କଟକରେ ଆରମ୍ଭ ହୋଇଗଲା ନିର୍ବାଚନୀ ସଂଗ୍ରାମ: ସଂତୃପ୍ତଙ୍କ ଆଟାକକୁ ଭର୍ତ୍ତୃହରିଙ୍କ କାଉଣ୍ଟର

କଟକରେ ଆରମ୍ଭ ହୋଇଗଲା ନିର୍ବାଚନୀ ସଂଗ୍ରାମ: ସଂତୃପ୍ତଙ୍କ ଆଟାକକୁ ଭର୍ତ୍ତୃହରିଙ୍କ କାଉଣ୍ଟର

କଟକରେ ଆରମ୍ଭ ହୋଇଗଲା ନିର୍ବାଚନୀ ସଂଗ୍ରାମ: ସଂତୃପ୍ତଙ୍କ ଆଟାକକୁ ଭର୍ତ୍ତୃହରିଙ୍କ କାଉଣ୍ଟର


#କଟକ (ଏନ୍‌.ଏମ୍‌.): କଟକରେ ଆରମ୍ଭ ହୋଇଯାଇଛି ନିର୍ବାଚନୀ ସଂଗ୍ରାମ । ପ୍ରାର୍ଥୀମାନେ ପ୍ରତିପକ୍ଷ ପ୍ରାର୍ଥୀଙ୍କ ଆଟାକ କରିବା ଭଳି ବକ୍ତବ୍ୟ ଦେଉଥିବାବେଳେ ପ୍ରତିପକ୍ଷ ମଧ୍ୟ କାଉଣ୍ଟର କରିବାରେ ଲାଗିପଡ଼ିଛନ୍ତି । ତେବେ କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତିର ଯୁଦ୍ଧ । ଏକାଧିକବାର ସାଂସଦ ଭାବେ ବିଜୟ ଲାଭ କରିଥିବା ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କୁ ନବାଗତ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ସିଧାସଳଖ ଆଟାକ କରିବା ଭଳି ବକ୍ତବ୍ୟ ରଖିଥିଲେ । ମାତ୍ର ତାଙ୍କ ବକ୍ତବ୍ୟକୁ ସିଧାସଳଖ ଭତ୍ତୃହରି ମହତାବ କାଉଣ୍ଟର କରି କଟକର ସ୍ୱଭିମାନ ଆଗରେ ସବୁ କିଛି ତୁଚ୍ଛ ବୋଲି ମତ ଦେଇଛନ୍ତି । ଏବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀମାନେ ଗଡ଼ ସଜାଡ଼ିବାରେ ଲାଗି ପଡ଼ିଛନ୍ତି । ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର କର୍ମକର୍ତ୍ତାଙ୍କୁ ଭେଟବା ସହ କର୍ମୀଙ୍କ ମନୋବଳ ସୁଦୃଢ଼ କରିବା ପାଇଁ ଭର୍ତ୍ତୃହରି ମହତାବଙ୍କୁ ଟାର୍ଗେଟ କରିଛନ୍ତି । ଯାହାର ଜବାବ ଦେଇଛନ୍ତି ଭର୍ତ୍ତୃହରି । କଟକ ତୁଳସୀପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ଶ୍ରୀ ମିଶ୍ର ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଅନେକ ସମୟରେ ଅଭିଜ୍ଞତା ମଧ୍ୟରେ ନୂତନ ଜିତେ । ଏପରିକି କ୍ରିକେଟର ଉଦାହରଣ ଦେଇ ନୂଆ ବ୍ୟାଟ୍ସମ୍ୟାନ୍ ମଧ୍ୟ ପୁରୁଣା ବୋଲରଙ୍କୁ ଛକା-ଚୌକା ମାରି ଦେଉଛନ୍ତି ବୋଲି କହିଥିଲେ । ତେବେ ନୂଆଦିଲ୍ଲୀରୁ ଫେରିବା ପରେ ତାହାର ଜବାବ ଦେଛନ୍ତି ଭର୍ତ୍ତୃହରି ମହତାବ । ସେ କହିଛନ୍ତି, ଯିଏ କଟକ ପିଚରେ ଖେଳିଛି, ସିଏ ଜାଣିଛି କିପରି ବୋଲିଂ ଦରକାର । ଏଠି ପ୍ରାର୍ଥୀ ଗୁରୁତ୍ୱ ବହନ କରେନି । ଦଳର ସିମ୍ବଲ ଗୁରୁତ୍ୱ ବହନ କରେ ବୋଲି ଭର୍ତ୍ତୃହରି କହିଛନ୍ତି । ଭର୍ତ୍ତୃହରି ଆହୁରି କହିଛନ୍ତି, ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଛି । ଓଡ଼ିଆ ଅସ୍ମିତା ପାଇଁ ଲଢ଼େଇ । ଦୁର୍ନୀତି, ପ୍ରିୟାପ୍ରୀତି, ବ୍ୟଭିଚାର ବିରୋଧରେ ବିଜେଡି ସୃଷ୍ଟି ହୋଇଥିଲା । ମାତ୍ର ବିଜେଡି ଆଜି ସେଥିରୁ କୌଣସି ଗୁଣରେ ମୁକ୍ତ ନୁହେଁ ବୋଲି ମହତାବ କହିଥିଲେ । କଟକରେ ଏଭଳି ରାଜନୈତିକ ସଂଗ୍ରାମ ଆରମ୍ଭ ହୋଇଥିବାବେଳେ କଂଗ୍ରେସର କିନ୍ତୁ ନିଦ ଭାଙ୍ଗିନଥିବା କୁହାଯାଉଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ