କଟକ ଟ୍ୟାକ୍ସ ବାର ପକ୍ଷରୁ ସମ୍ବଦ୍ଧର୍ନା ସଭା
#କଟକ(ଏନ୍.ଏମ୍.): କଟକ ଟ୍ୟାକ୍ସ ବାର ଅୋସାସିଏସନ୍ ତରଫରୁ ମକର୍ତନଗରସ୍ଥିତ ସଭାଗୃହେର ଏକ ସମ୍ବଦ୍ଧର୍ନା ସଭା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଶୁଭାଶିଷ ତାଳପତ୍ର ମୁଖ୍ୟଅତିଥି ଭାବେ ଯୋଗେଦଇ ପ୍ରଚଳିତ ଟିକସ ଆଇନର ସେଂଶାଧନ ହେବାର ସମୟ ଉପନିତ ହୋଇଥିବାବେଳେ, ଏଥିରେ ଆଇନଜୀବୀମାନଙ୍କର ଗୁରୁଦାୟିତ୍ୱ ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସଂଘର ସଭାପତି ଅରୁଣ କୁମାର ଦାଶଙ୍କ ସଭାପତିତ୍ୱରେ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର, ସିଦ୍ଧାର୍ଥ ରାୟ, ରୁଦ୍ରପ୍ରସାଦ କର ଓ ଆୟକର ଅପିଲ ଅଧିକରଣର ନ୍ୟୟିକ ସଦସ୍ୟ ଜର୍ଜ ମାଥନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘ ପକ୍ଷରୁ ରାଜ୍ୟ ଆଇନଜୀବୀ ପରିଷଦର ନବ ନିର୍ବାଚିତ ସମସ୍ତ ସଦସ୍ୟଙ୍କୁ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ତାଳପତ୍ର ସମ୍ବର୍ଦ୍ଧିତ କରିଥେôଲ । ଏହି ଅବସରେର ବାର ଅୋସାସିଏସନ୍ର ଦ୍ୱି-ମାସିକ ପତ୍ରିକା ‘ଟ୍ୟେକ୍ସାଟିକା’ ଉନ୍ମୋଚିତ କରାଯାଇଥିଲା । ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉପ-ସଭାପତି କୌସ୍ତବ ଚୌଧୁରୀ, କୋଷାଧକ୍ଷ ସୌମ୍ୟଶିବ ମହାନ୍ତି, କାର୍ଯ୍ୟକାରୀ ସଦସ୍ୟ ଜିତେନ୍ଦ୍ର କୁମାର ଜେନା, ଗୀତାଞ୍ଜଳି ଦାସ, ସୁନୀଲ କୁମାର ଜେନା, ରଞ୍ଜିତ ରଞ୍ଜନ ବୋଇଥାଳୁ, ଶୁବାଶିଷ ମହାନ୍ତି ଓ ପିଙ୍କୁଶ୍ରୀ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୁବର୍ତନ ସଭାପତି ନଟବର ପଣ୍ଡା, ଦିଲ୍ଲୀପ କୁମାର ସାହୁ, ପ୍ରଦୀପକୁମାର ପଟ୍ଟନାୟକ, ବିବେକାନନ୍ଦ ମହାନ୍ତି ତଥା ପୁବର୍ତନ ସମ୍ପାଦକ ଡ. ସୌମ୍ୟରଞ୍ଜନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥେôଲ । ଆଇନଜୀବୀ ମିତାଲି ଜେଷ୍ଟୀ ସଂଯୋଜନା କରିଥେôଲ । କ୍ରିମିନାଲ କୋଟର୍ସ ବାର ଆସୋସିଏସନ୍ର ସଭାପତି ଧ୍ରୁବଚରଣ ରାଉତ, ଉପ-ସଭାପତି ତପନ କୁମାର େବେହରା, ସମ୍ପାଦକ ସ୍ମୃତିରଞ୍ଜନ ରାଉତ, ଯୁଗ୍ମ-ସମ୍ପାଦକ ହରିପ୍ରସାଦ ଓଝା, କଟକ ବାର ଆସୋସିଏସନର ସମ୍ପାଦକ ଦିଲୀପ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ବିଶ୍ୱଜିତ ଲେଙ୍କା, କଟକ କଞ୍ଜ୍ୟୁମର ବାର ଆସୋସିଏସନ ସହ ଅନ୍ୟ ସମସ୍ତ ବାର ଆସୋସିଏସନ୍ର କମର୍କର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥେôଲ ।