କଟକରେ ପୁଣି କଳା ପଲ୍‌ସର ଆତଙ୍କ : ୩ ଲୁଟେରା ଗିରଫ, ୧୨ଟି ଲୁଟ ମୋବାଇଲ ଜବତ

କଟକରେ ପୁଣି କଳା ପଲ୍‌ସର ଆତଙ୍କ : ୩ ଲୁଟେରା ଗିରଫ, ୧୨ଟି ଲୁଟ ମୋବାଇଲ ଜବତ

କଟକରେ ପୁଣି କଳା ପଲ୍‌ସର ଆତଙ୍କ : ୩ ଲୁଟେରା ଗିରଫ, ୧୨ଟି ଲୁଟ ମୋବାଇଲ ଜବତ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ରାତିରେ ପଥଚାରୀଙ୍କୁ ଏକୁଟିଆ ଯାଉଥିବାର ଦେଖି ସେମାନଙ୍କ ଭ୍ୟାନିଟ ଓ ମୋବାଇଲ୍ ଲୁଟ କରୁଥିବା ଏମ ଗ୍ୟାଙ୍ଗକୁ ଠାବ କରିଛି କ୍ୟାଣ୍ଟନମେଣ୍ଟ ଥାନା ପୁଲିସ । ଏହି ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି । ଅଭିଯୁକ୍ତମାନେ ହେଲେ ଚାଉଳିଆଗଞ୍ଜ ଥାନା ବିଦ୍ୟାଧରପୁର ରାମଗଡି ଅଞ୍ଚଳର ମୁନା ଓଝା (୨୫), ବିଦ୍ୟାଧରପୁର ଅଞ୍ଚଳର ଆଶିଷ କୁମାର ରାଉତ(୨୧) ଓ ଅଜୁ ଓରଫ ଧନଞ୍ଜୟ ପଣ୍ଡା(୨୯) । ପୁଲିସ ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଆଇ ଫୋନ ସମେତ ୧୨ଟି ସ୍ମାର୍ଟଫୋନ ଓ ଅନ୍ୟାନ୍ୟ ଲୁଟ ସାମଗ୍ରୀ ଜବତ କରିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ,ଲାଲାବାଗ ଥାନା ଅନ୍ତର୍ଗତ ଅଲିଶାବଜାର ଅଞ୍ଚଳର ସ୍ୱୟଂଶ୍ରୀ ମିଶ୍ର ଗତ ମାର୍ଚ୍ଚ ୧୨ରେ ଚିକିତ୍ସା ଲାଗି ରାଣୀହାଟ ଆସିଥିଲା ବେଳେ ରାତି ୯ଟା ବେଳକୁ କ୍ୟାଣ୍ଟନମେଣ୍ଟ ରୋଡ ଦେଇ ତାଙ୍କର ଅଲିଶାବଜାର ଦହିଖିଆ ସାହିସ୍ଥିତ ଘରକୁ ଫେରୁଥିଲେ । ତେବେ ଏହି ସମୟରେ ହଠାତ ଦୁଇ ଜଣ ଦୁର୍ବୃତ୍ତ ଏକ କଳା ପଲସର ବାଇକରେ ଆସି ଭ୍ୟାନିଟି ବ୍ୟାଗ୍ ଛଡାଇନେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ସ୍ୱୟଂଶ୍ରୀ ଦୁବୃର୍ତ୍ତମାନଙ୍କୁ ପିଛା କରି ଚଣ୍ଡୀଛକ ଯାଏ ଯାଇଥିଲେ । ମାତ୍ର ଲୁଟେରାମାନଙ୍କ ଠାବ କରିପାରିନଥିଲେ । ପରେ ସେ ଏ ସଂପର୍କରେ କ୍ୟାଣ୍ଟେନମେଣ୍ଟ ଥାନାରେ ଲିଖିତ ଅଭିଯୋଗ କଲେ । ଉକ୍ତ ଭ୍ୟାନିଟିରେ ତାଙ୍କର ଗୋଟିଏ ଦାମୀ ଆଇ ଫୋନ,୧୨ଟି କ୍ରେଡିଟ କାର୍ଡ, ଆଧାର କାଡ, ନଗଦ ଟଙ୍କା ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଥିଲା । ଅଭିଯୋଗ ପାଇ ପୁଲିସ ଆଇପିସିର ୩୯୨,୩୪ ଦଫାରେ ମାମଲା ରୁଜୁ କରି ଛାନ୍‌ବିନ୍ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୁଲିସ ମୁନାକୁ ଚିହ୍ନଟ କରି ତାକୁ ପଚରା ଉଚରା କରିବା ପରେ ସେ ଘଟଣା ସଂପର୍କରେ ସବୁ ସତକଥା ମାନିଯାଇଥିଲା । ତା’ର ବୟାନ ଆଧାରରେ ସହଯୋଗୀ ଆଶିଷକୁ ମଧ୍ୟ ଗିରଫ କରିଥିଲା ପୁଲିସ । ଉଭୟ ଲୁଟିଥିବା ମୋବାଇଲକୁ ଚାଉଳିଆଗଞ୍ଜର ମୋବାଇଲ୍ ମରାମତି ଦୋକାନୀ ଧନଞ୍ଜୟକୁ ୬ ହଜାର ଟଙ୍କାରେ ବିକ୍ରି କରିଥିଲେ । ପୁଲିସ ସେଠାରେ ଚଢଉ କରି ଆଇଫୋନ ଜବତ କରିବା ସହ ଅନ୍ୟ ୬ଟି ଚୋରା ମୋବାଇଲ ଜବତ କରିଥିଲା । ଏଥି ସହିତ ଲୁଟରେ ବ୍ୟବହୃତ କଳା ପଲ୍‌ସରକୁ ମଧ୍ୟ ପୁଲସ ଜବତ କରିଛି । ଅଭିଯୁକ୍ତମାନଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । ମୁନା ବିରୋଧରେ ଚାଉଳିଆଗଞ୍ଜ ଥାନାରେ ୭ଟି ଓ ଜଗତପୁର ଥାନାରେ ଗୋଟିଏ ମାମଲା ରହିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ