କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସମ୍ବର୍ଦ୍ଧନା
କଟକ (ଏନ୍.ଏମ୍.): କଟକ ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକ ସଂଘ ଓ ଏନ.ପି.ଏସ ସଂଘ ତରଫରୁ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକଙ୍କୁ ସମ୍ବର୍ଦ୍ଧନା ଅର୍ପଣ କରାଯାଇଛି । ସମ୍ବର୍ଦ୍ଧନା ସମୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ, ସୋନାମିକା ରାୟ, ଦୀପ୍ତିମୟୀ ଶୁଭଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷା ଅଧିକାରୀ ବର୍ତ୍ତମାନ ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକ ପଦକୁ ପଦୋନ୍ନତି ପାଇଥିବାରୁ ସଂଘ ତରଫରୁ ସମ୍ମାନିତ କରାଯାଇଛି । ସେ ଜଣେ ସୁଦକ୍ଷ, ବିଚକ୍ଷଣ ଅଧିକାରୀ ଭାବେ ନିଜର କର୍ତ୍ତବ୍ୟବୋଧ, ନିଷ୍ଠାପର ସେବା ମନୋବୃତ୍ତି ବଳରେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି । ବିଗତ ଦେଢବର୍ଷ ମଧ୍ୟରେ କାର୍ଯ୍ୟଭାର ଗ୍ରହଣ କରିବା ପର ଠାରୁ ଜିଲ୍ଲାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସମସ୍ତ ସମସ୍ୟାର ଆଶୁ ସମାଧାନ ସହ କଟକ ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଅବିସ୍ମରଣୀୟ ପରିବର୍ତ୍ତନ ଆଣି ପାରିଛନ୍ତି । ଜଣେ ମେଳାପି, ମିଷ୍ଟଭାଷୀ ଓ ଶ୍ରେଷ୍ଠ ଅଧିକାରୀ ଭାବେ ତାଙ୍କର ସୁନାମ ଓ ଯଶ ଦୀର୍ଘସ୍ଥାୟୀ ହେଉ ଏହାହିଁ ସଂଘ ତରଫରୁ କାମନା କରାଯାଇଛି । ଏହି ଅବସରରେ ସଂଘର ମୁଖ୍ୟ ଉପଦେଷ୍ଟା ଶୁଭ୍ରଜିତ ପ୍ରତିହାରୀ, ଶୁଭସୁନ୍ଦର ପଣ୍ଡା, ବିଭୁଦତ୍ତ ବେହେରା ତଥା ସଂଘର ସଭାପତି ଚନ୍ଦ୍ରକାନ୍ତ ଜେନା, ସମ୍ପାଦକ ସୌଭାଗ୍ୟ ରଞ୍ଜନ ପାତ୍ର, କୋଷାଧ୍ୟକ୍ଷ ଦେବରାଜ ସାହୁ ଓ ଅନ୍ୟାନ୍ୟ କର୍ମକର୍ତ୍ତା ବାପୁଜୀ ମହାରଣା, ଆର୍ତ୍ତତ୍ରାଣ ବେହେରା, ଅସୀମା ମହାପାତ୍ର, ସୀମା ମହାନ୍ତି, ଅନିତା ମଣ୍ଡଳ, ଜ୍ଞାନରଞ୍ଜନ କର, ସୁବାସ ମାଝୀ, ସୁବ୍ରତ ସାହୁ ଏବଂ କୃଷ୍ଣଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।