଡ ଅଜିତ ବେହେରା, ୫୩ ନମ୍ବର ୱାର୍ଡ ଗୌରୀ ଦାସ, ୫୪ ନମ୍ବର ୱାର୍ଡ ମଜୀଦ ଖାନ, ୫୫ ନମ୍ବର ୱାର୍ଡ ରାଜେନ୍ଦ୍ର ପଣ୍ଡା, ୫୬ ନମ୍ବର ୱାର୍ଡ ବିଭୁ ପ୍ରସନ୍ନ ମହାପାତ୍ର, ୫୭ ନମ୍ବର ୱାର୍ଡ ମୀର ମୁଜାଫର ଅଲ୍ଲୀ, ୫୮ ନମ୍ବର ୱାର୍ଡ ରବୀନ୍ଦ୍ର ସାହୁ ଓ ୫୯ ନମ୍ବର ୱାର୍ଡ ଚୌଧୁରୀ କାଶୀନାଥ ମଲ୍ଲିକ ନିଯୁକ୍ତ ହୋଇଛନ୍ତି ।  ବ୍ଲକ କଂଗ୍ରେସ ସଭାପତି ସୁବାଶିଷ ପଟ୍ଟନାୟକ, ସୁରଜିତ ସାହୁ, ରଶ୍ମୀରଞ୍ଜନ ମିଶ୍ର ଓ ସୂର୍ଯ୍ୟମଣି ମହାନ୍ତି ଯୋଗଦେଇ କଂଗ୍ରେସ ଦଳର ବିଜୟକୁ ସୁନିଶ୍ଚିତ କରିବା ପାଇଁ ନେତା  ଓ କର୍ମୀମାନଙ୍କର ସମାନ ଦାୟିତ୍ଵ ରହିଛି ବୋଲି କହିଥିଲେ ।

 

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ