କଖଡ଼ି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ

କଖଡ଼ି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ

କଖଡ଼ି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ

News by Smrutiranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଶିକ୍ଷାର ଉନ୍ନତି ନିମନ୍ତେ ରାଜ୍ୟସରକାର ଗୁରୁତ୍ୱ ଦେଉଛନ୍ତି । ଛାତ୍ରଛାତ୍ରୀମାନଙ୍କୁ କିଭଳି ଉନ୍ନତମାନର ଶିକ୍ଷାଦାନ କରାଯିବ ସେଥି ପାଇଁ ସ୍କୁଲରେ ଶିକ୍ଷକ ଓ ଅଭିଭାବକମାନଙ୍କ ଏକ ମିଳିତ ବୈଠକ କରି ଏହାର ନିଷ୍କର୍ଷ ଅନୁଯାୟୀ ସୁସ୍ଥ ସମାଜ ଗଠନ ଦିଗରେ ଆଉ ଗୋଟିଏ ପାଦ ଆଗେଇ ନେବାକୁ ସରକାର ପରାମର୍ଶ ଦେଇଛନ୍ତି । ତେବେ କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କଖଡ଼ି ପଞ୍ଚାୟତ କଖଡି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନିୟମ ଅନୁଯାୟୀ ଅଭିଭାବକ-ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ସରକାରଙ୍କ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ବିଷୟରେ ପ୍ରଥମେ ଅଭିଭାବକମାନଙ୍କୁ ଅବଗତ କରାଯାଇଥିଲା । ଦେଶର ଭବିଷ୍ୟତ ସାଜିଥିବା କୁନିକୁନି ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ନିମନ୍ତେ ସ୍ୱଚ୍ଛତା, ସୁରଭି, ମେଲେଟ ମିଶନ, ଅନଲାଇନ ସୁରକ୍ଷା, ଘୃଣ୍ୟ ବାଲ୍ୟ ବିବାହ ପ୍ରଥା ଏବଂ ଛାତ୍ରଛାତ୍ରୀମାନଙ୍କୁ ପୋଷାକ, ଟୋପି ପ୍ରଦାନ, କ୍ୟାରିୟର ଯୋଜନାର ଗୁରୁତ୍ୱ, ପିଲାମାନଙ୍କର ମାନସିକ ଚାପ ଓ ବିଦ୍ୟାଳୟର ଅଭିଭାବକମାନଙ୍କ ଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନ ମୂଳକ ପ୍ରସ୍ତାବ ଆଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ଅନ୍ୟ ସଦସ୍ୟ, ସଦସ୍ୟା, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସମସ୍ତ ଅଭିଭାବକ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି