କଟକରେ ପ୍ରଥମ ସର୍ବଭାରତୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ପାଇଁ ସାମ୍ବାଦିକ ସମ୍ମିଳନୀ

#କଟକ(ଏନ୍.ଏମ୍.): ଆସନ୍ତା ୧୫ ଏବଂ ୧୬ ରେ ଆରମ୍ଭ ହେବାକୁ ଯାଉଛି ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜାତୀୟ ବାର୍ଷିକ ସମ୍ମିଳନୀ । କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ ପରିସରରେ ହେବାକୁ ଥିବା ଏହି ଦୁଇ ଦିନିଆ ସମ୍ମିଳନୀରେ ଶ୍ରୀ ଅରବିନ୍ଦଙ୍କ ପାଠଚକ୍ର ଅନୁଷ୍ଠିତ ହେବ । ବିଶେଷ କରି ମହିଳାମାନଙ୍କ ପାଇଁ ଏହି ସର୍ବଭାରତୀୟ ପାଠ ଚକ୍ର କରାଯାଉଛି । ବର୍ତ୍ତମାନ ସମୟରେ ପ୍ରତ୍ୟକ କ୍ଷେତ୍ରରେ ମହିଳାମାନଙ୍କ ଗୁରୁତୁପୂର୍ଣ୍ଣ ଭୂମିକା ଗ୍ରହଣ କରାଯାଉଥିବାରୁ ପାଠଚକ୍ରରେ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରାଯିବ । ସମସ୍ତଙ୍କ ମନରେ ଆଧ୍ୟାତ୍ମିକ ଚେତନାର ଜାଗରଣ ସୃଷ୍ଟି କରିବା ଏବଂ ଏହାର ବିକାଶ, ମନ ଭିତରେ ଭଗବାନଙ୍କ ଭକ୍ତିଭାବକୁ ଆବିଷ୍କାର କରିବା ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ବୋଲି ସ୍ଥାନୀୟ ମଧୁପାଟଣା ସ୍ଥିତ ମାତୃଭବନ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସମ୍ମିଳନୀରେ ଓଡିଶା ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ମହିଳା ପ୍ରତିନିଧିମାନେ ସାମିଲ ହେବେ । ସମ୍ମିଳନୀରେ ଶ୍ରୀ ଅରବିନ୍ଦ ଫାଉଣ୍ଡେସନ ସମ୍ପାଦକ ଜୟନ୍ତୀ ରବି, ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସାଙ୍ଗଠନିକ ସମ୍ପାଦକ ବିଜୟନୀ ମହାପାତ୍ର ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସାଙ୍ଗଠନିକ ଅଧକ୍ଷା ଡକ୍ଟର ଶ୍ୟାମା କାନୁନଗୋ, ନିୟୁ ଲାଇଫ ଏଜୁକେଶନଲ ଟ୍ରଷ୍ଟ ମାତୃଭବନ ସମ୍ପାଦକ ପ୍ରସାଦ ତ୍ରିପାଠୀ, ଜଚିନ୍ଦ୍ର ଦାସ, ବାନାମ୍ବର ମହାନ୍ତି, ଲୀଲାବତୀ ବେହେରା, ସରୋଜ ମହାପାତ୍ର, ନୀତା ସରକାର, ଅମରେନ୍ଦ୍ର ରାଉତ, ଗଙ୍ଗାଧର ସାହୁ, ଗଦାଧର ମିଶ୍ରଙ୍କ ସମେତ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ ।