କଟକରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ବୁଦ୍ଧିଜୀବୀ ସମ୍ମିଳନୀ

କଟକରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ବୁଦ୍ଧିଜୀବୀ ସମ୍ମିଳନୀ

କଟକରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ବୁଦ୍ଧିଜୀବୀ ସମ୍ମିଳନୀ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ଶାରଳା ଭବନରେ କେନ୍ଦ୍ର ସରକାରଙ୍କ “ଆତ୍ମନିର୍ଭର ଅର୍ଥବ୍ୟବସ୍ଥା ଯୁକ୍ତ ଭାରତର ବଜେଟ-୨୦୨୨’ ସମ୍ବନ୍ଧରେ କଟକନଗର ବିଜେପି ବୁଦ୍ଧିଜୀବୀ ପ୍ରକୋଷ୍ଠ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ସଭା ଆରମ୍ଭରେ ଭାରତ ରତ୍ନ ଲତା ମଙ୍ଗେସକର ଙ୍କର ନିଧନରେ ଦୁଃଖ ପ୍ରକାଶ କରାଯାଇ ଶୋକ ପ୍ରସ୍ତାବ ପାରିତ ହୋଇ ନିରବ ପ୍ରାର୍ଥନା କରାଯାଇଥିଲା । କଟକନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ସଭାପତିତ୍ୱ କରି ପରିଚୟ ଓ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମୁଖ୍ୟବକ୍ତା ଭାବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟଅତିଥି ଭାବେ ରାଜ୍ୟ ସଭାପତି ସମୀର ମହାନ୍ତି ଉପସ୍ଥିତ ରହି ଚଳିତ ବର୍ଷ ବଜେଟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ ଯେ, ୨୦୧୪ ପୂର୍ବରୁ ଭାରତର ଅର୍ଥବ୍ୟବସ୍ଥା ବିଭିନ୍ନ ସ୍କାମ କାରଣରୁ ଭୁଶୁଡି ପଡିଥିଲା, ପରେ ତାହାର ସୁଧାର ଆଣିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତାଙ୍କରି ଦୂରଦୃଷ୍ଟି କାରଣରୁ ଆଜି କରୋନା ମହାମାରୀ ପରେ ବିଶ୍ୱ ଅର୍ଥବ୍ୟବସ୍ଥା ବଡ ବଡ଼ ଦେଶ ତଳକୁ ଯାଉଥିବା ବେଳେ ଭାରତ ନିଜକୁ ସମ୍ଭାଳି ବହୁ ଆଗକୁ ଯିବାକୁ ପ୍ରସ୍ତୁତ ହେଉଛି । ଏବେ ବିଶ୍ୱର ୪ର୍ଥ ଅର୍ଥଶକ୍ତି ଭାରତ ଆତ୍ମନିର୍ଭର ଶିଳ୍ପ କ୍ଷେତ୍ରରେ ଚାଇନା କୁ କଡ୍ଡା ଟକ୍କର ଦେବାକୁ ସମର୍ଥ । ଉଦାହରଣ ସ୍ୱରୂପ ନୋଏଡାରେ ଏବେ ବିଶ୍ୱର ସବୁଠୁ ବଡ଼ ମୋବାଇଲ କାରଖାନା । ଚଳିତ ବଜେଟରେ ଖାଦ୍ୟ, ବସ୍ତ୍ର, ଶିଳ୍ପ, ଯୋଗାଯୋଗ, ଶିକ୍ଷା, ସ୍ୱାସ୍ଥ୍ୟ ପ୍ରତ୍ୟେକ କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରଚୁର ଅର୍ଥବ୍ୟବସ୍ଥା କରାଯାଇପାରିଛି । ଯାହାର ପ୍ରଭାବ ଆଗାମୀ କିଛିଦିନ ମଧରେ ଜଣାପଡିବ । ସାଡେ ୭ଲକ୍ଷ କୋଟି ଟଙ୍କାର ବିନିଯୋଗ ହେବାରୁ, ଏହାର ଚାରିଗୁଣ ପ୍ରଭାବ ମାର୍କେଟରେ ହେବାକୁ ଯାଉଛି । ଏମଏସଏମଇ କ୍ଷେତ୍ରରେ ସବୁଠୁ ଅଧିକ ଇନଭେଷ୍ଟ ହୋଇଥିବାରୁ,୨୦ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ହୋଇପାରିଛି । ଯାହାକାରଣରୁ ଭାରତରେ ବଜାର ମାନ୍ଦା ନାହିଁ । ଶିକ୍ଷା କ୍ଷେତ୍ରରେ ସମ୍ପୂର୍ଣ୍ଣ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ପ୍ରୟାସ ହୋଇଛି । ମୋଟାମୋଟି ଭାବେ ମୋଦୀଜି ସୁବର୍ଣ୍ଣ ଭାରତର ଭବିଷ୍ୟ ନିର୍ମାଣ ପାଇଁ ଲାଗିଛନ୍ତି ବୋଲି ସେ କହିଥିଲେ । ଓଡ଼ିଶାର ରେଳ, ଟେଲିକମ, ଏଆର ତଥା ଅନ୍ୟାନ୍ୟ ଯୋଗାଯୋଗ କ୍ଷେତ୍ରରେ ପ୍ରଚୁର ଅର୍ଥ ଦିଆଯାଇଛି । ଆଗକୁ ଆହୁରି ବହୁତ କିଛି ଶ୍ରୀଜଗନ୍ନାଥ ଓ ମା କଟକଚଣ୍ଡୀଙ୍କ ଆଶୀର୍ବାଦରୁ ହେବ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ନୟନକିଶୋର ମହାନ୍ତି ସ୍ୱାଗତ ଭାଷଣ, ସଜନ ଶର୍ମା ପ୍ରସଙ୍ଗ ପରିଚାଳନା, ବିନୋଦ ଦାସ ପ୍ରଶ୍ନୋତ୍ତର କାଳ ପରିଚାଳନା କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା ଧନ୍ୟବାଦ ଦେଇଥିଲେ । ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଜିଲ୍ଲା ବୁଦ୍ଧିଜୀବୀ ପ୍ରକୋଷ୍ଠର ଆବାହକ ଗୁରୁଦତ୍ତ କର ମଞ୍ଚରେ ଉପସ୍ଥିତ ଥିଲେ । ସଭାଗୃହରେ ୪୦୦ରୁ ଉର୍ଦ୍ଧ୍ୱ କଟକର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ