କଟକ ନଗର ୨ ନମ୍ବର ୱାର୍ଡ ଅଞ୍ଚଳରେ ବିଧାୟକ ମୋକିମଙ୍କ ସହାୟତା ପ୍ରଦାନ

କଟକ ନଗର ୨ ନମ୍ବର ୱାର୍ଡ ଅଞ୍ଚଳରେ ବିଧାୟକ ମୋକିମଙ୍କ ସହାୟତା ପ୍ରଦାନ

କଟକ ନଗର ୨ ନମ୍ବର ୱାର୍ଡ ଅଞ୍ଚଳରେ ବିଧାୟକ ମୋକିମଙ୍କ ସହାୟତା ପ୍ରଦାନ


କଟକ(ଏନ୍‌ଏମ୍‌): ବାରବାଟୀ-କଟକ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନରେ କଟକ ମହାନଗର ନିଗମ ୧ନମ୍ବର ୱାର୍ଡର ବିଡାନାସୀ ଅଞ୍ଚଳର ନୂଆସାହି, ମୁଣ୍ଡା ସାହି, ବିଡାନାସୀ ଠାରେ କୋଭିଡ ସଂକ୍ରମିତ ପରିବାର, ହୋମ ଆଇସୋଲେନରେ ରହିଥିବା ପରିବାର ଏବଂ ଦୁର୍ଦ୍ଦିନରେ ରହିଥିବା ଜନସାଧାରଣଙ୍କୁ ବିଧାୟକ ଇଂ ମହମ୍ମଦ ମୋକିମ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଉପରୋକ୍ତ ୱାର୍ଡର ସାହିବସ୍ତି ଗସ୍ତ କରି ଜନସାଧାରଣଙ୍କ ମଧ୍ୟରେ କୋଭିଡ ସହାୟତା କିଟ, ଶୁଖିଲା ଖାଦ୍ୟ ଓ କୋଭିଡ ସଚେତନା ବାର୍ତ୍ତା ପ୍ରଦାନ କରିବା ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସଙ୍ଗେ ସଙ୍ଗେ ଆଶୁ ପଦକ୍ଷେପ ପାଇଁ ପ୍ରତିଶୃତି ଦେଇଥିଲେ । ସମସ୍ତଙ୍କର ସହଯୋଗରେ କରୋନା ସଂକ୍ରମଣକୁ ରୋକିବା ଏବଂ କଟକ ସହରର ବିକାଶକୁ ଆଗେଇ ନେବାରେ ସହାୟକ ହେବାପାଇଁ ଆହ୍ୱାନ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଟକ ନଗର ଜିଲ୍ଲା କଂଗ୍ରେସ ସଭାପତି ଗିରିବାଳା ବେହେରା, ୱାର୍ଡ କଂଗ୍ରେସ ନେତା ସନ୍ତୋଷ କୁମାର ଲେଙ୍କା, ଶୈଳବାଳା ଜେନା, ତୃପ୍ତି ଦାସ, ମହମ୍ମଦ ଅଲିମ, ଆର୍ଯ୍ୟବୀର ଲେଙ୍କା, ସୁରଜିତ ସାହୁ, ସନ୍ତୋଷ ପାତ୍ର, ରାଜେସ ଦାସ, ଦୀପକ ବେହେରା, ଭାଗବତ ବେହେରା, ସତ୍ୟଶ୍ରୀ ବେହେରା, ପିଙ୍କି ସିଂ, ସୋନୁ ସ୍ୱାଇଁ, ବିକ୍ରମ ସାମଲ, ସେକ ସାହିଲ, ସେକ ଆବିଦ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ