କଟକରେ ହକି ବିଶ୍ୱକପର ଉଦ୍‌ଘାଟନୀ ଉତ୍ସବ: ୧୧ଟି ସ୍ଥାନରେ ପାର୍କିଂ ସୁବିଧା

କଟକରେ ହକି ବିଶ୍ୱକପର ଉଦ୍‌ଘାଟନୀ ଉତ୍ସବ: ୧୧ଟି ସ୍ଥାନରେ ପାର୍କିଂ ସୁବିଧା

କଟକରେ ହକି ବିଶ୍ୱକପର ଉଦ୍‌ଘାଟନୀ ଉତ୍ସବ: ୧୧ଟି ସ୍ଥାନରେ ପାର୍କିଂ ସୁବିଧା

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡ଼ିୟମରେ ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ବଲିଉଡ୍ ଓ ଓଡ଼ିଶାର ପ୍ରସିଦ୍ଧ କଳାକାରମାନେ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏଥିପାଇଁ ପ୍ରଭଳ ଭିଡ ହେବାର ସମ୍ଭାବନା ରହିଛି । ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାରବାଟୀ ନିକଟରେ ୧୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସାଧାରଣ ଦର୍ଶକଙ୍କ ଗାଡ଼ି ପାଇଁ ୨ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଡିସିପି ଅଫିସ ନିକଟ ଓ କ୍ୟାଣ୍ଟନମେଣ୍ଟ ଥାନା ପାଖ ତଳ ବାଲିଯାତ୍ରା ପଡିଆରେ ସାଧାରଣ ଦର୍ଶକ ଗାଡି ପାର୍କିଂ କରିପାରିବେ । ଭିଭିଆଇପି ବା ଭିଆଇପି ପାସଧାରୀମାନେ ଗଡ଼ଗଡ଼ିଆ ମନ୍ଦିର ପାଖ ତଳ ବାଲିଯାତ୍ରା ପଡ଼ିଆ, ଖ୍ରୀଷ୍ଟିଆନ ପଡ଼ିଆ, ଦୟାଶ୍ରମ ପଡ଼ିଆ, ଜାଭିୟର ସ୍କୁଲ ଓ ଓସିଏ ଲନରେ ଗାଡ଼ି ପାର୍କିଂ କରିପାରିବେ । ଗଣମାଧ୍ୟମ ପ୍ରତିନିଧିମାନଙ୍କ ନିମନ୍ତେ କେମ୍ବ୍ରିଜ ସ୍କୁଲ ପଡ଼ିଆରେ ପାର୍କିଂ କରିବାର ବ୍ୟବସ୍ଥା କରାଯାଇଛି । ସେହିପରି କଳାକାରଙ୍କ ପାଇଁ କ୍ଲବ୍ ହାଉସ, ଉପର ବାଲିଯାତ୍ରା ଓ ବାସ୍କେଟବଲ ପଡିଆରେ ପାର୍କିଂ କରିବେ ବୋଲି ଜଣାପଡ଼ିଛି । ସେହିଭଳି ହକି ବିଶ୍ୱ କପର ଉଦଘାଟନୀ ଉତ୍ସବ ପାଇଁ କଟକରେ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉତ୍ସବ ଦିନ ବାରବାଟୀ ଷ୍ଟାଡିୟମ ବାହାରେ ଓ ଭିତରେ ୫୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଏଥିସହ ୨୦୦ ଅଫିସର, ଆଇଆଇସି, ଏସିପି, ଆଡିସନାଲ ଡିସିପି ପାହ୍ୟାର ଅଫିସର ମଧ୍ୟ ନିୟୋଜିତ ହେବେ ବୋଲି ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ସେହିଭଳି ଷ୍ଟାଡିୟମ ଭିତରେ ଦର୍ଶକଙ୍କ ପାଇଁ ଖାଦ୍ୟ ଓ ପାଣିର ଷ୍ଟଲ କରାଯାଇଛି । ଯାହାକି ଦର୍ଶକ କିଣିକି ଖାଇପାରିବେ । ସାଧାରଣ ଦର୍ଶକ ପାଇଁ ଦିନ ଦୁଇଟାରୁ ଷ୍ଟାଡିୟମ ଖୋଲା ରହିବ ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ