କଟକ ଟାଙ୍ଗୀ ଅଞ୍ଚଳରେ ଫ୍ଲାଇଂ ସ୍କ୍ୱାର୍ଡ଼ର ଚଢ଼ାଉ: ୮୦ କେଜି ଗଞ୍ଜେଇ ଜବତ ୩ ଗିରଫ
କଟକ(ଏନ୍.ଏମ୍.): ଚୋରା ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିବାରେ ସକ୍ଷମ ହୋଇଛି ଅବକାରୀ ବିଭାଗର ରାଜ୍ୟ ଫ୍ଲାଇଂ ସ୍କ୍ୱାଡ । ସ୍କାଡ ଟାଙ୍ଗୀ ନିକଟରୁ ୮୦ କେଜି ଗଞ୍ଜେଇ ଓ ବ୍ୟବହୃତ କାରକୁ ଜବତ କରିବା ସହ ୩ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲା ଜଳାଙ୍ଗି ଅଞ୍ଚଳର ଲାଲଚାନ୍ଦ ମୋଲା(୨୨), ମହମ୍ମଦ ମୋକଜୁଲ ହକ ମୁଲା(୩୨), ମାବୁଦ ମଣ୍ଡଳ(୨୦) । କନ୍ଧମାଳରୁ କାର ଯୋଗେ ପଶ୍ଚିମବଙ୍ଗକୁ ଏକ କାରରେ ଗଞ୍ଜେଇ ନେଉଥିବା ଏକ ବିଶେଷ ସୂତ୍ରରୁ ସ୍କାର୍ଡ ଖବର ପାଇଥିଲା । ସୂଚନା ମୁତାବକ ଶନିବାର ସକାଳ ୮ଟାରେ ଟାଙ୍ଗୀ ନିକଟରୁ କାର ଯାଉଥିବା ବେଳେ ସ୍କ୍ୱାଡର ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଏକ ଟିମ କାରକୁ ଅଟକାଇ ଥିଲେ । ତାହାକୁ ଯାଞ୍ଚ କରିବା ପରେ କାରରୁ ୪ଟି ପଲିଥିନ ବସ୍ତାରେ ୮୦ କେଜି ଗଞ୍ଜେଇ ମିଳିଥିଲା । ଯାହାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ହେବ ବୋଲି ଅଧୀକ୍ଷକ ପଟେଲ ସୂଚନା ଦେଇଛନ୍ତି । ଏହି ସ୍କ୍ୱାର୍ଡରେ ବିଭାଗୀୟ ଆଇଆଇସି ସରୋଜ କୁମାର ପରିଡା, ଇନ୍ସପେକ୍ଟର ସଚିନ ବେହେରା, ଏଏସଆଇ ସକିର ଉଲ୍ଲା, ନଟବର ମଲ୍ଲିକ, ବ୍ରଜକିଶୋର ବିନ୍ଧାଣୀ, ମୋତିଲାଲ ମହାନ୍ତ ସାମିଲ ଥିଲେ ।