କଟକରେ ଖୋଲିଲା ମେଟ୍ରୋ କମ୍ପ୍ୟୁଟରର ବ୍ରାଣ୍ଡ ନୂଆ ଶୋ’ରୁମ୍
ଟେକ୍ ଆଗ୍ରହୀମାନଙ୍କୁ ଯୋଗାଇବ ଲ୍ୟାଟେଷ୍ଟ ଇଲେକ୍ଟ୍ରୋନିକ୍ସ ଉତ୍ପାଦ
#କଟକ(ଏନ୍.ଏମ୍.): ଅଗ୍ରଣୀ ଟେକ୍ ସେବା ପ୍ରଦାନକାରୀ ସଂସ୍ଥା ମେଟ୍ରୋ କମ୍ପ୍ୟୁଟରର କଟକର ପୁରୀଘାଟ ରୋଡରେ ନୂତନ ଷ୍ଟୋର ଉଦ୍ଘାଟିତ ହୋଇଯାଇଛି । ଏହା ଅନ୍ୟ ପାରମ୍ପରିକ ଟେକ୍ ସେବା ପ୍ରଦାନକାରୀ ସଂସ୍ଥା ତୁଳନାରେ ଲ୍ୟାଟେଷ୍ଟ ଇଲେକ୍ଟ୍ରୋନିକ୍ସ ପ୍ରଦାନ କରିବ । ମେଟ୍ରୋ କମ୍ପ୍ୟୁଟର କଟକରେ ଆଇଟି ସେବା ପ୍ରଦାନକାରୀଙ୍କ ଦ୍ୱାରା ସର୍ବପ୍ରଥମ ନୂତନ ଷ୍ଟୋର । ଯାହା ଡିଜିଟାଲ୍ ଟ୍ରାନ୍ସଫର୍ମେସନର ସମ୍ପ୍ରସାରଣ ଜରିଆରେ ଗ୍ରାହକଙ୍କ ନିକଟତର ହୋଇପାରିବ । ଉଦଘାଟନ ସମାରୋହରେ, ମେଟ୍ରୋ କମ୍ପ୍ୟୁଟରର ଏଚ୍ପି,ଡେଲ୍ ଓ ନିଲୋଭୋ ଏବଂ ଅନ୍ୟାନ୍ୟ ପ୍ରମୁଖ ଆଇଟି କମ୍ପାନୀଗୁଡିକରୁ ନୂତନ ଟେକ୍ନୋଲୋଜି ଉତ୍ପାଦଗୁଡିକ ପାଇଁ ଏହାର ଅଫର୍ ଲଞ୍ଚ କରିଛି । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଆବଶ୍ୟକତାକୁ ସୁହାଇବା ପରି ଅଫର ପ୍ରଦାନ କରିବାକୁ କମ୍ପାନୀ ସର୍ବଦା ଆଗ୍ରହୀ । ମେଟ୍ରୋ କମ୍ପ୍ୟୁଟର ପ୍ରଥମ ଥର ପାଇଁ ଟେକ୍ ଉତ୍ସାହୀମାନଙ୍କୁ ଲ୍ୟାଟେଷ୍ଟ ଇଲେକ୍ଟ୍ରୋନିକ୍ସ ପ୍ରଦାନ କରୁଛି ଯେପରିକି ଲାପଟପ୍, କମ୍ପ୍ୟୁଟର, ଭିଡିଓ ଗେମ୍ କନ୍େସାଲ୍, ଡ୍ରୋନ୍, ହେଡଫୋନ୍ ଏବଂ ସ୍ପିକର, କେସ ଏବଂ କଭର ଇତ୍ୟାଦି । ଏତଦ୍ବ୍ୟତୀତ ମେଟ୍ରୋ କମ୍ପ୍ୟୁଟର ଷ୍ଟୋରରେ ଅଭିନବ ଘର ସୁରକ୍ଷା ସମାଧାନ ପାଇଁ ଏକ ବିଭାଗ ଅଛି, ଯେଉଁଠି ସ୍ମାର୍ଟ କ୍ୟାମେରା, ମୋସନ୍ ସେନ୍ସର, ସ୍ମାର୍ଟ ସ୍ମୋକ୍ ଡିଟେକ୍ଟର ଇତ୍ୟାଦି ଉପଲବ୍ଧ । ମେଟ୍ରୋ କମ୍ପ୍ୟୁଟର ଷ୍ଟୋର ବିଶ୍ୱର ସର୍ବବୃହତ ଟେକ୍ନୋଲୋଜି କମ୍ପାନୀଗୁଡିକର ଅତ୍ୟାଧୁନିକ ସ୍ମାର୍ଟ ଡିଭାଇସ୍, ହାଇ-ଟେକ୍ ଟଚସ୍କ୍ରିନ, ଟେଲିକମ୍ ସେବା, ଆସେସୋରିଜ୍ ଏବଂ ଅନ୍ୟାନ୍ୟ ଉତ୍ପାଦ ପ୍ରଦର୍ଶନ କରି ସର୍ବଦା ଅତ୍ୟାଧୁନିକ ରିଟେଲ ଏକ୍ସିପିରିଏନ୍ସ ପ୍ରଦାନ କରିବ । ଗ୍ରାହକଙ୍କ ଆବଶ୍ୟକତା ଏବଂ ଆକାଂକ୍ଷାକୁ ପୂରଣ କରିବା ପାଇଁ ନୂତନ ଷ୍ଟୋର ଏହାର ପ୍ରୟାସକୁ ସୁନିଶ୍ଚିତ କରିବା ସହିତ ସର୍ବୋତ୍ତମ ସେବା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ଟେକ୍ନୋଲୋଜି ପ୍ରଦାନ କରିବାକୁ ପ୍ରତିଜ୍ଞାବଦ୍ଧ ।