କଟକରେ ବଢ଼ୁଛି ଧଳା ଜହର କାରବାର: ୨୦ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ, ୧ ଗିରଫ

କଟକରେ ବଢ଼ୁଛି ଧଳା ଜହର କାରବାର: ୨୦ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ, ୧ ଗିରଫ

କଟକରେ ବଢ଼ୁଛି ଧଳା ଜହର କାରବାର: ୨୦ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ, ୧ ଗିରଫ


କଟକ (ଏନ୍‌.ଏମ୍‌.): ଲାଲବାଗ ଥାନା ପୁଲିସ ଆଜି ଜଣେ ଆନ୍ତରାଜ୍ୟ ବ୍ରାଉନ ସୁଗର ଚାଲାଣକାରୀକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ବିଡାନସୀ ଥାନା ଅନ୍ତର୍ଗତ ତୁଳସୀପୁର ଖ୍ରୀଷ୍ଟିଆନ ସାହିର ରାଜା ଓରଫ ଜିତେନ୍ଦ୍ର ବସ୍ତିଆ(୩୦) ବୋଲି ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ନିକଟରୁ ୨୭୦ ଗ୍ରାମ ଓଜନର ଧଳା ଜହର ଜବତ କରାଯାଇଛି । ଏହାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗିରଫ ରାଜା ଜଣେ ପେଶାଦାର ନିଶା ବେପାରୀ । ସେ ନିୟମିତ ବାଲେଶ୍ୱର, ଜଳେଶ୍ୱର ଆଦି ସ୍ଥାନରୁ ବ୍ରାଉନ ସୁଗର ଆଣି କଟକ, ଭୁବନେଶ୍ୱର, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର ଅଞ୍ଚଳରେ ଖୁଚୁରା ବେପାରୀଙ୍କୁ ବିକ୍ରୟ କରିଥାଏ । ଏଥିସହିତ ସେ ରାଜ୍ୟ ବାହାରକୁ ମଧ୍ୟ ନିଶାଦ୍ରବ୍ୟ ଚାଲାଣ କରିଥାଏ । ଗୁରୁବାର ସନ୍ଧ୍ୟା ପ୍ରାୟ ସାଢେ ଘଟିକା ସମୟରେ ଲାଲବାଗ ପୁଲିସକୁଏକ ନିର୍ଭରଯୋଗ୍ୟ ସୂଚନା ଅଧାରରରେ ରାଜା ଏକ ବାଇକରେ ବ୍ରାଉନ ସୁଗର ଧରି ନେତାଜୀ ସେତୁ ଦେଇ ତ୍ରିଶୁଲିଆ ପଟୁ ଆସୁଥିଲା । ଏକ ପୁଲିସ ଟିମ୍ ସେତୁଉପରେ ତନଖି କରିଥିଲେ । ଏଥିସହିତ ପୁଲିସର ଅନ୍ୟ ଏକ ଟିମ ଗାନ୍ଧୀ ପାର୍କ ନିକଟରେ ସାଦା ପୋଷାକରେ ଜଗିରଥିଲା । ରାଜା ସେହି ରାସ୍ତା ଅତିକ୍ରମ କରୁଥିଲା ବେଳେ ପୁଲିସ ଟିମ ତାକୁ କାବୁ କରିବାରେ ସଫଳ ହୋଇଥିଲା । ତଲାସୀ ସମୟରେ ରାଜା ନିକଟରୁ ୨୭୦ ଗ୍ରାମ ବ୍ରାଉନ ସୁଗର ମିଳିଥିଲା । ଜବତ ନିଶାଦ୍ରବ୍ୟ ଆନୁମାନିକ୨୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏହାପରେ ରାଜାକୁ ଥାନାକୁ ଆଣି ପଚରାଉଚରା କରିବାରୁ ସେ ନିୟମିତ ବ୍ରାଉନସୁଗର ବ୍ୟବସାୟ କରୁଥିବା ସ୍ୱୀକାର କରିଥିଲା । ଅଭିଯୁକ୍ତ ରାଜା ଦୀର୍ଘ ଦିନ ହେବ ଏହି କାରବାରରେ ସଂପୃକ୍ତ ଥିବା ପୁଲିସ ଠାରୁ ପ୍ରକାଶ । ତାର ବାଲେଶ୍ୱର ଓ ଜଳେଶ୍ୱରରେ ଥିବା ବଡ଼ ବଡ଼ ନିଶା ମାଫିଆଙ୍କ ସହ ସମ୍ପର୍କ ରହିଛି । ସେହି ମାଫିଆଙ୍କ ଠାରୁ ବ୍ରାଉନ ସୁଗର ଆଣି କଟକ, ଭୁବନେଶ୍ୱର, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର ଆଦି ଅଞ୍ଚଳର ଖୁଚୁରା ବେପାରୀଙ୍କୁ ଯୋଗାଉ ଥିଲା । ଏହା ବଦଳରେ ସେ ମୋଟା ଅଙ୍କର କମିଶନ ମଧ୍ୟ ଆୟ କରୁଥିଲା । ଏହାଛଡା ବାହାର ରାଜ୍ୟକୁ ଚାଲାଣ କରୁଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି । ଏ ନେଇ ଲାଲବାଗ ଥାନା କେସ ନମ୍ବର ୨୯୯/୨୨ ଏନଡିପିଏସ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ