କଟକରେ ସଫେଇ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ସଦସ୍ୟ ଜାତୀୟ ଆୟୋଗଙ୍କ କଟକ ଆଗମନ
କଟକ(ଏନ୍ଏମ୍.): ଜାତୀୟ ଆୟୋଗ ସଦସ୍ୟ ସଫେଇ କର୍ମଚାରୀ ଡକ୍ଟର ପି.ପି. ଭାଭା କଟକ ମହାନଗର ନିଗମ ସଫେଇ କର୍ମଚାରୀଙ୍କ ସମ୍ପର୍କରେ ଏକ ସମୀକ୍ଷା କରିଛନ୍ତି । ମହାନଗର ନିଗମ ଏମଏସ ଆକ୍ଟ ୨୦୧୩ର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ପାଇଁ ସେ କଟକ ଆସିଥିଲେ । ଏହି ଅବସରରେ ସଫେଇ କର୍ମଚାରୀ ୟୁନିଅନର ପ୍ରତିନିଧିଙ୍କୁ ଭେଟି ସେମାନଙ୍କ ଦ୍ୱାରା ଉଠାଯାଇଥିବା ଦାବି ଏବଂ ପ୍ରସଙ୍ଗ ବିଷୟରେ ଅବଗତ ହୋଇଥିଲେ । ଏହା ପରେ ସଦସ୍ୟ ଡକ୍ଟର ଭାଭା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି ପ୍ରଶାସକ ଅନୀଲ କୁମାର ସାମଲ, ସିଏମସି କମିଶନର ଅନନ୍ୟା ଦାସଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ବୈଠକରେ ସଫେଇ କର୍ମଚାରୀଙ୍କ କଲ୍ୟାଣ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସଦସ୍ୟ ଡକ୍ଟର ଭାଭା କହିଛନ୍ତି ଯେ ଚୁକ୍ତିଭିତ୍ତିକ ସଫେଇ କର୍ମଚାରୀଙ୍କ ବୀମା, ଇପିଏଫ୍ ଏବଂ ଇଏସ୍ଆଇ ସୁବିଧା, ସ୍ୱାସ୍ଥ୍ୟ କାର୍ଡ, ସରକାରୀ ଆବାସ ଇତ୍ୟାଦି ନିୟମିତ କରିବା ପାଇଁ ପଦକ୍ଷେପ ନିଆଯିବା ଉଚିତ । ଦକ୍ଷତା ନବୀକରଣ, ସ୍ୱାସ୍ଥ୍ୟ ଯାଞ୍ଚ, ପିପିଇର ବ୍ୟବହାର, ସ୍ୱଚ୍ଛତା ରକ୍ଷଣାବେକ୍ଷଣ ପାଇଁ ବିଶେଷ ଭାବରେ କୋଭିଡ୍ ସମୟରେ ସଫେଇ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବାକୁ ଡକ୍ଟର ଭାଭା ସିଏମସି ଅଧିକାରୀଙ୍କ ପରାମର୍ଶ ଦେଇଥିଲେ । ତେବେ ସଫେଇ କର୍ମଚାରୀମାନଙ୍କ କଲ୍ୟାଣ ନିମନ୍ତେ ଆୟୋଗର ପରାମର୍ଶକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ସିଏମସି କମିଶନର ପ୍ରତିଶ୍ରୁତି ଦେଇଛନ୍ତି । ଏଥି ସହିତ ସିଏମସିରେ କାର୍ଯ୍ୟରତ ଠିକା ସଫେଇ କର୍ମଚାରୀମାନେ ବିଭିନ୍ନ ସମସ୍ୟା ନେଇ ଆଜି ସିଏମ୍ସି କମିଶନର ଅନନ୍ୟା ଦାସଙ୍କୁ ଭେଟିଥିଲେ । ଏହି ଅବସରରେ ଏକ ଦ୍ୱିପାକ୍ଷିକ ବୈଠକ ହୋଇଥିଲା । ସିଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ରଙ୍କର ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଠିକା ସଫେଇ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ବିଶେଷକରି ପ୍ରତିମାସର ୫ତାରିଖରେ ସମସ୍ତଙ୍କୁ ମାସିକ ମଜୁରୀ ପ୍ରଦାନ କରିବା, ପାଞ୍ଚବର୍ଷରୁ ଉର୍ଦ୍ଧ୍ୱ ସଫେଇ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ବର୍ଦ୍ଧିତ ମଜୁରୀ ସହ ଇପିଏଫ୍, ଇଏସ୍ଆଇ ସୁବିଧା ପ୍ରଦାନ କରିବା ଉପରେ ଆଲୋଚନା କରାଯାଇଥିଲା । ବୈଠକରେ
ସଂଗଠନର ସଭାପତି ବିଜୟ ଭୂଷଣ ପତି ଉପରୋକ୍ତ ସମସ୍ୟାଗୁଡିକ ଆଲୋଚନା କରିଥିଲାବେଳେ ଏହାର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି ସିଏମ୍ସି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଆଲୋଚନାରେ ସଂଗଠନର ସମ୍ପାଦିକା ରୀନା ନାଏକ, ପ୍ରଭାତ ନାଏକ,ମିନତୀ ନାଏକ, ଅଜୟ ନାଏକ, ରାଜ ନାଏକ, ସପନା ନାଏକ ଓ ଅଶୋକ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।