କଟକରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶ ଦାତା : ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ

କଟକରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶ ଦାତା : ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ

କଟକରେ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶ ଦାତା : ବୁଲି ଦେଖିଲେ ବିଭିନ୍ନ ପ୍ରକଳ୍ପ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶଦାତା ଅମରଜିତ ସିହ୍ନା କଟକରେ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି । ସେ ଏସସିବି ମେଡ଼ିକାଲର ଉର୍ଣ୍ଣତିକରଣ କାର୍ଯ୍ୟ, ତାଳଦଣ୍ଡା କେନାଲର ପୁନରୁଦ୍ଧାର କାର୍ଯ୍ୟ, ଅର୍ବାନ ହାଟ ସମେତ ବିଭିନ୍ନ ପ୍ରକଳ୍ପ ବୁଲି ଅନୁଧ୍ୟାନ କରିଥିଲେ । ଏହି ରାଜ୍ୟ ସରକାର ପ୍ରକଳ୍ପ ଗୁଡିକର କିଭଳି ରୂପାନ୍ତରିତକରଣ କରିଛନ୍ତି ତାହା ବୁଲି ଦେଖିବା ସହ ପ୍ରଶଂସା କରିଥିଲେ । ତେବେ ପ୍ରକଳ୍ପ ବୁଲି ଦେଖିବା ପରେ ଅନେକ କିଛି ଶିଖିବାକୁ ମିଳିଲା ବୋଲି ସେ କହିଛନ୍ତି । ପ୍ରଥମେ ବଡ଼ ମେଡିକାଲ(ଏସସିବି) ସମ୍ପ୍ରସାରଣ କାର୍ଯ୍ୟକୁ ପୁଙ୍ଖାନୁପୁଙ୍ଖ ଭାବରେ ଦେଖିବା, ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ସେ ଡାଇଗ୍ରାମକୁ ଅନୁଶୀଳନ କରିଥିଲେ । ଏହାପରେ ତାଳଦଣ୍ଡା କେନାଲ ନବୀକରଣକୁ ଦେଖି ବେଶ ଖୁସି ପ୍ରକଟ କରିଥିଲେ । ପ୍ରଶସ୍ତ ରାସ୍ତା, କେନାଲର ନୂତନତା, ପାର୍କକୁ ସେ ଦେଖିଥିଲେ । ଏହାପରେ ଛତ୍ରବଜାର ଅର୍ବାନ ହାଟ ଓ ପରେ ପରେ କେନାଲର ପାର୍ଶ୍ୱ ସ୍ଥିତି ସମ୍ପର୍କରେ ବୁଝିଥିଲେ । ଏହି ଅବସରରେ ଶ୍ରୀ ସିହ୍ନାଙ୍କ ସହିତ ସିଡିଏ ଅଧକ୍ଷ ଅନୀଲ ସାମଲ, କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନି, ସିଏମସି କମିଶନର ନିଖିଳ ପୱନ କଲ୍ୟାଣଙ୍କ ସମେତ ବହୁ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ତେବେ ସମ୍ପ୍ରତି ସୌନ୍ଦର୍ଯ୍ୟର କେନ୍ଦ୍ରବିନ୍ଦୁ ପାଲଟିଥିବା କଟକ ସହର ସବୁ ଦିଗର ଝଟକୁଥିବା ଦେଖିବାକୁ ପାଇଥିଲେ । ଏହା ରାଜ୍ୟ ସରକାରଙ୍କ ଯୋଜନାର ସଫଳ ରୂପାୟନ ହୋଇଛି ବୋଲି ମତପ୍ରକାଶ କରିଥିଲେ । ସୂଚନା ଯୋଗ୍ୟ ଯେ, ତାମିଲନାଡୁର ଜଳ ସମ୍ପଦ ବିଭାଗର ଅତରିକ୍ତ ମୁଖ ସଚିବ ସନ୍ଦୀପ ସକସେନା ଓଡିଶାର ଐତିହ୍ୟର ସ୍ମାରକୀ ପାଲଟିଥିବା ତାଳଦଣ୍ଡା କେନାଲକୁ ଅନୁକରଣ କରିବା ପାଇଁ ଯୋବ୍ରା ସ୍ଥିତ ତାଳଦଣ୍ଡା କେନାଲର ସବୁ ଦିଗକୁ ବୁଲି ଦେଖିଥିଲେ । ସୌନ୍ଦଯ୍ୟକରଣ, କେନାଲରେ ଯୋଡି ହୋଇଥିବା ପ୍ରଯୁକ୍ତିବିଦ୍ୟାକୁ ପାଖରୁ ଦେଖିବା ସହ ଖୁସି ଓ ପ୍ରଶଂସା କରିଥିବାବେଳେ ଆଜି ପ୍ରଧାନମନ୍ତ୍ରୀଙ୍କ ପୂର୍ବ ପରାମର୍ଶ ଦାତା ଆସିବା ପରେ କଟକର ଗର୍ବ ଓ ଗୌରବ ଆହୁରି ବୃଦ୍ଧି ପାଇଛି ବୋଲି ସହରର ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ