କଖଡି ଭଲିବଲ ଟୁର୍ଣ୍ଣାମେଣ୍ଟ: କଟକ ବିଜୟୀ

କଖଡି ଭଲିବଲ ଟୁର୍ଣ୍ଣାମେଣ୍ଟ: କଟକ ବିଜୟୀ

କଖଡି ଭଲିବଲ ଟୁର୍ଣ୍ଣାମେଣ୍ଟ: କଟକ ବିଜୟୀ

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): କଖଡି ୟୁଥ୍ କ୍ଲବ ପକ୍ଷରୁ ୨୦ତମ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ମହାବୀର ପଡିଆ (ଘାଟକୂଳ) ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀଙ୍କ ପ୍ରତିନିଧି ତଥା ୩ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । କଖଡି ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଦିଲୀପ ଛତାର, ବିଜେଡି ସଭାପତି ରଞ୍ଜନ କୁମାର ମୁଦୁଲି, ବରିଷ୍ଟ ଶିକ୍ଷକ ବସନ୍ତ କୁମାର ବେହେରା, ପ୍ରେମାନନ୍ଦ ମଲିକ, ପ୍ରଦୀପ କୁମାର ନାୟକ, ବଜାର ସାହି ସଭାପତି ପବିତ୍ର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ନାରଙ୍ଗ ବସ୍ତ, ଜେନାପଦା, ଯାଜପୁର, ଛତିଆ, ଭୁବନେଶ୍ୱର ଓ କଟକ ଟିମ୍ ଯୋଗଦାନ କରିଥିଲେ । ଫାଇନାଲ ମ୍ୟାଚରେ କଟକ ନାରଙ୍ଗ ବସ୍ତ ଟିମକୁ ୨-୦ ରେ ପରାସ୍ତ କରି ଚାମ୍ପିଅନ ହୋଇଛି । ଉଭୟ ଦଳର ଖେଳାଳିମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ୟୁଥ୍ କ୍ଳବ୍‌ର ସଭାପତି ସେକ୍ ଲୋକ ମ୍ୟାନ, ସନ୍ତୋଷ ମଲ୍ଲିକ, ବଳରାମ ବେହେରା, ରାମଚନ୍ଦ୍ର ସାହୁ, ରତ୍ନାକର ବେହେରା, ପ୍ରହଲ୍ଲାଦ ମହାନ୍ତି, କ୍ଲବର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ