ଓଡ଼ିଶା ପରିବହନ ଚାଳକ ସଂଘ କର୍ମକର୍ତ୍ତା ନିର୍ବାଚନ
ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ଓଡ଼ିଶା ପରିବହନ ଚାଳକ ସଂଘ, ଟାଙ୍ଗୀ-ଚୌଦ୍ୱାର ବ୍ଳକ ଶାଖାର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ମୋଟରଯାନ ଚାଳକମାନଙ୍କର ଏକ ସାଧାରଣ ସଭା ଗରୁଡ଼ଗାଁ ପଞ୍ଚାୟତ ବିଶ୍ୱନାହାକାଣୀ ହାଟ ପଡ଼ିଆରେ ଆୟୋଜିତ ହୋଇଥିଲା । ସଂଘର ରାଜ୍ୟ ସଭାପତି ବିଜ୍ଞାନ ଦାସ ପୌରହିତ୍ୟ କରିଥିôବାବେଳେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ସୁବୋଧ କୁମାର ସାମଲ ଯୋଗ ଦେଇଥିଲେ । ଚାଳକ କୈଳାସ ଚନ୍ଦ୍ର ବାରିକ ବ୍ଲକ ଶାଖାର ସଭାପତି ଭାବେ ମନୋନୀତ ହୋଇଥିଲେ । ସେହିପରି ସେକ୍ ମୋତି ଉପ-ସଭାପତି, ରମେଶ ଚନ୍ଦ୍ର ବେହେରା ସମ୍ପାଦକ, ପ୍ର୍ରଶାନ୍ତ ରାଉଳ ସହ ସମ୍ପାଦକ, ଅରୁଣ ଷଡ଼ଙ୍ଗୀ କୋଷାଧ୍ୟକ୍ଷ ଓ ସୁରେଶ ଚନ୍ଦ ସାହୁ ସହ କୋଷାଧ୍ୟକ୍ଷ ଭାବେ ମନୋନିତ ହୋଇଥିଲେ । ସମ୍ମାନିତ ଅତିଥି ଭାବେ ସଂଘର ରାଜ୍ୟ ସହ ସମ୍ପାଦକ ଈଶ୍ୱର ଚନ୍ଦ୍ର ପରିଡ଼ା, ଯାଜପୁର ଜିଲ୍ଲା ସଭାପତି ଶୁଭ୍ରଜିତ ମଲ୍ଲିକ ଓ ସମ୍ପାଦକ ଆକବର ଅଲ୍ଲୀ ପ୍ରମୁଖ ଯୋଗଦେଇ ଚାଳକମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମତପ୍ରକାଶ କରିଥିଲେ । ପରିବହନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ଚାଳକମାନଙ୍କୁ କରୋନା ଯୋଦ୍ଧା ଘୋଷଣା ନିମନ୍ତେ ଦାବି ଜୋର ଧରିବା ସହ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।