କଟକ ଜିଲ୍ଲାରେ ପ୍ରଶାସନିକ ଅଧିକାରୀଙ୍କ ଉପରେ ତେଜୁଛି ଅସନ୍ତୋଷ: ୭ ମାସ ହେଲା ଚାଉଳ ମିଳିନଥିବାରୁ ଅର୍ପଣ ରଥକୁ ଅଟକାଇଲେ ଗ୍ରାମବାସୀ

କଟକ ଜିଲ୍ଲାରେ ପ୍ରଶାସନିକ ଅଧିକାରୀଙ୍କ ଉପରେ ତେଜୁଛି ଅସନ୍ତୋଷ: ୭ ମାସ ହେଲା ଚାଉଳ ମିଳିନଥିବାରୁ ଅର୍ପଣ ରଥକୁ ଅଟକାଇଲେ ଗ୍ରାମବାସୀ

କଟକ ଜିଲ୍ଲାରେ ପ୍ରଶାସନିକ ଅଧିକାରୀଙ୍କ ଉପରେ ତେଜୁଛି ଅସନ୍ତୋଷ: ୭ ମାସ ହେଲା ଚାଉଳ ମିଳିନଥିବାରୁ ଅର୍ପଣ ରଥକୁ ଅଟକାଇଲେ ଗ୍ରାମବାସୀ


#ନରସିଂହପୁର(ଏନ୍‌.ଏମ୍‌.): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନର ଅବ୍ୟବହିତ ପୂର୍ବରୁ ରାଜ୍ୟ ବ୍ୟାପୀ ଶ୍ରୀଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରୁଥିବାବେଳେ ସବୁଆଡେ ଭବ୍ୟ ସ୍ୱାଗତ କରାଯାଉଛି । ମାତ୍ର କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଗ୍ରାମବାସୀମାନେ ଅର୍ପଣ ରଥକୁ ଅଟକାଇ ବିରୋଧ ପ୍ରଦର୍ଶନ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଯାହା ଫରେ ସରକାର ଓ ପ୍ରଶାସନର ଅବହେଳାକୁ ଜନସାଧାରଣ ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ଅଭିଯୋଗ ଉଠିଛି । କଟକ ଜିଲ୍ଲା ନରସିଂହପୁର ନିକଟ ନୂଆପାଟଣା ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗୋଟିଏ ପଟେ ସରକାର ଓ ପ୍ରଶାସନ ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହେଉଥିବାବେଳେ ପ୍ରଭୁ ବିଶ୍ୱନିୟନ୍ତାଙ୍କ ନାମରେ ଏଭଳି ରଥ ପରିକ୍ରମା କରାଇବା କେବଳ ଭୋଟ ରାଜନୀତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଉକ୍ତ ଅଞ୍ଚଳରେ ଗରିବ ହିତାଧିକାରୀମାନଙ୍କୁ ରାସନ ସାମଗ୍ରୀ ମିଳିନଥିବାରୁ ଲୋକେ ଅର୍ପଣ ରଥକୁ ଅଟକ ରଖି ବିରୋଧ କରିଥିବା ଜଣାପଡ଼ିଛି । ଦୀର୍ଘ ୭ ମାସ ହେଲା ଲୋକଙ୍କୁ ସରକାର ଯୋଗାଉଥିବା ରାସନକାର୍ଡ଼ ଧାରୀଙ୍କୁ ଚାଉଳ ମିଳିନଥିବା ଅଭିଯୋଗ ହୋଇଛି । ରାସନକାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଚାଉଳକୁ ଡିଲର ହେରଫେର କରିଥିବା କୁହାଯାଉଛି । ଏନେଇ ବାରମ୍ବାର ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସେହିଭଳି ଅର୍ପଣ ରଥକୁ ସ୍ୱାଗତ କରିବା ତଥା ଜଗନ୍ନାଥଙ୍କ ପ୍ରେମରେ ଶ୍ରଦ୍ଧାଳୁଙ୍କୁ ଉଦ୍‌ବୁଦ୍ଦ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ସରକାର କିଛି ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ ପ୍ରଶାସନିକ ଅଧିକାରୀମାନେ ଏହି ଅର୍ଥକୁ ଆତ୍ମସାତ କରିବାକୁ ଉଦ୍ୟମ କରୁଥିବା ବିଷୟ ମଧ୍ୟ ଅଭିଯୋଗ ଉଠିଛି । ତେବେ ଏ ସଂକ୍ରାନ୍ତରେ ସରକାର ତୁରନ୍ତ ଦୃଷ୍ଟି ଦେବା ପାଇଁ କେବଳ ନରସିଂହପୁର କାହିଁକି କଟକ ଜିଲ୍ଲାର ବିଭିନ୍ନ ବ୍ଲକରେ ଅସନ୍ତୋଷ ଦାନା ବାନ୍ଧୁଥିବା ଜଣାପଡ଼ିଛି । ତେବେ ଆଗକୁ ସରକାର ଏ ସମସ୍ୟାର କି ସମାଧାନ କରୁଛନ୍ତି ତାହା ସମୟକୁ ଅପେକ୍ଷା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ରାଜନୀତି ରାଜ୍ୟ