ଓଡ଼ିଶା ମୋ ପରିବାର ପକ୍ଷରୁ ସହାୟତା: ଘରକୁ ପଠାଇଲା ଅସହାୟଙ୍କ ମୃତଦେହ

ଓଡ଼ିଶା ମୋ ପରିବାର ପକ୍ଷରୁ ସହାୟତା: ଘରକୁ ପଠାଇଲା ଅସହାୟଙ୍କ ମୃତଦେହ

ଓଡ଼ିଶା ମୋ ପରିବାର ପକ୍ଷରୁ ସହାୟତା: ଘରକୁ ପଠାଇଲା ଅସହାୟଙ୍କ ମୃତଦେହ


କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ଦ୍ୱାରା ଜନସେବା କାର୍ଯ୍ୟରେ ଜାରି ହୋଇଥିବା ଓଡ଼ିଶା ମୋ ପରିବାର ସର୍ବଦା ଅସହାୟଙ୍କୁ ସହାୟତାର ହାତ ବଢ଼ାଇ ଚାଲିଛି । ରକ୍ତଦାନ ଶିବିର ଠାରୁ ଆରମ୍ଭ କରି ଶବଦାହ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ନିଜକୁ ସାମିଲ କରି ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହୋଇ ପାରିଛି । ଏହି ଅବସରରେ ଆଜି ଜଣେ ଅସହାୟ ପରିବାରର ଶିଶୁ ମୃତ୍ୟୁ ହେବା ପରେ ମୃତକଙ୍କୁ ତାଙ୍କ ପରିବାର ସହ ଘରକୁ ଯିବା ପାଇଁ ଏକ ଗାଡ଼ି ଯୋଗାଇ ଦିଆଯାଇଛି ।
ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ପ୍ରତାପପୁର ଅଞ୍ଚଳର ଅଞ୍ଜଳି ରାଣା ବୟସ ୪ ବର୍ଷ କଟକ ଶିଶୁଭବନରେ ଚିକିତ୍ସାଧୀନ ଥିବା ସମୟରେ ମୃତ୍ୟୁ ଘଟିଥିଲା । ଅଞ୍ଜଳିଙ୍କ ମୃତଦେହ କଳାହାଣ୍ଡି ସ୍ଥିତ ନିଜ ଗାଁଙ୍କୁ ନେବାପାଇ ତାଙ୍କ ପରିବାର ପାଖରେ ସମ୍ବଳ ନଥିଲା ଦୀର୍ଘ ୧୨ ଘଣ୍ଟା ସମୟ ମୃତଦେହ ଶିଶୁଭବନ ପରିସରରେ ପଡି ରହିଥିଲା । ଏ ସମ୍ପର୍କରେ ଆଜି ପୂର୍ବତନ ମନ୍ତ୍ରୀ ପୁଷ୍ପପେନଦ୍ର ସିଂ ଦେଓଙ୍କ ଠାରୁ ସୂଚନା ପାଇ ଓଡିଶା ମୋ ପରିବାର କଟକ ସିଟି ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ ତୁରନ୍ତ ଆର୍ôଥକ ସହଯୋଗର ହାତ ବଢାଇ ଥିଲେ । ଗାଡି ଭଡା କରି ଅଞ୍ଜଳିଙ୍କ ମୃତ ଦେହ ଏବଂ ତାଙ୍କ ପରିବାର ଲୋକଙ୍କୁ କଳାହାଣ୍ଡି ସ୍ଥିତ ତାଙ୍କ ଗ୍ରାମକୁ ପଠାଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିକ୍ରମ ଛାଟୋଇ ଏବଂ ସନ୍ଦୀପ ରଥ ସହଯୋଗ କରିଥିଲେ । ଅସମୟରେ ସହାୟତା ପାଇ ଅଞ୍ଜଳିଙ୍କ ପରିବାର ପକ୍ଷରୁ ଓଡିଶା ମୋ ପରିବାରକୁ କୃତଜ୍ଞତା ଜଣାଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ