କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ଡିସିପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ଡିସିପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ ଡିସିପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଫଟୋ- କାହ୍ନୁଚରଣ ପଣ୍ଡା

କଟକ(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳରେ ରହିଥିବା ବିଭିନ୍ନ ସାମୁହିକ ସମସ୍ୟାକୁ ନେଇ କଟକ-ଚୌଦ୍ୱାର ବିକାଶ ପରିଷଦ ପକ୍ଷରୁ କଟକ ଡିସିପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜଗତପୁର ଥାନା ଅଧିକାରୀ ରବିନ୍ଦ୍ରନାଥ ମେହେରଙ୍କ ଜରିଆରେ ପ୍ରଦାନ କରାଯାଇଛି । ଫକିରପୁର ଆଇବି ରୋଡରେ ପୁଲିସ ସହାୟତା କେନ୍ଦ୍ର ସ୍ଥାପନ, ମହାନଦୀ ବ୍ୟାରେଜ ଫାଣ୍ଡିକୁ ପୂର୍ବ ସ୍ଥାନରେ ସ୍ଥାପିତ କରିବା, ଗୟାନା ଛକକୁ ଦିନବେଳା ନୋ-ଏଣ୍ଟ୍ରି ଜୋନ କରାଯିବା ସହ ଭାରୀଯାନ ଯା-ଆସ ଉପରେ ସମ୍ପୂର୍ଣ୍ଣ ଭାବେ ରୋକ ଲଗାଇବା, ଗୋଲେଇଛକ ରାସ୍ତା ଉପରେ ଘଣ୍ଟା ଘଣ୍ଟା ମୋ-ବସକୁ ପାର୍କିଂ ନକରିବା, ବାଲେଶ୍ୱର ଓ ଢେଙ୍କାନାଳ ପଟୁ ଆସୁଥିବା ଯାତ୍ରୀବାହୀ ବସ ସିଧାସଳଖ କଲେଜ ରାସ୍ତାରେ ଆସି ଗୋଲେଇଛକ ଯାଏଁ ଯିବାକୁ ତାଗିଦ କରିବା, ଜଗତପୁର ଥାନାରେ ଆବଶ୍ୟକୀୟ ପୁଲିସ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରିବା ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଡେସ୍କର ବ୍ୟବସ୍ଥା ଭଳି ପ୍ରମୁଖ ଦାବି ସମ୍ପର୍କରେ ଥାନା ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା । ଏହି ଦାବିପତ୍ର ପ୍ରଦାନ ସମୟରେ କଟକ-ଚୌଦ୍ୱାର ବିକାଶ ପରିଷଦ ସଭାପତି ମାନସ ପରିଡାଙ୍କ ସମେତ ଅଲେଖ ଚନ୍ଦ୍ର ବେହେରା, ତୀର୍ଥାନନ୍ଦ ପଣ୍ଡା, ଚିତ୍ତରଞ୍ଜନ ମହାନ୍ତି, ପ୍ରବୀର ରଥ, ଓମ୍ ପ୍ରକାଶ ପଣ୍ଡା, ଶିବ ପ୍ରଧାନ,ଗୋବର୍ଦ୍ଧନ ସାହୁ, କିଶୋର ନାୟକ, ସୁଶୀଲ ମହାନ୍ତି, ଓ ଉମାଶଙ୍କର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ